Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ !

ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା…

ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା

ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭…

ଅଷ୍ଟ୍ରେଲିଆ ବିଜୟ ରଥକୁ ରୋକିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଦିନିକିଆରେ କ୍ରମାଗତ ୨୭ ମ୍ୟାଚରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଟିମର ବିଜୟ ରଥକୁ ରୋକିବାରେ ସଫଳ ହୋଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ଐତିହାସିକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଉଇକେଟରେ ୨୬୪ ରନ କରିଥିଲା । ଜବାବରେ ଭାରତ ୟସ୍ତିକା ଭାଟିଆଙ୍କ ୬୪…

ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ

ଆବୁଧାବି: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୩୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୬ ଉଇକେଟ ବିନିମୟରେ ୧୫୪ ରନ କରିଥିଲା । ଶ୍ରେୟାଶ ଆୟାର (୪୩), ଶିମ୍ରନ ହେଟମେର (୨୮) ଓ ରିଷଭ ପନ୍ତ ୨୪ ରନ କରିଥିଲେ ।…

ଟି୨୦ରେ ୧୦୦୦୦ ରନ କରିବା ପାଇଁ କୋହଲିଙ୍କୁ ଆବଶ୍ୟକ ୬୬ରନ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଆଉ ମାତ୍ର ୬୬ ରନ ଆବଶ୍ୟକ କରୁଛନ୍ତି । ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ ।…

ଆଇସିସି ଦୁର୍ନୀତି ନିବାରଣ ସଂସ୍ଥା ହାତରେ ଧରାପଡିଲେ ସାମୁଏଲ୍ସ

ଆଂଟିଗୁଆ: ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦୁର୍ନୀତି ନିବରାଣ ସଂସ୍ଥା ହାତରେ ଧରା ପଡିଛନ୍ତି । ଟି୧୦ ଲିଗରେ ସେ କେତେକ ନିୟମ ଉଲ୍ଲଂଘନ କରିଥିଲେ । ମ୍ୟାଚ ଫିକ୍ସ କରିବା ପାଇଁ ୭୫୦ ଡଲାର ନେଇଥିବା ସାଂଘାତିକ ଅଭିଯୋଗ ତାଙ୍କ ନାମରେ…

ଆଇପିଏଲ ଫେଜ୨ରେ କରୋନା ସଙ୍କଟ, ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ

ଦୁବାଇ: ସମସ୍ତ ପ୍ରକାର ସତର୍କତା ସତ୍ୱେ ଆଇପିଏଲ ଫେଜ୨ରେ କରୋନା ତାର ଉପସ୍ଥିତି ଜାହିର କରି ଦେଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ପେସ ବୋଲର ତ୍ୟାଗୀ ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ହାଇଦ୍ରାବାଦର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସମେତ ପାଂଚ କୋଚିଂ ଷ୍ଟାଫଙ୍କୁ…

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ମନା

କାବୁଲ: ତାଲିବାନ ସରକାର ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରଣ ଆଫଗାନିସ୍ତାନରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରୀ କରିଛି । ଏଥିରେ ଇସଲାମ ବିରୋଧୀ ସମସ୍ତ କାର୍ଯ୍ୟ ହେଉଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କ୍ରିକେଟ ବୋର୍ଡର ପୂର୍ବ ମିଡିଆ ମ୍ୟାନେଜର…

ପୁନର୍ବାର ଏକ ନମ୍ବର ହେଲେ ମିତାଲୀ

ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ର‌୍ୟାଙ୍କିଙ୍ଗ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଶୀର୍ଷକୁ ଫେରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ର‌୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ…

ଟି୨୦ ବିଶ୍ୱକପ ପରେ ଘୋଷିତ ହେଲା ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି ।…