Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକାଠି ରହୁଥିଲେ, ଏକାଠି ଖାଉଥିଲେ.. ହେଲେ ମାଂସ ରୋଷେଇ ନହେବାରୁ ସ୍ୱାମୀର ମୁଣ୍ଡ ଗଡ଼ାଇଦେଲା ପତ୍ନୀ!

ହାଇଦ୍ରାବାଦ: ଗୋଟିଏ ଛୋଟିଆ କଥା, ଏକ ସାଧାରଣ ଯୁକ୍ତିତର୍କ କିଭଳି ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇପାରେ, ତାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଘରେ ଆମିଷ ବା ମାଂସ ତରକାରୀ ରୋଷେଇ ନହେବା କାରଣରୁ ସ୍ୱାମୀ ତାଗିଦ୍ କରିବାରୁ, ଉତକ୍ଷିପ୍ତ ହୋଇ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ହାଇଭୋଲଟେଜ୍ ଡ୍ରାମା: ବିଚାରପତିଙ୍କୁ ବୟକଟ୍ କଲେ ଅରବିନ୍ଦ କେଜ୍ରିୱାଲ, ବଢ଼ିବ କି…

ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ତଥା ବିବାଦୀୟ ଅବକାରୀ (ମଦ) ନୀତି ମାମଲାରେ ଆସିଛି ଏକ ବଡ଼ ଏବଂ ଅପ୍ରତ୍ୟାଶିତ ଟ୍ୱିଷ୍ଟ। ଆମ୍ ଆଦମୀ ପାର୍ଟି (ଆପ) ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର…

ଖାରଜ ହେଲା ସଞ୍ଜୟ ସିଂହଙ୍କ ଦାବି: ବିଜେପିରେ ସାମିଲ ହେଲେ ୭ ଆପ୍ ସାଂସଦ, ରାଜ୍ୟସଭାରେ ବଦଳିଗଲା ସମୀକରଣ

ନୂଆଦିଲ୍ଲୀ: ରାଜନୈତିକ ସମୀକରଣ ଦୃଷ୍ଟିରୁ ଆଜି ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଏକ ବଡ଼ ଧରଣର ଘଟଣାକ୍ରମ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟିରୁ ବିଦ୍ରୋହ କରି ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହୋଇଥିବା ରାଘବ ଚଢ଼ା ଓ ହରଭଜନ ସିଂହଙ୍କ ସମେତ ୭ ଜଣ ସାଂସଦଙ୍କ ଗୋଷ୍ଠୀକୁ ବଡ଼…

ଆମେରିକାକୁ ନୂଆ ପ୍ରସ୍ତାବ ଦେଲା ଇରାନ୍‌

ନୂଆଦିଲ୍ଲୀ: ଆମେରିକାକୁ ନୂଆ ପ୍ରସ୍ତାବ ଦେଲା ଇରାନ୍‌। ପାକିସ୍ତାନ ମାଧ୍ୟମରେ ପଠାଇଲା ନୂଆ ପ୍ରସ୍ତାବ। ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ପ୍ରସ୍ତାବରେ ଉଲ୍ଲେଖ ରହିଛି। ପରମାଣୁ କଥାବାର୍ତ୍ତାକୁ ସ୍ଥଗିତ ରଖିବାକୁ ସର୍ତ୍ତ ଦିଆଯାଇଛି। ଯୁଦ୍ଧ ବିରତି ଅବଧିକୁ ବୃଦ୍ଧି କରିବାକୁ ଦାବି ହୋଇଛି।…

୨୦୨୯ ସୁଦ୍ଧା ଉତ୍ତର-ପୂର୍ବରେ ଶେଷ ହେବ ବିଦ୍ରୋହ, ମଣିପୁର କେନ୍ଦ୍ର ସରକାରଙ୍କ ପ୍ରଥମ ପ୍ରାଥମିକତା

ନୂଆଦିଲ୍ଲୀ: ସରକାର ଦେଶରୁ ନକ୍ସଲବାଦୀ ଆତଙ୍କବାଦକୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିସାରିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ବାମପନ୍ଥୀ ଉଗ୍ରବାଦକୁ ଦୂର କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ପ୍ରାୟ ହାସଲ ହୋଇଛି। ବର୍ତ୍ତମାନ, ସରକାର ଉତ୍ତର-ପୂର୍ବରେ ଅବଶିଷ୍ଟ ବିଦ୍ରୋହକୁ ଦୂର କରିବା ପାଇଁ…

ଫୋନ୍ ଡିପ୍ଲୋମାସି; ଖୁବ୍ ଶୀଘ୍ର ଇରାନ ସହିତ ଯୁଦ୍ଧରେ ବିଜୟୀ ହେବ ଆମେରିକା: ଟ୍ରମ୍ପ

ୱାଶିଂଟନ: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଫୋନ୍ ଡିପ୍ଲୋମାସି। ଫୋନ ଯୋଗେ ଆଲୋଚନା ପାଇଁ ଆମେରିକାର ପ୍ରସ୍ତାବ। ଯଦି ଶାନ୍ତି ଚାହୁଁ, ତେବେ ଫୋନ କରୁ ତେହରାନ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ…

Gen Z ଆମ ଭବିଷ୍ୟତ, ଯୁବ ଭାରତ ଏବେ ଦେଖିବ ପ୍ରକୃତ ରଙ୍ଗ: ଚର୍ଚ୍ଚାରେ ରାହୁଲଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାର୍ଗୀ କଲେଜ ଛାତ୍ରୀମାନଙ୍କ ସହ ଭେଟିଛନ୍ତି। ସେଠାରେ ରାହୁଲ ଗାନ୍ଧୀ ସେମାନଙ୍କ ସହିତ ଅଧ ଘଣ୍ଟାରୁ ଅଧିକ ସମୟ କଥାବାର୍ତ୍ତା କରିଛନ୍ତି। ଆଲୋଚନା ସମୟରେ, ଛାତ୍ରୀମାନେ ତାଙ୍କୁ ଅନେକ…

WB Bomb Blast Case: ବଙ୍ଗଳାରେ NIA କାର୍ଯ୍ୟାନୁଷ୍ଠାନ: ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

କୋଲକାତା: ପଶ୍ଚିମବଙ୍ଗ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଜାତୀୟ ତଦନ୍ତ ସଂସ୍ଥା (NIA)। ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବିଜୟଗଞ୍ଜ ବଜାର ଅଞ୍ଚଳରୁ NIA ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ଅହିଦୁଲ ଇସଲାମ ମୋଲ୍ଲା ବୋଲି ଚିହ୍ନଟ କରାଯାଇଛି। ତଦନ୍ତ ସଂସ୍ଥା…

Mali’s defense minister:ଆତଙ୍କବାଦୀ ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରୀ ସାଡିଓଙ୍କ ମୃତ୍ୟୁ;ବୋମା ବିସ୍ଫୋରଣରେ…

ନୂଆଦିଲ୍ଲୀ:ମାଲିରେ ଏକ ବଡ଼ ଆକ୍ରମଣ ହୋଇଛି । ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନ ଏବଂ ତୁଆରେଗ ବିଦ୍ରୋହୀମାନେ ଦେଶର ଅନେକ ସ୍ଥାନରେ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କାମାରା ପ୍ରାଣ ହରେଇଛନ୍ତି । ପରିବାର ସଦସ୍ୟ ଏବଂ ଜଣେ…

ଅଟକି ଯିବ ମଣିଷର ବୟସ, ଦାବି କଲେ ଋଷ ବୈଜ୍ଞାନିକ…

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଅକାଳ ବୃଦ୍ଧାବସ୍ଥାକୁ ରୋକିବା ଏବଂ ଦୀର୍ଘ ଜୀବନ ବଞ୍ଚିବାକୁ ଚାହାଁନ୍ତି। ଏବେ ବୈଜ୍ଞାନିକମାନେ ଖୁବ୍ ଶୀଘ୍ର ଏହି ଉଦ୍ଦେଶ୍ୟରେ ଏକ ଔଷଧ ବିକଶିତ କରିପାରନ୍ତି। ଋଷ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜିନ୍ ଥେରାପି ଔଷଧ ବିକଶିତ କରୁଛନ୍ତି, ଯାହା…