Latest Odisha News

BREAKING NEWS

Browsing Category

ଫିଚର

୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୫୭୭ ନୂଆ ଆକ୍ରାନ୍ତ: ୧୧ ହଜାର ଟପିଲା ମୋଟ ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୫୭୭ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା । ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର…

ଆଜି ଭାରତରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ କରୋନା ଆକ୍ରାନ୍ତ: ୭ ଲକ୍ଷ ୬୭ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୭,୨୯୬…

ଏନକାଉଣ୍ଟରରେ ଗଡ଼ିଲା ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କ ମୁଣ୍ଡ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟର ମାମଲାକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ତାର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି । ଆଜି ଗୁଳି ଖାଇଛନ୍ତି ଆଉ ଦୁଇ ସହଯୋଗୀ । ସେମାନେ ହେଲେ ପ୍ରଭାତ…

ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍

ଗଞ୍ଜାମ: କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ । ଏହି…

୧୧୬ ଦିନ ପରେ କ୍ରିକେଟ ମ୍ୟାଚ୍, ପଡ଼ିଲା ମାତ୍ର ୧୦୬ଟି ବଲ୍

ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ୧୧୬ ଦିନ ପରେ କ୍ରିକେଟ ଫେରିଛି । କରୋନା ମହାମାରୀ ଯୋଗୁ ୧୩ ମାର୍ଚ୍ଚ ପରଠୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନରେ ବ୍ରେକ ଲାଗିଥିଲା । ଏତେ ଦିନ ପରେ କ୍ରିକେଟ ମ୍ୟାଚ ଦେଖିବାକୁ ଉତ୍ସାହକୁ ପାଣିଚିଆ କରିଦେଲା ବର୍ଷା ।…

ଭାରତୀୟ ସେନାର ଯବାନ ନିଜ ଫୋନରୁ ଡିଲିଟ କରିବେ ୮୯ଟି ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟରତ ଯବାନଙ୍କୁ ନିଜ ନିଜ ସ୍ମାର୍ଟଫୋନରୁ ୮୯ଟି ମୋବାଇଲ୍ ଆପ୍ ଡିଲିଟ କରିବାକୁ ପଡ଼ିବ । ସେସବୁ ଆପ୍ ଭିତରେ ରହିଛି ଫେସବୁକ, ଇନଷ୍ଟାଗ୍ରାମ, ଟ୍ରୁ-କଲର ଓ ଟିକଟକ୍ ଭଳି ଲୋକପ୍ରିୟ ଆପ୍ । ସେସବୁ ଆପର ତାଲିକା ଜାରି କରିଛି ଭାରତୀୟ ସେନା । ଯେଭଳି କୌଣସି…

ପରଲୋକରେ ଫିଲ୍ମ ସୋଲେର ‘ସୁରମା ଭୋପାଲି’

ମୁମ୍ବାଇ : ଫିଲ୍ମ ସୋଲେର ‘ସୁରମା ଭୋପାଲି’ ତଥା ବଲିଉଡ୍‌ର ହାସ୍ୟ ଅଭିନେତା ଜଗଦୀପଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଫିଲ୍ମ ‘ସୋଲେ’ରେ ତାଙ୍କର ‘ସୁରମା ଭୋପାଲି’ ଚରିତ୍ରରେ…

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ହେବ ସବୁ ସରକାରୀ ସେବା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ସମସ୍ତ ସରକାରୀ ସେବା ଅନ୍ଲାଇନ୍ରେ ଉପଲବ୍ଧ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି। ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ…

ନୂଆ କଟକଣା: ବାହାଘର ବେଳେ ବରଯାତ୍ରୀ ମନା

ଭୁବନେଶ୍ୱର: କରୋନା ଭିତରେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ କଟକଣା । ବିବାହ ଉତ୍ସବ ଓ ଶେଷକୃତ୍ୟ ପାଇଁ ନୂଆ କଟକଣା ଜାରି ହୋଇଛି । ବାହାଘର ବେଳେ ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ବାହାଘର ପାଇଁ ଥାନାରୁ ଅନୁମତି ମଧ୍ୟ ଆଣିବାକୁ ପଡିବ । ସେହିପରି…