Latest Odisha News

BREAKING NEWS

Browsing Category

ଫିଚର

ଟିମ ଇଣ୍ଡିଆର ଦଳଗତ ପ୍ରଦର୍ଶନ: ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ଲକ୍ଷ୍ୟ

ୱାଙ୍ଖେଡ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୩୫୭ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୪ ରନ କରି ଆଉଟ ହେବା ପରେ ବିରାଟ କୋହଲି…

ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ: ଜାଣନ୍ତୁ ପୂରା ବିବରଣୀ

ଭୁବନେଶ୍ୱର: ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଏହି କାର୍ଯ୍ୟ ସଠିକ ଭାବେ କରାଯିବ ସେ ନେଇ ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ  ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ…

ଓଲିଉଡ କଳାକାର କଳି: ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ, ହେଲେ ବୈଠକକୁ ଆସିଲେନି ମନୋଜ ମିଶ୍ର

ଭୁବନେଶ୍ୱର: ଛିଣ୍ଡିବ କଳାକାର କଳି । ଓଡ଼ିଉଡ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ ।  ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି ।…

ବିଶ୍ୱାସ ଜିତିଲେ ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ! ପ୍ରତାପଙ୍କୁ କେନ୍ଦ୍ରାପଡା ଏବଂ ସଞ୍ଜୟଙ୍କୁ ମିଳିଲା ଭଦ୍ରକ…

ଭୁବନେଶ୍ୱର: ବିଜେଡି ଜିଲ୍ଲା  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁ୍କ୍ତି ପାଇଲେ ପ୍ରତାପ ଜେନା ଏବଂ ସଞ୍ଜୟ ଦାଶ ବର୍ମା ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ।  ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଆଜି ଅର୍ଥାତ ଗୁରୁବାର…

ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ପୁଅ ; କହିଲେ ଅବସ୍ଥା ସ୍ଥିର ରହିଛି , ଜଗନ୍ନାଥଙ୍କ…

ଭୁବନେଶ୍ୱର : ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି ।  ଜଗନ୍ନାଥଙ୍କ ଆଶୀର୍ବାଦରୁ  ଖୁବ୍ ଶୀଘ୍ର ବାପାଙ୍କ ଦେହ ଭଲ ହୋଇଯିବ  । ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ବୁଲେଟିନ୍ ଜାରି ହୋଇଛି…

ରାଜସ୍ଥାନରେ ଇଡି-ଏସିବି ଟକ୍କର: ଲାଞ୍ଚ ଅଭିଯୋଗରେ ଇଡି ଅଧିକାରୀଙ୍କୁ ଜେଲରେ ପୁରାଇଲା ଏସିବି

ଜୟପୁର:  ରାଜସ୍ଥାନରେ ବିଗତ ଦିନରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘଣେ ଇଡି ଚଢାଉ କରିଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଜେରା କରିଥିଲା । ଏବେ ରାଜସ୍ଥାନ ଏସିବି ଇଡିର ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଗାଜା ଶରଣାର୍ଥୀ ଶିବିର ଉପରେ ଆକ୍ରମଣରେ ୧୯୫ ପାଲେଷ୍ଟାଇନୀଙ୍କ ମୃତ୍ୟୁ: ମୃତକ ମଧ୍ୟରେ ଅଛନ୍ତି ୨ ହମାସ କମାଣ୍ଡୋ

ନୂଆଦିଲ୍ଲୀ:ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୧୯୫ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି । ୧୨୦ ଜଣ ଏବେ ବି ଧ୍ୱସସ୍ତୁପ ତଳେ ନିଖୋଜ ଅଛନ୍ତି । ୭୭୭ ଜଣ ଆହତ ହୋଇଛନ୍ତି । ପାଲେଷ୍ଟାଇନ ପକ୍ଷରୁ ଧ୍ୱସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଆାରମ୍ଭ ହୋଇଛି ।…

ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ଆଫଗାନିସ୍ତାନ ପଠାଇବା ନେଇ ପାକିସ୍ତାନ-ତାଲିବାନ ମୁହାଁ ମୁହିଁ

ଇସଲାମବାଦ: ପାକିସ୍ତାନ ଓ ତାଲିବାନ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନରେ ରହୁଥିବା ୧୭ ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ପଠାଇବା ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଇତି ମଧ୍ୟରେ ୧୪୩, ୧୩୫ ଜଣଙ୍କୁ ପାକିସ୍ତାନ ସରକାର ଆଫଗାନିସ୍ତାନ ପଠାଇ ସାରିଛନ୍ତି । ଅନ୍ୟ…

ଟ୍ୟୁସନ୍ ଫି ପାଇଁ ତଣ୍ଟି କାଟି ନାବାଳକକୁ ହତ୍ୟା : ଡିସିପି

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା  । ଟିଉସନ୍ ଫି ପାଇଁ ନାବାଳକକୁ ହତ୍ୟା କରାଯାଇଛି । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂ  । ମୃତ ବାଳକ ଶୁଭମ୍ ସ୍ବରୂପ ପାଲଟାସିଂ ର ବାପା ଏବଂ ମାଆ ଟ୍ୟୁସନ୍ କରନ୍ତି । ହତ୍ୟା କରିଥିବା ଯୁକ୍ତ…