Latest Odisha News

BREAKING NEWS

Browsing Category

ଖେଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦: ଟସରେ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲେ ବିରାଟ

ଲାଉଡ଼ରହିଲ: ଆଜି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଛି ପ୍ରଥମ ଟି-୨୦ ମ୍ୟାଚ୍ । ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଯୁକ୍ତରାଷ୍ଟ ଆମେରିକାର ଫ୍ଲୋରିଡ଼ାର ଲାଉଡ଼ରହିଲଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି । ବିରାଟ କୋହଲୀଙ୍କ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ମୁକାବିଲା

ଲାଉଡ଼ରହିଲ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଜିଠୁ ଆରମ୍ଭ କରୁଛି ତା’ର କାରବିୟାନ୍ ଅଭିଯାନ । ଭାରତୀୟ ଦଳ ଏହି ଗସ୍ତକ୍ରମରେ ୩ଟି ଟି-୨୦ ମ୍ୟାଚ, ୩ଟି ଦିନିକିଆ ଅନ୍ତର୍ଜାତୀୟ ତଥା ୨ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍…

ଟ୍ୱିଟ୍ କରି ନିଆଁରେ କିପରି ଘିଅ ଢାଳିଲେ ରୋହିତ ଶର୍ମା, ଜାଣନ୍ତୁ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଆଗକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି । ଏବେ ଦଳ ମଧ୍ୟରେ କିଛି ଖେଳାଳି ଏପରିକି ରୋହିତ-ବିରାଟଙ୍କ ମଧ୍ୟରେ ଝଗଡ଼ା ଚାଲିଥିବାର ଗୁଜବ ବିଭିନ୍ନ ସୋସିଆଲ୍ ମିଡ଼ିଆ ଏବଂ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ବଢିବାରେ ଲାଗିଛି । I don’t just…

ପିଏନଭି ଫାଉଣ୍ଡେସନର ‘ସୋ କେଶ୍ ଓଡିଶା ଆୱାର୍ଡସ’ ଓ ‘କନକ୍ଲେଭ’ରେ ଦୂତୀ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ପିଏନଭି ଫାଉଣ୍ଡେସନ ପକ୍ଷରୁ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ସୋ କେଶ୍ ଓଡିଶା ଆୱାର୍ଡସ୍ ଓ କନକ୍ଲେଭର ଚତୁର୍ଥ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବ ପ୍ରାରମ୍ଭରେ ବାଜି- ଦ ଇର୍ମୋଟାଲ୍ ବୋଟ୍ ବୟ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ…

‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଜିତିଲା ଟାଟା ଷ୍ଟିଲ୍ ଏକାଦଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଦିନ ଅନୁଷ୍ଠିତ ୨୦୧୯ ‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ୍ ଏକାଦଶ ୩-୦ ଗୋଲରେ ଲିଡ଼ର୍ସ ଏକାଦଶକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟାଟା ଷ୍ଟିଲ୍ ଦଳ ପକ୍ଷରୁ ସଦ୍ଦାମ ଆବ୍ରାର୍ ୨ଟି ଗୋଲ୍ ସ୍କୋର୍ କରିଥିବା…

ଓସଜାର ନୂତନ କର୍ମକର୍ତ୍ତା ନିର୍ବାଚନ: ସନ୍ଦୀପ ମିଶ୍ର ସଭାପତି ଓ ସମ୍ବିତ୍ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର (ଓସଜା) ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ଆସନ୍ତା ଦୁଇବର୍ଷ ସକାଶେ ନୂଆ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟମାନେ ବିବିଧ ବିଷୟରେ ଆଲୋଚନା…

ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପୁଣି ଜିତିଲେ ପଦକ

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖି ପୁଣିଥରେ ଭାରତ ଲାଗି ସଫଳତା ଆଣିଦେଇଛନ୍ତି । ସେ ନାଇଜେରିଆଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଲାଗୋସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ କ୍ଲାସିକ୍ସ ପ୍ରତିଯୋଗିତାରେ ଦୁଇଟି ପଦକ ହାସଲ କରିଛନ୍ତି ।…

ଭାରତୀୟ ମହିଳା ହକି ଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଆସନ୍ତା ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ‘ହକି ଇଣ୍ଡିଆ’ ପକ୍ଷରୁ ଶୁକ୍ରବାର ଦିନ ଏକ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି । ଏହି ଦଳରେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ନିକଟରେ ଜାପାନଠାରେ…

ଭାରତୀୟ ଜାତୀୟ ହକିଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ୨ଜଣ ଉଦୀୟମାନ ହକି ଖେଳାଳି ନୀଲମ୍ ସଞ୍ଜୀବ ଖେସ୍ ଏବଂ ଆଶୀଷ ଟପ୍ନୋ ଭାରତୀୟ ଜାତୀୟ ଦଳରେ ସାମିଲ୍ ହୋଇଛନ୍ତି । ଓଡ଼ିଶାର ଏହି ଦୁଇଜଣ ଖେଳାଳି ଅଗଷ୍ଟ ୧୭ରେ ଜାପାନଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଲାଗି ମନୋନୀତ ହୋଇଥିବା ୧୮ ଜଣିଆ ଭାରତୀୟ ଜାତୀୟ…

ଧୋନୀ କାଶ୍ମୀରରେ ଭାରତୀୟ ସେନା ସହିତ ଦେଶଲାଗି ସେବା କରିବେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଟେଲ (ସମ୍ମାନିତ) ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସେନା ସହିତ ସାମିଲ ହୋଇ କାଶ୍ମୀର ଉପତ୍ୟକାରେ ଦେଶମାତୃକା ଲାଗି ସେବା କରିବେ । ଧୋନୀ ଏବେ ୧୦୬ ପାରାଚ୍ୟୁଟ୍ ବାଟାଲିୟନ ସହ ସାମିଲ୍ ହୋଇ ଜୁଲାଇ ୩୧ରୁ ଅଗଷ୍ଟ ୧୫…