Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି…

ଟୀକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଯାଜପୁର  : ଟୀକା ନେଇ ଶିଶୁର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆସିଛି ଯାଜପୁର ବିଞ୍ଝାରପୁର ଥାନା ପଂଳପୁର ଅଞ୍ଚଳରୁ । ଏକ ୨୫ ଦିନର ଶିଶୁକୁ ଟୀକା ଦିଆଯିବା ପରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁଟିକୁ ପଂଳପୁର ପ୍ରାଥମିକ ବିଦ୍ୟାଳୟରେ ଡାକ୍ତରଖାନା…

ଖଣିଜ ସମ୍ପଦ ଚୋରି ଉପରେ ଲାଗିବ ରୋକ୍

ଯାଜପୁର : ଜିଲାରେ ଲଘୁ ଖଣିଜ ସଂପଦ ଚୋରି ଉପରେ ଲାଗିବ ରୋକ୍ । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମନ ନିଆଯିବ । ବିଭିନ୍ନ ଲିଜ ଅଂଚଳରେ ନିୟମିତ ଯାଂଚ କରାଯିବା ସହିତ ଲିଜ ଧାରୀ ମାନେ ସେମାନେ ବ୍ୟବହାର କରୁଥିବା ଗାଡିର ହିସାବ ଦେବେ । ବିିଭିନ୍ନ ଖଣି ଅଂଚଳରେ…

ବିରଜା ମନ୍ଦିରରେ୧୪୪ ଧାରା ଜାରି

ଯାଜପୁର : କରୋନା ଯୋଗୁ କଟକଣା । ବାହାରକୁ ବାହାରିବାରେ ମଧ୍ୟ ନିୟମ । ଆଗକୁ ରଜ ସାବିତ୍ରୀ ଥିବା ବେଳେ ଭିଡ ନକରିବାକୁ ଦିଆଯାଇଛି ପରାମର୍ଶ । ଗୁରୁବାର ସାବିତ୍ରୀ ପୂଜା ଥିବାରୁ ବଜାର ଗୁଡିକରେ କିଛି ସ୍ଥାନରେ ଭିଡ଼ ଲାଗିଛି । ସେହିଭଳି ମନ୍ଦିର ଗୁଡିକରେ ଭିଡ ଆଶଙ୍କା କରି ଏବେଠୁ କରାଯାଉଛି…

ପୁଣି ନଗଡାରେ ଚାଂଚଲ୍ୟ ଖେଳାଇଲା ବାଲ୍ୟ ବିବାହ

ଯାଜପୁର: ଆଜିର ସମୟରେ ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ତଥାପି ବାଲ୍ୟ ବିବାହ ଭଳି କୁପ୍ରଥାରୁ ମୁକୁଳିପାରିନି ଆମ ସମାଜ । ଏଥିପାଇଁ ସରକାର ବହୁ ପ୍ରକାର ସଚେତନ କରିଥିଲେ ବି ଲୋକେ କିନ୍ତୁ ସୁଧୁରିବାକୁ ନାଁ ଧରୁନାହାଁନ୍ତି । ଅନ୍ୟ କେଉଁଠି ନୁହେଁ ଯାଜପୁର ସୁକିନ୍ଦା ବ୍ଲକର ଅପହଂଚ ଇଲାକା…

ପ୍ରବଳ ବର୍ଷାରେ ବନ୍ୟା ଚିନ୍ତା

ଯାଜପୁର: ବାତ୍ୟା ଗଲା । ଏବେ ବାତ୍ୟା ପରେ ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ…

ମଦ ବ୍ୟବସାୟୀଙ୍କୁ ଟିକସ ଛାଡ ନିଷ୍ପତ୍ତିକୁ ନେଇ କଂଗ୍ରେସର ପ୍ରତିବାଦ

ଯାଜପୁର: ମଦ ବ୍ୟବସାୟୀଙ୍କୁ ଟିକସ ଛାଡ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ଦଳ ବିରୋଧ କରିଛି । ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।…

ଲକଡାଉନ୍ ରାତିରେ ମାତିଲେ ଲୁଟେରା: ମନ୍ଦିରରୁ ରୁପା ମୁକୁଟ ଓ ଟଙ୍କା ନେଇ ଛୁ

ଯାଜପୁର: ଲକଡାଉନ୍ ରାତିରେ ସବୁଆଡ଼େ ଶୂନଶାନ । ଏହାର ଫାଇଦା ନେଇ ମନ୍ଦିରରୁ ଲୁଟ୍ । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ବିଳମ୍ବିତ…

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।…

ପରଲୋକରେ ବିଶିଷ୍ଟ ବାନାମ (କେନ୍ଦରା) ଶିଳ୍ପୀ ଉଦୟ ମୁର୍ମୁ

ଯାଜପୁର: ବିଶିଷ୍ଟ କାଠ ଖୋଦେଇ ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ଆଖି ବୁଜିଛନ୍ତି । ଗତ କିଛି ଦିନ ହେଲା କିଡିନୀ ରୋଗରେ ପିଡିତ ଉଦୟ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସାପାଇଁ ହସପିଟାଲ ଯାଇ ପାରିନଥିଲେ । ଶେଷରେ ଘରେ ପଡି ପଡି ଗତ ୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ଆଦିବାସୀମାନେ…