Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବୃଦ୍ଧି ପାଇଛି । ଜୁଲାଇ ମାସ ୨୧ ତାରିଖରୁ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ…

କାଁ ଭାଁ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏହି ସବୁ ଜିଲ୍ଲା ଗୁିଡିକ ହେଉଛି କଟକ ,ଖୋର୍ଦ୍ଧା .ଭୁବନେଶ୍ୱର,ନୟାଗଡ଼,ପୁରୀ ବୌଦ୍ଧ ଏବଂ କଳାହାଣ୍ଡି । ଆଗାମୀ…

ରାଜ୍ୟରେ ସ୍କ୍ରାପ ପଲିସି କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି  ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି…

ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି ।ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ…

ହୁ ହୁ ବଢୁଛି ପିଆଜ ଦର

ଭୁବନନେଶ୍ୱର: ହୁ ହୁ ବଢୁଛି ପିଆଜ ଦର ।  ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି । ଚଳିତ…

କରୋନାରେ ହାରିଗଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ

ଭୁବନେଶ୍ୱର : ଆରପାରିରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଲେପୁରରେ…

ଭୂତ ଖାଉଛି ବୀମା ଟଙ୍କା,ଏଲଆଇସି ଏଜେଣ୍ଟ୍ ଗିରଫ

ଭୁବନେଶ୍ୱର: ଭୂତ ଖାଉଛି ବୀମା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗ ।   ଜଣେ ଏଲଆଇସି ଏଜେଣ୍ଟ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ସେ ୪ ଜଣ…

ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି । ଏକାଧିକ ପଜିଟିଭ୍…

ପୁଣି ଲଘୁଚାପ , ଫିକା ପଡିବ ପାର୍ବଣ

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ଫିକା ପଡିବ ପାର୍ବଣ । ଏଥର ବର୍ଷାରେ ଭିଜିବ ପୁରା ଦଶହରା । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।…

ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ। ଗତ…