Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିମାଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ, ଫସି ରହିଛନ୍ତି ୨୦୦ ରୁ ଅଧିକ ପର୍ଯ୍ୟଟକ

ସିମଲା: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାସ୍ଥିତ ବାଗିପୁଲ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ଫସି ରହିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୨୦୦ ରୁ ଅଧିକ ଲୋକ। ମଣ୍ଡି ଜିଲ୍ଲା ପୋଲିସର ଡିଏସପି ପଧର ସଞ୍ଜୀବ ସୁଦ…

ମଣିପୁର ଅଗ୍ନିକାଣ୍ଡ ଘଟଣାରେ ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ଟି ବଙ୍କର୍ସ ନଷ୍ଟ କଲେ ସୁରକ୍ଷାକର୍ମୀ

ଇମ୍ଫାଲ: ମେ ୨୩ ତାରିଖରୁ ମଣିପୁରରେ ଘଟିଥିବା ହିଂସା ହେବାର ପ୍ରାୟ ଦୁଇ ମାସ ବିତିଲାଣି, କିନ୍ତୁ ପରିସ୍ଥିତି ଏବେ ବି ସୁଧୁରିବାର ନାଁ ଧରୁନି। ଅନେକ ଅଞ୍ଚଳରୁ ହିଂସା ଖବର ଆସୁଛି। ନିକଟରେ ଜଣେ ମନ୍ତ୍ରୀଙ୍କ ଗୋଡାଉନରେ ନିଆଁ ଲାଗିଯାଇଥିବା ବେଳେ କେତେକ ଅଞ୍ଚଳରେ ୨-୩ ଦିନ ଧରି ଗୁଳି ବିନିମୟ…

ରାଜଧାନୀରେ ମହଙ୍ଗା ହୋଇପାରେ ବିଦ୍ୟୁତ, ଡିଇଆରସି ଦେଲା ଅନୁମତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଜୁଳି ଦର। ବିଦ୍ୟୁତ୍ କ୍ରୟ ଚୁକ୍ତିରେ ହାର ବୃଦ୍ଧି କରିବାକୁ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (DERC) ଅନୁମତି ଦେଇଛି। ଯାହା ପରେ ଦିଲ୍ଲୀରେ ବିଦ୍ୟୁତ୍ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ଦିଲ୍ଲୀରେ ବିଦ୍ୟୁତ୍ କ୍ରୟ ସମ୍ପର୍କରେ…

ଦୀର୍ଘ ୫ ମାସ ପରେ ଆନ୍ଦୋଳନରୁ ଓହରିଲେ କୁସ୍ତି ଯୋଦ୍ଧା, ଏବେ ଲଢ଼େଇ କୋର୍ଟରେ ଚାଲିବ

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତି ଯୋଦ୍ଧାମାନେ ଶେଷରେ ଆନ୍ଦୋଳନ ସ୍ଥଗତି ରଖିବାକୁ ଘୋଷଣା କରିଛନ୍ତି। ଏବେ ଆଉ ରାସ୍ତାରେ ନୁହେଁ କୋର୍ଟରେ ଚାଲିବ ଲଢ଼େଇ। ଏଥିପାଇଁ ଆଇନଗତ ଦିଗରେ ସଜବାଜ…

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ…

ଆରଏସଏସ ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା

ନୂଆଦିଲ୍ଲୀ: ୨୫ ଜୁନ ୧୯୭୫ରେ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏର୍ମଜେନ୍ସି ଶାସନ ଲାଗୁ କରିଥିଲେ । ଏହାର ୪୮ ବର୍ଷ ପୂର୍ତି ଅବସରରେ ଆରଏସଏସ ତାର ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କରାଯାଇଛି । କଭର ପେଜରେ ହିଟଲର ଓ ଇନ୍ଦିରାଙ୍କ ଫଟୋ…

ଅନୁମତି ନ ନେଇ ଘରୋଇ ପୁରସ୍କାର ଗ୍ରହଣ କରି ପାରିବେନି ଆଇଏଏସ୍, ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ପୁରସ୍କାର ଗ୍ରହଣ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ କୌଣସି ଘରୋଇ ସଂସ୍ଥା ଠାରୁ ପୁରସ୍କାର ନେବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେଇ…

ସ୍କୁଲ୍ ଡାଏରୀରେ ଲେଖି ଦିଅ କହିବାରୁ ଛାତ୍ରଙ୍କୁ ୨୩ ଚାପୁଡ଼ା ମାରିଲେ ଶିକ୍ଷକ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଚତୁର୍ଥ ଶ୍ରେଣୀର ଛାତ୍ରକୁ ମାରିଲେ ୨୩ ଚାପୁଡ଼ା। ଏନେଇ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୟୀ ଲୋକେ। ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।…

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଗୌହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ନଅଟି ଜିଲ୍ଲାରେ ବନ୍ୟା ଯୋଗୁଁ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ହେଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଜଳସ୍ତର ହ୍ରାସ…

୨୦୨୪ ନିର୍ବାଚନରେ ଏନଡିଏ ବିପକ୍ଷରେ କେଉଁ ନାଁରେ ଲଢ଼ିବେ ବିରୋଧୀ ?

ନୂଆଦିଲ୍ଲୀ: ବିରୋଧୀ ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେବାକୁ ଚେଷ୍ଟା କରୁଛନ୍ତି । ଆଉ ବିରୋଧୀ ଏକତା ମେଣ୍ଟର ନାଁ ପିଡିଏ ରହିବ ବୋଲି କୁହାଯାଉଛି । ତେବେ ବିରୋଧୀ ମେଣ୍ଟର ନା ପିଡିଏ ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସିପିଆଇ ସୂତ୍ରରୁ ମିଳିଥିବା ଖବର…