Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ; ବାପା ପୁଅ ମୃତ, ସେପଟେ ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁଇଟି ଜୀବନ । ମୃତକଙ୍କ ଘର ଘଟଗାଁ ଥାନା ଅଧୀନ ବାରିଗାଁରେ ବୋଲି ଜଣାପଡିଛି । ତେବେ ଉଭୟ ସମ୍ପର୍କରେ ବାପା ପୁଅ ହେବେ ବୋଲି…

ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା; ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଯାତ୍ରା ସମୟରେ ପାଇପାରିବେ ମନ ପସନ୍ଦ ଖାଦ୍ୟ, ଆଇଆରସିଟିସି ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ/ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଇଆରସିଟିସି (IRCTC) ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀମାନଙ୍କୁ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି ପାଇଁ 'ସ୍ୱିଗି' ସହିତ କଥାହୋଇଛି । IRCTC ର ଏହି ପଦକ୍ଷେପ ସହିତ ଯାତ୍ରୀମାନେ ସେମାନଙ୍କର ପ୍ରିୟ ଖାଦ୍ୟ ପାଇପାରିବେ ।…

ଆଜିଠୁ ନାଟମଣ୍ଡପ ମରାମତି କାମ ଆରମ୍ଭ, ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ସରିବ । ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ…

ନିର୍ବାଚନ ବେଳେ ‘ନାଗ ଭୟ’, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବଢ଼ିଲାଣି କି ହୃଦସ୍ପନ୍ଦନ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅର୍ଚ୍ଚନା ନାଗ ମାମଲା ରାଜନୈତିକ ଝଡ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଏହି ମାମଲାରେ ରାଜନୈତିକ ଓ ପ୍ରଶାସନିକ ବଡ଼ ବଡ଼ ବ୍ୟକ୍ତିଙ୍କ ବ୍ଲାକମେଲିଂ କାହାଣୀ ଲୁଚି ରହିଛି। ଅନେକ ରାଜନୈତିକ ନେତା ଓ ପ୍ରଶାସନିକ…

ସ୍ୱୟମ ଯୋଜନା: ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ୍ ସ୍ମଲ ଏଣ୍ଟରପ୍ରାଇଜେସ୍ (ସିଜିଟିଏମ୍ଏସ୍ଇ) ସହ 'ସ୍ୱୟମ୍' ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଗୁରୁବାର ଭୁବନେଶ୍ୱରରେ ସିଜିଟିଏମଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୦ ନମ୍ବର ଜାତୀୟ ରାଜପଥ ନିକଟ ରାଜଗାଙ୍ଗପୁରର ପଦମାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ଅନୀଲ କୁମାର ତିୱାରୀ…

ଭୁବନେଶ୍ୱର ଉପକଣ୍ଠରୁ ଜବତ ହେଲା ୫୦୦ କେଜି ଭାଙ୍ଗ ଓ ୨୫ କେଜି ଗଞ୍ଜେଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଦୁଇଟି ପୃଥକ ମାମଲାରେ ଅବକାରୀ ଅଧିକାରୀମାନେ ୫୦୦ କିଲୋରୁ ଅଧିକ ଭାଙ୍ଗ ଓ ୨୫ କେଜି ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅନ୍ତର୍ଗତ ବାହୁଖଣ୍ଡା ଗ୍ରାମରେ ବିପୁଳ ପରିମାଣର ଭାଙ୍ଗ (ଗଞ୍ଜେଇ ପତ୍ର) ଗଚ୍ଛିତ ରହିଥିବା ନେଇ…

ଆଇପିଏଲ୍ ୨୦୨୪: ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍

କଟକ: ବାରବାଟୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ମ୍ୟାଚ ଖେଳାଯାଇପାରେ। ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମ୍ୟାଚ ଆରମ୍ଭ ହେଉଥିବା ବେଳେ ଓଡ଼ିଶା କ୍ରୀଡାପ୍ରେମୀମାନଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଉଛି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ…

କାଳିଆ ଯୋଜନା ଓ ଛାତ୍ରବୃତ୍ତି ଆଗାମୀ ୩ ବର୍ଷ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୬-୨୭ ପର୍ଯ୍ୟନ୍ତ ଆଗାମୀ ତିନି ବର୍ଷ ପାଇଁ କାଳିଆ ଯୋଜନା ଓ ଛାତ୍ରବୃତ୍ତି ପାଇଁ ୬୦୨୯.୭୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…