Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାର ମୋନା ବିଶ୍ବରୂପା ମହାନ୍ତିଙ୍କୁ ମିଳିଲା ଦୁବାଇର ‘ଗୋଲ୍ଡେନ୍ ଭିସା’

ଭୁବନେଶ୍ବର : ଓଡ଼ିଶା ଲାଗି ଗର୍ବ ଆଣିଲେ ମୋନା ବିଶ୍ବରୂପା ମହାନ୍ତି । ମୟୂରଭଞ୍ଜର ମୋନାଙ୍କୁ ମିଳିଛି ୟୁନାଇଟେଡ ଆରବ ଏମିରେଟସର ଗୋଲ୍ଡେନ ଭିସା । ଏହି ଭିସା ଯୋଗୁ ସେ ୧୦ ବର୍ଷ ଲାଗି ଦୀର୍ଘସ୍ଥାୟୀ ଯୋଜନାରେ ସେଠାରେ ରହିପାରିବେ । ଏହା ସହ ତାଙ୍କୁ ଅନ୍ୟାନ୍ୟ ସୁବିଧା ବି ମିଳିବ । କଳା,…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଭାବେ ପରିଚିତ ଓଡିଶାର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୧୦୦ ଏବଂ ୨୦୦ ମିଟରରେ ବିଶ୍ୱ ର‌୍ୟାଙ୍କିଙ୍ଗ ଅନୁସାରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଦୂତି ବିଶ୍ୱ ର‌୍ୟାଙ୍କିଙ୍ଗରେ ୧୦୦ ମିଟରରେ ୪୪ତମ ଏବଂ ୨୦୦…

ଡ୍ରୋନ୍ ହମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି

ନୂଆଦିଲ୍ଲୀ : ଡ୍ରୋନ୍ ହାମଲାରୁ ବର୍ତ୍ତିବା ପାଇଁ ଆସିବ ଫାଷ୍ଟ ଟ୍ରାକ୍ ପଲିସି । ଜାମ୍ମୁରେ ହୋଇଥିବା ଆତଙ୍କୀ ଡ୍ରୋନ୍ ହମଲାରୁ ସୁରକ୍ଷିତ ରହିବା ଲାଗି ଖୁବଶୀଘ୍ର ଆସିବ ମଜଭୁତ ନୀତି । ଖୁବଶୀଘ୍ର ଆଣ୍ଟି-ଡ୍ରୋନ ପଲିସି ଆସିବା ସହ ଗଠନ ହେବ ସର୍ଭେଲାନ୍ସ କମିଟି । ଜାମ୍ମୁରେ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦିଅ କ୍ଷତିପୂରଣ

ନୂଆଦିଲ୍ଲୀ : କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ । କେତେ ଟଙ୍କା ଦିଆଯିବ, ତାହା ନିର୍ଦ୍ଧାରଣ କରିବା ସହ ଅନ୍ୟାନ୍ୟ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏକୁ ନିର୍ଦ୍ଦେଶ ଦେଇଛନ୍ତି…

ଫୋକସ ମାଲକାନଗିରି : କାର୍ଯ୍ୟାନୁଷ୍ଠାନର ଭୟ ନାହିଁ; ସ୍ବାଭିମାନ ଅଞ୍ଚଳ ପାଲଟିଛି ଗଞ୍ଜେଇ ଚାଷର ଭୂସ୍ବର୍ଗ

ମାଲକାନଗିରି: ଗଞ୍ଜେଇ ଚାଷ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ଥିବା ଗାଁଗୁଡ଼ିକ ପାଇଁ ଯେମିତି କୁଟୀର ଶିଳ୍ପ ପାଲଟିସାରିଲାଣି। ବାଲିମେଳା ଜଳଭଣ୍ଡାର ନିକଟବର୍ତ୍ତୀ ଶତାଧିକ ଗାଁର ଲୋକେ ଏହି ଚାଷରେ ମାତିଛନ୍ତି। ଏଥିରୁ ଲାଭ ଏତେ ଅଧିକ ଯେ ସେମାନେ ଲୋଭରେ ପଡ଼ି ନିଜ ଜୀବନକୁ ମଧ୍ୟ ବିପନ୍ନ କରିବାକୁ…

ଖୋର୍ଦ୍ଧା ରୋଡ୍ ଓ ଉଦନା (ସୁରଟ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ଓ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡିକରେ ମାତ୍ରାଧିକ ଓ୍ବେଟିଂ ଲିଷ୍ଟକୁ ଏଡାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ…

ପିସିଭି ଟିକାକରଣର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡାରେ ପିସିଭି ଟିକାକରଣର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୫ ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ପାଇଁ ଏହି ଟିକା ସାହାଯ୍ୟ କରିବ । ଟିକାକରଣ ପାଇଁ ୮୮ ହଜାର ୪୦୦…

ଏଣିକି ୧୦୨ ନୁହେଁ ଗର୍ଭବତୀଙ୍କ ପାଇଁ ଡାଏଲ ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮ । ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ଡାଏଲ କରିବାକୁ ହେବ ୧୦୮ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ…

କୋହଳ ହେଲା କଟକଣା, ୨୦ ଜିଲ୍ଲାରେ ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ବର : ଆସିଲା ଜୁଲାଇ ମାସର ଗାଇଡଲାଇନ୍ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ନୂଆ ଗାଇଡଲାଇନ୍ । ତେବେ ନୂଆ ଘୋଷଣା ଅନୁସାରେ, ସାରା ରାଜ୍ୟରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍ । ଏଥର ବି କାଟେଗୋରୀ ଏ ଓ କାଟେଗୋରି ବିରେ ରାଜ୍ୟକୁ ଦୁଇ…

ଓଡ଼ିଶାରେ ଜୁନରେ ୧୭% କମ୍ ବର୍ଷା, ୧୪ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନରେ ବର୍ଷା ହୋଇଛି । କିନ୍ତୁ ଜୁନରେ ବର୍ଷା ପରିମାଣ କମିଛି । ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି । ଅର୍ଥାତ୍ ସ୍ୱାଭାବିକ ବର୍ଷା ୨୧୭ ମିଲିମିଟର ଥିବା ବେଳେ ଜୁନ୍ ୧ରୁ ଆଜି ଭିତରେ ୧୮୧.୩ ମିଲିମିଟର ବର୍ଷା…