Latest Odisha News

BREAKING NEWS

Browsing Category

ବିହାର

Bihar

[ଭିଡିଓ] କିଛି ଏପରି ଚାଲିଛି ଶିକ୍ଷାଦାନ: ଶୋଇଛନ୍ତି ଶିକ୍ଷୟତ୍ରୀ, ବିଂଚୁଛନ୍ତି ଛାତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଶିକ୍ଷାଦାନ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ତଥାପି ପ୍ରତିଦିନ ସାମ୍ନାକୁ ଆସୁଛି ଅଭାବନୀୟ ଖବର ତଥା ଦୃଶ୍ୟ । ଏକ ପ୍ରାଥମିକ ସ୍କୁଲରୁ ଆସିଥିବା ଏହି ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ମୋବାଇଲରେ କଏଦ ହୋଇଥିବା ଏହି ଭିଡିଓ ହିଁ ଶିକ୍ଷାଦାନ କ୍ଷେତ୍ରର ବାସ୍ତବ…

ବିହାରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ, ୩୩ ଜଣଙ୍କର ମୃତ୍ୟୁ

ପାଟଣା: ବିହାରର ୧୬ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟରେ…

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ…

କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ଯବାନଙ୍କ ମୃତ୍ୟୁ, ମେ’ରେ ହୋଇଥାନ୍ତା ବାହାଘର

ପାଟଣା: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିହାରରେ ଜଣେ ଯୁବକ କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବିହାରର ସ୍ପେଶାଲ ପୋଲିସର ଜଣେ ଯବାନ । ସେ ପାଟନାରେ ନିୟୋଜିତ ଥିଲେ । ମୁଣ୍ଡରେ କେଶ ପ୍ରତିରୋପଣ ପରେ ଯୁବକ ଜଣକ ତାଙ୍କ କ୍ୱାର୍ଟରକୁ…

ଭାଗଲପୁରରେ ୩ ମହଲା ଘରେ ବିସ୍ଫୋରଣ: ୫ ମୃତ, ୮ ଗୁରୁତର

ବିହାର : ଭାଗଲପୁରରେ ଅଘଟଣ, ତୃତୀୟ ମହଲା କୋଠାରେ ବିସ୍ଫୋରଣ ଘଟି ୫ ମୃତ । ବିସ୍ଫୋରଣ ଘଟି ୩ ମହଲା ଘର ଭୁଷୁଡି ପଡିଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଇଲାକା ବି ଥରି ଉଠିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଗୁରୁତର ଆହତ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ !

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ରିପୋର୍ଟରୁ ତାଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍…

ସତ ହେଲା ସ୍ୱପ୍ନ, ନାନୋ କାରକୁ ହେଲିକପ୍ଟର୍ ବନାଇଲେ ବିହାରୀ ବାବୁ

ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।…

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି…

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବିହାର…

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ପରୀକ୍ଷାର୍ଥୀ

ବିହାର : ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଟ୍ରେନରେ ନିଆଁ ଲଗାଇଲେ ଶତାଧିକ ଛାତ୍ରଛାତ୍ରୀ । ରେଲୁୱେ ରିକ୍ରୁଇମେଣ୍ଟ ନନଟେକ୍ନିକାଲ ପପୁଲାର କାଟାଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ବିହାରର ଗୟାଠାରେ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀ ମାନେ ଟ୍ରେନକୁ…