Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସେଠାରେ ବାଇଡେନ୍‌ଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଦ୍ବିପାକ୍ଷିକ ଆଲୋଚନା ।…

ତିରୁପତି ଲଡୁ ବିବାଦ: ମୁହଁ ଖୋଲିଲା ଅମୁଲ ଇଣ୍ଡିଆ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନରେ ଲଡୁ ବ୍ୟଭିଚାରକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଛି ଅମୁଲ ଇଣ୍ଡିଆ । କମ୍ପାନୀ କହିଛି ଯେ ତାଙ୍କ ପକ୍ଷରୁ ତିରୁପତି ମନ୍ଦିରକୁ କେବେବି ଘିଅ ଯୋଗାଇ ଦିଆଯାଇନାହିଁ । ଅମୁଲ ଇଣ୍ଡିଆ କହିଛି ଯେ, ସୋସିଆଲ ମିଡିଆରେ ଏଭଳି…

ବଢୁଛି ଲଡୁ ବିବାଦ

ଅମରାବତୀ: ତିରୁପତି ମନ୍ଦିର ପ୍ରସାଦ ଲଡୁରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ବଢିବାରେ ଲାଗିଛି ବିବାଦ । ଅଭିଯୋଗ ପରେ ବିବାଦ ଘନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଜାଣତରେ ଏସବୁ ହେଉଥିବ ବୋଲି ଅଭିଯୋଗ କରିଛି ଟିଡିପି । ଜଗନ…

ହିଜବୋଲ୍ଲାର ନିଦ ହଜାଇଦେଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ପେଜର ଓ ୱାକିଟକି ବିସ୍ଫୋରଣ ପରେ ଲେବାନନରେ ଭୟ ଓ ଆକ୍ରୋଶର ବାତାବରଣ । ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା ପ୍ରତିଶୋଧ ପାଇଁ ଯୋଜନା କରୁଥିବା ବେଳେ ଇସ୍ରାଏଲ କରିଛି ଅତର୍କିତ ବୋମା ମାଡ । ଶତ୍ରୁ ପକ୍ଷକୁ କୌଣସି ସୁଯୋଗ ନ ଦେଇ ୧ ହଜାରରୁ ଅଧିକ ରକେଟ ମାଡ କରିଛି ଇସ୍ରାଏଲ ।…

ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖ ୨୦୨୫ରେ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ…

ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି, ସୁପ୍ରିମକୋର୍ଟ ମାଗିଲେ ଜବାବ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବେଙ୍ଗାଲୁରୁର ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏହି…

ତିରୁମାଲା ବିବାଦ ପରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ ପାଇଁ ଉଠିଲା ଦାବି

ବିଶାଖାପଟନମ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଜାତୀୟ ସ୍ତରରେ 'ସନାତନ ଧର୍ମ ରକ୍ଷା ବୋର୍ଡ' ଗଠନ କରିବାକୁ ଦାବି କରିଛନ୍ତି। ପ୍ରସିଦ୍ଧ ତିରୁମାଲା ଲଡୁ ପ୍ରସାଦରେ ପଶୁ ଚର୍ବି ମିଶାଯାଇଥିବା ଅଭିଯୋଗ ହେବା ପରେ ଏହି ଦାବି ଉଠିଛି। ଗୁଜୁରାଟର ଏକ ପରୀକ୍ଷାଗାରର ଏକ ରିପୋର୍ଟରେ…

ଓଡ଼ିଶାରେ ଜୋହ ସେମିକଣ୍ଡକଟର କାରଖାନା ପ୍ରତିଷ୍ଠା କରିବା ନେଇ ଚର୍ଚ୍ଚା, ସିଇଓ ଦେଲେ ସଫେଇ

ନୂଆଦିଲ୍ଲୀ: କ୍ଲାଉଡ୍ ସଫ୍ଟୱେୟାର କମ୍ପାନୀ ଜୋହୋର ସିଇଓ ଶ୍ରୀଧର ଭେମ୍ବୁ ଓଡ଼ିଶାରେ ୩୦୩୪ କୋଟି ଟଙ୍କାର ସେମିକଣ୍ଡକ୍ଟର କାରଖାନାରେ ପୁଞ୍ଜିନିବେଶ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୋହୋର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତିଷ୍ଠିତ ସିଆଲଟ୍ରିକ୍…

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସେହିପରି ଚ୍ୟାନେଲରେ ଏକ…

ସ୍ୱିଗିରେ ଖାଦ୍ୟ ବଦଳରେ ଏପରି କିଛି ଅର୍ଡର କରି ମଧ୍ୟରାତ୍ରିରେ ପାଇଲେ ସେବା, ଧନ୍ୟବାଦ ଦେଲେ ମହିଳା

ବେଙ୍ଗାଲୁରୁ: ସମୟ ଅଭାବ କିମ୍ବା ରୋଷେଇ ଜାଣିନଥିଲେ ଲୋକେ ସ୍ୱିଗିରେ ଖାଇବା ଅର୍ଡର କରିଥାନ୍ତି। ଏବେ କିନ୍ତୁ ଆଉ ପାଦେ ଆଗକୁ ଯିବାକୁ ଚେଷ୍ଟା କରିଛନ୍ତି ଜଣେ ମହିଳା। ବେଙ୍ଗୁଲୁରୁର ଏହି ମହିଳା ଜଣଙ୍କ ସ୍ୱିଗିରେ ଏପରି କିଛି ଖାଦ୍ୟ ଅର୍ଡର କରିଛନ୍ତି ଯାହା ସମସ୍ତଙ୍କୁ ତାଜୁବ କରିଛି। ଆଉ…