Latest Odisha News
Browsing Category

ଓଡିଶା

Odisha

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ସେ ସରକାରୀ ଅର୍ଥର…

ଦୃଢ ଇଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା,ଡାକ୍ତର ହେବେ ଦିବ୍ୟାଙ୍ଗ ଛାତ୍ର ସଂଗ୍ରାମ

ଯାଜପୁର: କଥାରେ ଅଛି ଦୃଢ ଇଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାରମାନେ ସମସ୍ତ ପ୍ରତିକୂଳତା । ମନରେ ଅନେକ ଆଶା ଆଉ ଅନେକ ସ୍ୱପ୍ନ । ଜୀବନ ଥିଲେ ତ ସମସ୍ୟା ଅଛି । ଆଉ ସେହି ସମସ୍ୟାକୁ ପାର କରି ନିଜର କର୍ତ୍ତବ୍ୟ କରିବାର ଅଛି । ଭଗବାନଙ୍କ ଇଚ୍ଛା ବିରୋଧରେ ସିନା ଯାଇପାରିବାନି ହେଲେ…

ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ପୁରୀ ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ କୁକୁରର ପ୍ରାଣ ଯାଇଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ପେଣ୍ଠକଟାସ୍ଥିତ…

ରିଲିଜ୍ ହୋଇଛି ଫିଲ୍ମ ‘ପୁଷ୍କରା’ର ଟ୍ରେଲର, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

ପୁରୀ: ଆଧୁନିକ ସମାଜ ମଧ୍ୟରେ ଅନେକ ପରମ୍ପରା ଏବେ ବିଲୁପ୍ତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡାଇବା ପାଇଁ ଜଣେ ପୁଷ୍କରାର ଆବଶ୍ୟକ ପଡିଥାଏ । ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ । ବିଭିନ୍ନ  ସ୍ଥାନରେ ଭିନ୍ନଭିନ୍ନ ନାମରେ ପୁଷ୍କରାକୁ ନାମିତ…

ଲମତାପୁଟ ପୋଲିସକୁ ବଡ ସଫଳତା: ୨୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

ଲମତାପୁଟ: ଲମତାପୁଟ ପୋଲିସକୁ ବଡ ସଫଳତା ମିଳିଛି  । ୨୫ କେଜି ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରେ । ଜଲାପୁଟ ରୁ ବାଣରାଶିକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ଏକ ଗଞ୍ଜେଇ…

ଚର୍ଚ୍ଚାରେ କୋରାପୁଟିଆ କଳାଜିରା ଧାନ, ଖୁବଶିଘ୍ର ମିଳିବ GI ଟ୍ୟାଗ୍

କୋରାପୁଟ: କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କୋରାପୁଟିଆ କଳାଜୀରା ଧାନକୁ ମିଳିବାକୁ ଯାଉଛି ଜିଆଇ ଟ୍ୟାଗ । ସେହିପରି ଓଡିଶାର ୭ ଉତ୍ପାଦ ଯଥା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର…

ଥମୁନି ଧଳାଜହର କାରବାର: ଉତ୍ତର ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ଧଳା ଜହର କାରବାର  । ଆଜି ଏସଟିଏଫ୍ ଟିମକୁ ବଡ ସଫଳତା ମିଳିଛି  । ଉତ୍ତର-ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି   । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି  । ଏହି ଘଟଣାରେ…

ଭିଟାମାଟିକୁ ଫେରିଲେ ଦୁବାଇରେ ଫସିଥିବା ୮ ଶ୍ରମିକ, ସରକାରଙ୍କୁ ଦେଲେ ଧନ୍ୟବାଦ

ଖଲ୍ଲିକୋଟ: ଦୁବାଇକୁ କାମ କରିବାକୁ ଯାଇ ଫସିଥିଲେ ୧୫ ଶ୍ରମିକ  । ଆଜି ୮ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ବାକି ୭ ଜଣ ଶ୍ରମିକ ଖୁବ ଶୀଘ୍ର ନିଜ ଗାଁକୁ ଫେରିବେ ବୋଲି ସୂଚନା ଦେଇଛି ଛତ୍ରପୁର ଶ୍ରମ ବିଭାଗ  । ତେବେ ନିଜ ଜନ୍ମମାଟିକୁ ଫେରିଥିବା ଶ୍ରମିକମାନେ ହେଉଛନ୍ତି ଲଙ୍ଗଳେଶ୍ବର…

ବିଶୃଙ୍ଖଳିତ ଆଚରଣ ପାଇଁ ୬ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । ଯାହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ଅନ୍ତେବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି  ।  କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ…