Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବଲପୁରରେ କରିବେ ପ୍ରଚାର। ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ। ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନସଭାକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ। ସେହିପରି ମଧ୍ୟାହ୍ନ ୧୨ଟାରେ ନାକଟିଦେଉଳ କଲେଜ…

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ବାଲେଶ୍ୱର: ନୀଳଗିରି ଅଘଟଣ। ରେମୁଣା ବ୍ଲକ ଗଡିଆମାଳସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୧୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ସନ୍ଧ୍ୟା ବେଳେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ, ହଠାତ୍ ମୁଣ୍ଡ…

ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ୨୦୨୪ ନିର୍ବାଚନରେ କୋଟି କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି କେନ୍ଦ୍ରବିନ୍ଦୁ ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେପି। କ୍ଷମତାକୁ ଆସିଲେ ୧୮ ମାସ ମଧ୍ୟରେ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା…

ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ୍ ସୋ କରିବେ ବୋଲି କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ପୁରୀ ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବିଶେଷ ଭଲପାଇବା ଥିବାରୁ ସେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ…

ଗଞ୍ଜାମରେ ନିର୍ବାଚନ ହିଂସାକୁ ଦେଖି ୨୦ରେ ମତଦାନ ବେଳେ ସିଏପିଏଫର ୨୦ କମ୍ପାନୀ ମୁତୟନ କରାଯିବ

ଭୁବନେଶ୍ୱର: ଖଲ୍ଲିକୋଟରେ ନିର୍ବାଚନ ଜନିତ ହିଂସାକାଣ୍ଡକୁ ଦେଖି ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ)ର ୨୦ କମ୍ପାନୀ ମୁତୟନ କରାଯିବ। ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।…

ଜୀବନପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ଭୁୁବନେଶ୍ୱର: ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି। ନିକଟରେ ସେ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପ୍ରଦୀପ…

ଯଦି ବିକାଶ ହୋଇଛି ଓଡ଼ିଶାରେ ଦାଦନ ସମସ୍ୟା କାହିଁକି ଚରମ ସୀମାରେ: ଖଡ଼ଗେ

ଭୁବନେଶ୍ୱର: ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ୨୪ ବର୍ଷର ବିଜେଡି ଶାସନ ସତ୍ତ୍ୱେ ଓଡ଼ିଶାରେ ଦାଦନଙ୍କ ନିରନ୍ତର ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାକୁ ସବୁଠୁ ବଡ ବେକାରୀ…

ଟିକେଟ୍ କଟିବା ପରେ ବିଜେଡିକୁ ଫେରିଲେ ରାଜୁ ଦାସ, ପ୍ରତିଶ୍ରୁତି ଦେଲେ ଭଦ୍ରକରେ ଶୁଭିବ ଶଙ୍ଖ ଧ୍ବନି

ଭୁବନେଶ୍ୱର: ବିଜେପିରୁ ପ୍ରଥମେ ସୋର ବିଧାନସଭାରୁ ଟିକେଟ୍ ପାଇଥିଲେ ପରେ ଦଳ ଡିଆଁ ପର୍ବରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଦଳ ଟିକେଟ୍ ଦେଇଛି। ଏହାପରେ ଅସନ୍ତୋଷ ପ୍ରକାଶ କରିଥିବା ରାଜୁ ଦାସ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଆଜି ଶଙ୍ଖ ଭବନରେ…

‘ହିସାବ ନ ଦେବା ପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଦେବୁନି’

ହିଞ୍ଜିଳି: ବିଜେଡି ନିର୍ବାଚନରେ ହାରିଗଲେ ବିଜେଡି ନେତା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ତାଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ । ଓଡ଼ିଶାରେ ଯେଉଁ ସବୁ ଦୁର୍ନୀତି ହୋଇଛି ପ୍ରଥମେ ତାହାର ହିସାବ ଦେବାକୁ ହେବ । ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ଲୁଟ୍ ହୋଇଛି,…

‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’

ସୁବର୍ଣ୍ଣପୁର: ଛତିଶଗଡ ରାଜ୍ୟରେ ଯେଉଁଭଳି ଭାବରେ ବିଜେପି ବିଜୟୀ ହୋଇ ଡବଲ ଇଞ୍ଜିନ ସରକାର ଗଢିଛି ଆଉ ଏହାର ଲାଭ ଉଠାଉଛନ୍ତି ଜନସାଧାରଣ ସେହିଭଳି ଭାବରେ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଗଢନ୍ତୁ ବୋଲି ସୁବର୍ଣ୍ଣପୁରରେ ପ୍ରଚାର ବେଳେ ଲୋକଙ୍କୁ କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ…