Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ…

୧୩ଟି ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି, ୫୯ଟି ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦…

ନୂଆପଡାରେ ବୁଲୁଛି ପୁଣି ଏକ କଲରାପତରିଆ ବାଘ, ଆତଙ୍କିତ ଲୋକେ

ନୂଆପଡା: କିଛିଦିନର ବ୍ୟବଧାନ ପରେ ପୁଣି ଭୟ ଦେଖାଇଲାଣି ବାଘ । ବାଘ ଭୟରେ ଲୋକେ ଦିନ ଦ୍ଵିପହରରେ ଘରେ କବାତ ଦେଇ ପଶିରହୁଛନ୍ତି । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ ଏକ କଲରାପତରିଆ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି  l ବାଘ ଦେଖିବା ପରେ ସୁନାବେଡାକୁ…

ରାଉରକେଲାରେ ଡାଇରିଆ ଆତଙ୍କ, ଗଲାଣି ୪ ମୁଣ୍ଡ

ରାଉରକେଲା: ପୁଣି ମୁଣ୍ଡ ଟେକିଲାଣି ଡାଇରିଆ । ରାଉରକେଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଦୁଇ ଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ଏବେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି ।…

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଉତ୍କଳ ଭାରତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଚ୍ଚବିଦ୍ୟାଳୟର ସଂସ୍କୃତି ବିଭାଗ ସଂଯୋଜକ ଡକ୍ଟର ସୁଧୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି…

କାମ ନସରୁଣୁ ରାସ୍ତାରୁ ଉଠୁଛି ପିଚୁ, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ନୂଆପଡା: ଗାଁ ଠାରୁ ସହରକୁ ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଦ୍ଧେଶ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା ମାନ ନିମ୍ନରୁ ଅତିନିମ୍ନ ଭାବରେ କାର୍ଯ୍ୟ ହୋଇଛି…

ଜିଏସଟି ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ

ସୁବର୍ଣ୍ଣପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍  । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସହଲା ରୋଡ ରେ ଥିବା କେଜିଏନ୍ ସାନିଟାରୀ ଓ ମୁକ୍ତାର ଟ୍ରେଡସ ଦୁଇଟି ଜାଗାରେ ବଲାଙ୍ଗୀର ଜିଏସଟିର ୬ ଜଣିଆ ଟିମ୍ ଚଢ଼ାଉ କରୁଛି  । GST ଫାଙ୍କିବା ଅଭିଯୋଗ ରେ ଏହି ରେଡ୍ ଜାରି ରହିଛି ।…

ଓଡିଶାରେ କାଶ୍ମୀର ଆତଙ୍କୀ ! ୨୦୧୮ରୁ ରହୁଥିଲା ବୁଖାରୀ

ଯାଜପୁର:  କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଛି । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ କରାଯାଇଛି ।…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…