Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିଓ୍ବାଲଙ୍କୁ ମିଳିଲାନି ଜାମିନ, ଏହି ତାରିଖ ଯାଏଁ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ: ସରୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଆଜି ପୁଣି କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୩ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଜେଲରେ ରହିବେ କେଜ୍ରିଓ୍ବାଲ । ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି…

ବିବାହକୁ ନେଇ ରାହୁଲଙ୍କ କ’ଣ ରହିଛି ଯୋଜନା? 

ଶ୍ରୀନଗର: ବିବାହକୁ ନେଇ ରାହୁଲଙ୍କ କ'ଣ ରହିଛି ଯୋଜନା? ଏଭଳି ଏକ ପ୍ରଶ୍ନର ଉତ୍ତରରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିବାହ କରିବାକୁ ଯୋଜନା କରୁନାହାଁନ୍ତି, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ୍ ଅଛି। ସେ ୨୦-୩୦ ବର୍ଷ ଧରି ବିବାହର ଚାପରୁ ବାହାରି…

ଇଡି-ସିବିଆଇକୁ ଝଟକା: କବିତାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ଵସ୍ତି ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଏବଂ ଇଡିକୁ ଝଟକା…

ପୁଣି ବିଏସପିର କମାଣ୍ଡ ସମ୍ଭାଳିବେ ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ପରେ ମାୟାବତୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ପୁଣି ନିର୍ବାଚିତ ହୋଇଛନ୍ତି । ବୈଠକ ପୂର୍ବରୁ ତାଙ୍କ ଉତ୍ତରାଧିକାରୀ ଆକାଶ ଆନନ୍ଦଙ୍କୁ ଏହି ଦାୟିତ୍ବ ମିଳିବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା । ଆଜି ବହୁଜନ ସମାଜ…

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ବିକ୍ଷୋଭକାରୀଙ୍କ ଉପରେ ଟିୟର ଗ୍ୟାସ ମାଡ

କୋଲକାତା: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନକୁ ଦିନ କୋଲକାତାରେ ମମତା ସରକାରଙ୍କ ବିରୋଧରେ ବିକ୍ଷୋଭ ବଢ଼ିବାରେ ଲାଗିଛି । ମମତା ସରକାରଙ୍କୁ ଧିକ୍କାର କରି ରାଜରାସ୍ତାରେ ଗର୍ଜୁଛନ୍ତି ଶହ ଶହ ଜନତା । ପୋଲିସ-ଛାତ୍ର ମୁହାଁମୁହିଁ । ବିକ୍ଷୋଭ ଭାଙ୍ଗିବାକୁ ପାଣିମାଡ଼ ସହ…

ମହାରାଷ୍ଟ୍ରରେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହାରି ମଧ୍ଯରେ ମହାରାଷ୍ଟ୍ରରେ ଆଉ ଗୋଟେ ଲଜ୍ଜାଜନକ ଘଟଣା ଘଟିଯାଇଛି। ମହାରାଷ୍ଟ୍ରର ରତ୍ନଗିରିରେ ଜଣେ ଅଟୋ ଡ୍ରାଇଭର ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରି ରାସ୍ତାରେ…

ସିନ୍ଧ-ବାଲୋଚ ଓ ପଞ୍ଜାବ ମଧ୍ୟରେ ବଢି ଚାଲିଛି ବିବାଦ, ବୃଦ୍ଧି ପାଉଛି ଗୃହଯୁଦ୍ଧ ସ୍ଥିତି

ଇସଲାମାବାଦ: ପାକିସ୍ତାନରେ ପୁଣି ରକ୍ତମୁଖା ହୋଇଉଠିଛନ୍ତି ଆତଙ୍କୀ। ରବିବାର ରାତିରେ ୩ଟି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପାକ୍‌ର ବିବାଦୀୟ ଅଞ୍ଚଳ ବାଲୁଚିସ୍ତାନରେ ଏହି ଘଟଣା ଘଟିଛି। ଆହତ ୧୫ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ…

କମ୍ପିବ ମମତା ଗଡ: ନିୟୋଜିତ ହେଲେ ୬ହଜାର ପୋଲିସ୍, ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍

କୋଲକାତା: ଆଜି କମ୍ପିବ କୋଲକାତା ସହର । ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବନ୍ନା ଅଭିଯାନ’ର ଡାକରା ଦେଇଛନ୍ତି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବନ୍ନା ଭବନ ଘେରାଉ କରିବେ ପଶ୍ଚିମବଙ୍ଗ ଛାତ୍ର ସମାଜ ।…

ପଦ୍ମ ଧରିବେ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ: ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା JMM ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ୍ ବିଜେପିରେ ଯୋଗଦେଇପାରନ୍ତି…

କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌; ୫ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା। କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌। ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। କଡ଼ପା-ରାୟାଛୋଟି ଏନ୍ଏଚ୍ ଗୁଭାଲାଚେରୁଭୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…