Latest Odisha News

BREAKING NEWS

Browsing Category

ଖେଳ

ବ୍ୟାଡମିଂଟନରେ ସିନ୍ଧୁ, ବକ୍ସିଂରେ ସତୀଶ କ୍ୱାର୍ଟରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫,…

ଅଲିମ୍ପିକ୍ସ: ୩୭ ବର୍ଷ ପରେ ଗ୍ରୁପ ଷ୍ଟେଜରେ ୩ ମ୍ୟାଚ ଜିତିଲେ ଭାରତୀୟ ହକି ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି । ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିିଛି । ଦୀର୍ଘ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଗ୍ରୁପ ଷ୍ଟେଜରେ…

ବକ୍ସିଂରେ ପୂଜା, ତୀରନ୍ଦାଜରେ ଦୀପିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ପୁନର୍ବାର ଭାରତୀୟ ମହିଳା ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି । ବକ୍ସିଂ ୭୫ କିଲୋଗ୍ରାମ ବିଭାଗରେ ପୂଜା ରାନୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତିଲେ ପଦକ ହାସଲ କରିବେ । ସେହିପରି ବ୍ୟାଡମଂଟନରେ ପିଭି ସିନ୍ଧୁ ଓ…

ପରଲୋକରେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ଭାରତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ମହାନ୍ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର । ଆଜି ସକାଳେ ୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଛି । ଗତ ତିନି ମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ…

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ…

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…

ଡୋମିନୋଜ ପରେ ଆଇନକ୍ସର ବଡ ଘୋଷଣା, ଅଲିମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ବଡ ବଡ କମ୍ପାନୀ ମନଲୋଭା ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ମହିଳା ୱେଟଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କୁ ଡୋମିନୋଜ ମାଗଣା ପିଜା ଯୋଗାଇଦେବା ଘୋଷଣା କରିବା ପରେ ଆଜି ଆଇନକ୍ସ ଲୋଭନୀୟ ଅଫର ଦେଇଛି । ଅଲିମ୍ପିକ୍ସ…

ଟୋକିଓ ଅଲିମ୍ପିକ୍ସ: ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି. ଭି. ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି ରହିଛି । ମହିଳା ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ବିଜୟୀ ହୋଇଛନ୍ତି । ହଂକଂ ପ୍ରତିଯୋଗୀ ଚେଉଙ୍ଗ ନ୍ୟାଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତା କରିଛନ୍ତି । ଏହି ବିଜୟ ସହ ସେ ରାଉଣ୍ଡ ୧୬କୁ ଉନ୍ନୀତ…

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା…

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା…