Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋର୍ଦ୍ଧାରୁ ବିପୁଳ କଇଁଛ ଉଦ୍ଧାର, ଚୋରା ଚାଲାଣ ବେଳେ ଧରିଲେ… 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଗୋଡ଼ିପଡ଼ା ଅଞ୍ଚଳରେ ଏକ ଗାଡ଼ିରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ଶହଶହ କଇଁଛ ଜବତ କରାଯାଇଛି। ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ାରେ ଏହି ଗାଡ଼ି ଯାଉଥିବା ବେଳେ ଟୋଲଗେଟ୍ କର୍ମଚାରୀମାନେ ଅଟକାଇଥିଲେ। ଗାଡ଼ି ଯାଞ୍ଚ କରାଯିବା ପରେ…

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ…

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ

ଭୁବନେଶ୍ଵର: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ପଙ୍କଜ। ତେଣୁ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସେ । ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ…

ଭିଜିଲାନ୍ସ ଜାଲରେ ଦୁଇ କୃଷି ଅଧିକାରୀ

ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ କହି ନେଉଥିଲେ ଏହି ଲାଞ୍ଚ । ଟ୍ରାପ ପରେ ଉଭୟଙ୍କର ୫…

ଭଦ୍ରକରେ ସେକ୍ସ ରାକେଟ୍ ଠାବ

ଭଦ୍ରକ: ଭଦ୍ରକର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢଉ କରିଛି ପୋଲିସ। ଏଥିସହିତ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜଣେ ପୋଲିସ ଅଧିକାରୀ ଗ୍ରାହକ ଭାବରେ ହୋଟେଲକୁ ଆସିଥିଲେ। ଦୁଇ ହଜାର ଟଙ୍କାରେ ଡିଲ୍ କରିବା ପରେ…

ସଂକଳ୍ପ ପଦଯାତ୍ରାରେ ଭାଙ୍ଗିଥିଲା ପିସିସି ସଭାପତିଙ୍କ ହାତ: ସରିଲା ଅସ୍ତ୍ରୋପଚାର

ଭୁବନେଶ୍ବର: ନୂଆ ପିସିସି ସଭାପତି ଭାବେଯୋଗ ଦେବା ପରେ କଂଗ୍ରେସର ପଦ ଯାତ୍ରା ସମୟରେ ଆହତ ହୋଇଥିଲେ ଭକ୍ତ ଦାସ । ଭୁବନେଶ୍ଵର - ପୁରୀ ସଂକଳ୍ପ ଯାତ୍ରା ସମୟରେ ଉତ୍ସାହୀ କର୍ମୀଙ୍କ ଭିଡ଼ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ହାତରେ ଆଘାତ ଲାଗିଥିଲା । ଯାହାର ସଫଳ ଅସ୍ତ୍ରୋପଚାର…

‘ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ’

ଭୁବନେଶ୍ୱର: ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଶନିବାର ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ…

ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବାକୁ ଯାଉଛି । ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଗହଳୀକୁ ନଜରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ତେବେ ଏକାଦଶୀର ଦୁଇ ଦିନପରେ ପ୍ରସିଦ୍ଧ…

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନାନୋମେଡିସିନର ସଦ୍ୟତମ ବିକାଶ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବହୁ ଗବେଷକ, ଛାତ୍ର, ଚିକିତ୍ସା ବୃତ୍ତିଧାରୀ, ସାମାଜିକ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ ସମେତ ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।…

୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଫେରସ୍ତ ହେବ ସୁଧ

ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ । ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ…