Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁନ୍‌ ୭ରୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ତା. ୦୭/୦୬/୨୦୨୪ରିଖଠାରୁ ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ…

ନିର୍ବାଚନୀ ହିଂସା: ବିଜେପି ବୁଥ ସଭାପତିଙ୍କୁ ଛୁରାମାଡ

କେନ୍ଦ୍ରାପଡ଼ା: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଇଭିଏମ୍ ରେ ସିଲ୍ ହୋଇଛି ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ। ଏହାରି ଭିତରେ ଅନେକ ଜାଗାରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଲୋକସଭା…

ଜୁନ୍ ୪ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏହିପରି କରିବେ ଆବେଦନ

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ବୁଥ୍ ସାମ୍ନାରେ ହାଣି ହତ୍ୟା କରିଛି ତାଙ୍କ ସ୍ବାମୀ । ମୃତ ମହିଳା ହେଲେ ରଶ୍ମିରେଖା ବେହେରା…

ଭୋଟ ଦେଉଛି ଓଡିଶା, ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ଵର: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ପରିକ୍ଷା ହେବ । ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ ହୋଇଛି । ବାଲେଶ୍ବରରେ ୬୧.୯୧% ମତଦାନ ହୋଇଥିବା ବେଳେ ଭଦ୍ରକରେ ୫୮.୨୧%,…

ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ଭୋଟିଂ ହୋଇଛି । ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨ ପ୍ରତିଶତ, ଯାଜପୁରରେ ୪୮.୮୦ ପ୍ରତିଶତ,…

ଛିଡା ଛିଡା ଜଳିଗଲା ୪ ବସ

ବିଷମ କଟକରେ : ହୁତୁହୁତୁ ହୋଇ ଜଳିଲା, ମିନିଟ ଭିତରେ ଜଳି ପୋଡି ପାଉଁଶ | ଏଭଳି କିଛି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ | ଛିଡା ଛିଡା ଜଳିଗଲା ୪ ବସ| ସୂଚନା ଅନୁଯାୟୀ, ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ ଟି ବସ ରହିଥିଲା |…

ରାଜସ୍ବ ଗ୍ରାମ ଦାବି ନେଇ ଭୋଟ୍ ବର୍ଜନ କଲେ ରାମଚନ୍ଦ୍ରପୁର ବାସିନ୍ଦା

ମୟୂରଭଞ୍ଜ: ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ କରିଛନ୍ତି ରାମଚନ୍ଦ୍ର ପୁର ବାସିନ୍ଦା । ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଖନ୍ତ ପଞ୍ଚାୟତ ଅନ୍ତର୍ଗତ ୧୧/୧୨ ନମ୍ବର…

ସାଲେପୁରରେ ନିର୍ବାଚନୀ ହିଂସା, ଏଜେଣ୍ଟଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ

ସାଲେପୁର: ସାଲେପୁରରେ ନିର୍ବାଚନୀ ହିଂସା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ସାଲେପୁର ମାଳଶାସନ ବୁଥ ନଂ ୧୮୪ ଏବଂ ୧୮୫ ରେ ହିଂସାକାଣ୍ଡ ଘଟିଛି। ବୁଥ କ୍ୟାପଚରିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ପରିସ୍ଥିତି ଦେଖା ଦେଇଛି ଯେଉଁଥିରେ ଜଣେ ବିଜେପି ଏଜେଣ୍ଟଙ୍କ ସହ ୩ ବିଜେପି ସମର୍ଥକ ଆହତ…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତ୍ୟୁ ସଂଖ୍ୟ ୯କୁ ବୃଦ୍ଧି

ପୁରୀ/କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଲେ ଆଉ ଦୁଇ ଜଣ ଆହତ । ଜଣେ ମୃତକ ହେଉଛନ୍ତି ଶଙ୍କର ବେହେରା (୩୮) ଅନ୍ୟ ଜଣଙ୍କ ନାଁ ଘୋଷଣା ହୋଇନାହିଁ । ଏହାକୁ ମିଶାଇ ୯ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ତେବେ ଶଙ୍କର…