Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଗସ୍ତରେ ସୋମବାର ଦିନ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି ଗସ୍ତ ସମୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ 'ଭାରତ ମଣ୍ଡପମ୍'…

Cyclone Murasu: ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’, ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା! ଏହି ସବୁ ଜିଲ୍ଲାରେ…

ଭୁବନେଶ୍ବର: ବଙ୍ଗୋପସାଗରରେ ଶକ୍ତି ବଢ଼ାଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଗୋପାଳପୁର ଡପଲର୍‌ ପାଣିପାଗ ରାଡାରର ନିରୀକ୍ଷଣ ଅନୁଯାୟୀ, ଗଞ୍ଜାମ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାର ସକ୍ରିୟ ପଟ୍ଟି…

କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି…

କଟକ: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପାଇଁ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ପବିତ୍ର ଅବସରରେ ବାବା ଧବଳେଶ୍ୱର ‘ବଡ଼ ସିଂହାର ବେଶ’ରେ ଭକ୍ତଙ୍କୁ…

ବାତ୍ୟା ମୁରାସୁ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ମୁରାସୁ ପ୍ରଭାବରେ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୩ ଏବଂ ୪ ତାରିଖରେ ଦକ୍ଷିଣ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’

ନୂଆଦିଲ୍ଲୀ: ସୋମବାର ଭୋର ସମୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ବାତ୍ୟା ‘ମୁରାସୁ’ ଅଧିକ ଘନୀଭୂତ ହୋଇ ଏକ ‘ଭୀଷଣ ବାତ୍ୟା’ର ରୂପ ନେଇଛି। ଏହା ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ର…

ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ; ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ 'ଅର୍ଣ୍ଣବ' ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ନଭେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ। ଏହି ଦଳ ବାତ୍ୟା ପ୍ରଭାବିତ…

ଆଗରେ ରଙ୍ଗ ବେପାର,ପଛ ଗୋଦାମରେ ବାଣ ଭର୍ତ୍ତି;ମୁଖ୍ୟ ବ୍ୟବସାୟୀ ଗିରଫ

ଜଗତସିଂହପୁର: ତିର୍ତ୍ତୋଲ ପୋଲିସର ବଡ଼ ଧରଣର ଚଢ଼ାଉ । ଜଗତସିଂହପୁର ଜିଲ୍ଲା ସଁଅରା ଛକ ନିକଟରେ ଥିବା ଏକ ରଙ୍ଗ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ବାଣ କାରବାର । ସେଠାରୁ ତିର୍ତ୍ତୋଲ ପୋଲିସ ଜବତ କରିଛି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଓ ବାରୁଦ । ଘଟଣାରେ ପୋଲିସ ମୁଖ୍ୟ…

ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ରିଲିଫ୍, ଜରୁରୀକାଳୀନ ସେବା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ବିଶେଷକରି ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ, କ୍ଷେତ୍ରସ୍ତରରେ ଅଧିକ ଯାନ୍ତ୍ରିକ ଓ ପ୍ରଶାସନିକ ସହାୟତା…

Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କାଲିଠୁ ୪ ଯାଏଁ ଜିଲ୍ଲାରେ ସବୁ ଘରୋଇ ଓ ସରକାରୀ ସ୍କୁଲ,କଲେଜ ବନ୍ଦ ରହିବ । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ସମସ୍ତ ସ୍କୁଲ , କଲେଜ ଏବଂ ଜିଲ୍ଲାର ସମସ୍ତ ଅଙ୍ଗନୱାଡି…

ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ

ଟିକାବାଲି:ବାତ୍ୟା ଅର୍ଣ୍ଣବ‌ ଯୋଗୁଁ ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି କେଉଟସାହି- ଏସ୍‌କେପିଏମ୍‌ ରାସ୍ତାରେ ଥିବା ସାଲୁଙ୍କି ପୋଲ ଦବି ଯାଇଥିଲା। ଆଜି ଏହି ପୋଲର କ୍ଷୟକ୍ଷତିକୁ ଏକ ବିଶେଷଜ୍ଞଦଳ ଯାଞ୍ଚ କରିଛନ୍ତି।…