Latest Odisha News

BREAKING NEWS

Browsing Category

ଖେଳ

ବିଜୟଙ୍କ ଯୋଗୁ ଜିତିଲା ଗୁଜରାଟ

ଇଡେନ ଗାର୍ଡେନ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୯ ରନ କରିଥିଲା । ରହମୁନାଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ୮୧ ରନ ଯୋଗୁ କୋଲକାତା ଭଲ…

ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।…

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଷ୍ଟାଣ୍ଡବାଇ ତାଲିକାରେ ବି ସୂର୍ଯ୍ୟକୁମାରଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଜୁନ ୭ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଦେଶ ଫାଇନାଲ ପାଇଁ ସେମାନଙ୍କ ଟିମ ଘୋଷଣା କରି ସାରିଛନ୍ତି । ଭାରତ ଏପ୍ରିଲ ୨୫ରେ ଘୋଷଣା କରିଥିବା ଟିମରେ ଅଜିଙ୍କ୍ୟ ରାହାନେଙ୍କୁ ସାମିଲ କରିଥିବା ବେଳେ…

ରାସ୍ତାରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି: ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ରେସଲରଙ୍କ ଧାରଣା ୫ମ ଦିନରେ ପଂହଚିଛି । ଗୁରୁବାର ହରିୟାଣା ଓ ପଶ୍ଚିମ ଉତରପ୍ରଦେଶର ଖାପ ପଂଚାୟତ ସେମାନଙ୍କୁ ସମର୍ଥନ ଦେବା ପାଇଁ ଜନ୍ତରମନ୍ତରରେ ପଂହଚିଛନ୍ତି । ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ…

ବିଶ୍ୱକପ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ଭାବେ ହୋଇ ନ ଥିବେ ଫିଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର । ଷ୍ଟାର ୱିକେଟକିପର ରିଷଭ ପନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ସେପ୍ଟମ୍ବରରେ ହେବାକୁ ଥିବା ଏସିଆ କପ ପାଇଁ ମଧ୍ୟ ସେ ଉପଲବ୍ଧ…

‘ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ’

କଟକ: ୨୦୨୪ ସୁଦ୍ଧା ଓଡ଼ିଶାକୁ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀ ବା ଓସିଏ ଯେଉଁ ଆଭିମୁଖ୍ୟ ରଖିଛି ତାକୁ ପୂରଣ କରିବା ଦିଗରେ ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ କୋଚ। କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା…

ମହିଳା ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୨-୨୩ ପାଇଁ ମହିଳା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଏହି ଚୁକ୍ତିରେ ମୋଟ ୧୭ ଖେଳାଳିଙ୍କୁ ସାମିଲ କରାଯାଇଛି । ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମାଙ୍କୁ ଏ ଗ୍ରେଡରେ ରଖାଯାଇଛି । ବି…

ଘରୋଇ ପାର୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସର ଜନୈକ ଖେଳାଳିଙ୍କ ଅଶୋଭନୀୟ ଆଚରଣ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଏବେ ଟିମ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ ଘରୋଇ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମାତାଲ ଅବସ୍ଥାରେ…

ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା: ଆହତ କାରଣରୁ ବାଦ୍ ପଡ଼ିଲେ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୬ ତମ ସଂସ୍କରଣରେ ସନ୍‌ରାଇଜର ହାଇଦ୍ରାବାଦକୁ ଶକ୍ତ ଝଟ୍‌କା। ଆହତ କାରଣରୁ ଆଇପିଏଲ୍‌ର ବାକି ସମସ୍ତ ମ୍ୟାଚ୍‌ରୁ ବାଦ ପଡ଼ିଲେ ଅଲ୍‌ରାଉଣ୍ଡ ୱାଶିଂଟନ ସୁନ୍ଦର। ଚଳିତ ସଂସ୍କରଣରେ ଦଳ ପାଇଁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ। ମାଂସପେଶୀରେ ଆହତ (ହାମଷ୍ଟ୍ରିଙ୍ଗ…