Latest Odisha News
Browsing Category

ଯାଜପୁର

Jajpur

ଆମର ଶିକ୍ଷକ ନାହାନ୍ତି, ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ… ପରୀକ୍ଷା ଖାତାରେ ଏପରି କିଛି ଲେଖି ପ୍ରତିବାଦ କଲେ…

ଯାଜପୁର: ଆମର ସଂସ୍କୃତ ପଢା ଯାଇନାହିଁ । ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ । ଆମର ଶିକ୍ଷକ ନାହାନ୍ତି । ଦୟାକରି ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ । ପରୀକ୍ଷା ଖାତାରେ ଏପରି ଉତ୍ତର ଲେଖି ଅଭିନବ ଉପାୟରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଖଇରାବାଦ ପଞ୍ଚାୟତ…

ମିଳିଲା ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ୨୦୨୧ ମସିହାରେ ହୋଇଥିଲା ଚୋରି

ଯାଜପୁର: ଫେରିବ ମା' କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି। ବଡ଼ଚଣା ଥାନା ଅଧିନ ଦର୍ପଣଠାରେ ମା' କୋଟ୍ରାକ୍ଷୀଙ୍କର ଏକ ମୂଲ୍ଯବାନ ଅଷ୍ଟଧାତୁ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ମାସ ୧୧ ତାରିଖରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏହି ଅଷ୍ଟଧାତୁ ମୂର୍ତ୍ତିଟି ବହୁ ପୁରାତନ ହୋଇଥିବା ବେଳେ…

ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍ ଅଭିଯୁକ୍ତମାନେ ଭୟରେ…

ଟ୍ରେନ ଧାରଣାରେ ଯାଉଥିଲେ ଦମ୍ପତି, ମାଡିଗଲା ଟ୍ରେନ

ଯାଜପୁର: ଦଶହରା ଛୁଟିରେ ଘରକୁ ଆସୁଥିଲେ ଦମ୍ପତି । କିନ୍ତୁ ରେଳଧାରଣାରେ ଜଗି ବସିଥିଲା ଯମ । ପୂର୍ବତଟ ରେଳବାଇ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ରେଳଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା । ରେଳ ଧକ୍କାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତି ହେଲେ କୋରେଇ ବ୍ଲକ…

ଯାଜପୁର ପାଣିକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ପଛପଟୁ ପିଟିହେଲା ଆମ୍ବୁଲାନ୍ସ , ଦୁଇ ଗୁରୁତର

ଯାଜପୁର : ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଅଭାନୀୟ ଘଟଣା ଘଟିଛି । ଟ୍ରକ ପଛପଟୁ ପିଟିହେଲା ଆମ୍ବୁଲାନ୍ସ  । ଫଳରେ ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆଜି ଭୋର ସମୟରେ ଆମ୍ବୁଲାନ୍ସଟି କଟକରୁ ରୋଗୀ ଛାଡି ଫେରୁଥିବା ବେଳେ ପାଣିକୋଇଲି ୫୩ ନଂ  ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ…

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

https://youtu.be/Sn0uSRPHubU ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ…

ନଷ୍ଟ ହୋଇଗଲା ଫସଲ, ଚିନ୍ତାରେ ବିଷ ପିଇଲେ ଚାଷୀ

ଯାଜପୁର: ଫସଲ ନଷ୍ଟ ହେବା କାରଣରୁ ଚିନ୍ତାରେ ପଡିଲେ ଚାଷୀ । କୌଣସି ବାଟ ନ ପାଇ ଶେଷରେ ନେଲେ ଚରମ ନିଷ୍ପତି । ବିଲ ମଝିରେ ବିଷ ପିଇ କଲେ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଜବାଟି ମୌଜାରେ । ସୂଚନା ଅନୁସାରେ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ତାଙ୍କ…

ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ: ଗଡ଼ିଛି ମା ବିରଜାଙ୍କର ରଥ, ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଯାଜପୁର ବିରଜାଙ୍କ ପୀଠରେ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର:  ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଟିଛି ସମସ୍ତ ଦେବୀ ପୀଠ  । ସ୍ବତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର…

ପବିତ୍ର ମହାଳୟାରେ ଯାଜପୁର ନାଭିଗୟାରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ: ଆସନ୍ତାକାଲି ମା ବିରଜାଙ୍କ ପୀଠରେ ଗଡିବ ରଥ

ଯାଜପୁର : ଆଜି ପବିତ୍ର ମହାଳୟା  । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା…