Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ଆସନ୍ତାକାଲି ବାହୁଡିବେ ଶ୍ରୀଜିଉ

ପୁରୀ: ଶ୍ରୀଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧବିଗ୍ରହଙ୍କୁ ଦର୍ଶନ କରିପାରିବେ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ…

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ଗତକାଲି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵରରେ ପହଞ୍ଚିଥିଲେ । ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ…

ରାଜ୍ୟପାଳଙ୍କୁ ଭେଟିଲେ ଏଏସଓଙ୍କ ପତ୍ନୀ, କହିଲେ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି

ଭୁବନେଶ୍ୱର: ପୁରୀରେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ଆଣିଥିବା ଏଏସ୍ଓଙ୍କ ପତ୍ନୀଙ୍କୁ ନ୍ୟାୟ ଦେବାକୁ ରାଜ୍ୟପାଳ ରଘୁବର ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜୀ ପ୍ରଧାନ ଶନିବାର ଭୁବନେଶ୍ୱରରେ ଗଣମାଧ୍ୟମ…

କାଲିଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ

ଭୁବନେଶ୍ୱର: କାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି…

ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍‌ ବିଶ୍ୱନାଥ ରଥ

ନୂଆଦିଲ୍ଲୀ: ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା…

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ଖୋଲାଯିବ ରତ୍ନଭଣ୍ଡାର

ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ ରାଜ୍ୟ ସରକାର। ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ…

ବାରିପଦା ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: ଆଜି ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…

ଜୁଲାଇ ୧୫ରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୫ ତାରିଖରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆରମ୍ଭ କରିବେ। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର…

ପ୍ରତି ମାସ ସଂକ୍ରାନ୍ତିରେ ହେବ ନଦୀ ଆଳତି, ଗଠିତ ହେବ ନଦୀ ପଞ୍ଚାୟତ

ନିମାପଡା: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭାର୍ଗବୀ ନଦୀ କୂଳରେ ନିମାପଡା ବ୍ଲକ ହରିପୁରର ବିଶ୍ୱେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ ଏଥିରେ ଯୋଗ ଦେଇଥିଲେ l…

ନର୍ସିଂହୋମରେ ନିଆଁ ଲାଗିବା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ରାଧାରମଣ ନର୍ସିଂହୋମରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସଚିବ, ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର…