Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ, ୨୯ ଜୁଲାଇରୁ ପାଠପଢ଼ା

ଭୁବନେଶ୍ୱର: ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ମିିିଳିଥିବା…

କାଳବୈଶାଖୀ ଦେଲା ଆଶ୍ୱସ୍ତି; ତାତିରୁ ମିଳିଲା ମୁକ୍ତି

 ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ସକାଳୁ ସକାଳୁ ରାଜଧାନୀ  ଜଳୁଥିବାବେଳେ ମଧ୍ୟାହ୍ନରେ କାଳବୈଶାଖୀ ଦେଲା ଆଶ୍ୱସ୍ତି । ସାରା ରାଜଧାନୀରେ ଆଜି ମଧ୍ୟାହ୍ନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଫଳରେ ତାତିରୁ ମୁକ୍ତି ମିଳିଛି । ରାଜଧାନୀରେ ଆଜି ସକାଳୁ ସକାଳୁ ତାତି ଅସହ୍ୟ…

ମୃତ ବନ କର୍ମଚାରୀଙ୍କ ପରିବାରକୁ ଭେଟିଲେ ପିସିସିଏଫ ମୁଖ୍ୟ, କୋଟିଏ ଟଙ୍କାର କ୍ଷତିପୂରଣ ଦାବି

ବାରିପଦା: ଶିକାରି ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପିସିସିଏଫ ବନ୍ୟପ୍ରାଣୀ ମୁଖ୍ୟ ସୁଶୀଲ କୁମାର ପୋପଲି। ଏଥିସହ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱର୍ଗତ ଵିମଳ ଜେନାଙ୍କ ପତ୍ନୀ ଲିପିନା…

ନୂଆ ସଂସଦ ଉଦଘାଟନରେ ଯୋଗ ଦେବ ବିଜେଡି, ନରସିଂହ କହିଲେ ‘ଭଉଣୀ ପ୍ରେମ’ ଗଲା କୁଆଡେ

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନରେ ବିଜେଡି ଯୋଗ ଦେବ ବୋଲି ସ୍ପଷ୍ଟ କରିବା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି। ଆଉ ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଛନ୍ତି ଏ ଭଉଣୀ ପ୍ରେମ ଗଲା କୁଆଡେ। ମେ ୨୮ରେ ନୂଆ ସଂସଦ ଭବନ…

ପର୍ଯ୍ୟଟକଙ୍କୁ ଆକ୍ରମଣର ଦୁଇ ଦିନ ପରେ ସିଲ୍ ହେଲା ମୁଣ୍ଡଳି ଟୋଲ୍ ଗେଟ୍

କଟକ: ମୁଣ୍ଡଳି ନିକଟରେ ଥିବା ଟୋଲ୍ ଗେଟ ହେଲା ସିଲ୍। କିଛି କର୍ମଚାରୀ ଛତିଶଗଡ଼ର ଅନେକ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗର ଦୁଇ ଦିନ ପରେ ଗୁରୁବାର ପ୍ରଶାସନ ତତ୍ପରତା ପ୍ରକାଶ କରି ଟୋଲ୍ ଗେଟ୍କୁ ସିଲ୍ କରିଦେଇଛି। ଅଧିକାରୀଙ୍କ ଏକ ଟିମ୍ ଟୋଲ୍ ଗେଟ୍ ପରିଦର୍ଶନ କରି ପରବର୍ତ୍ତୀ…

ବିଶ୍ବବିଦ୍ୟାଳୟ ପରିସରରୁ ଅଟୋ ଚାଳକଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ କ୍ୟାମ୍ପସ ପରିସରରେ ପରିବାର ଲୋକଙ୍କ ସହ ରହୁଥିବା ଅଟୋଚାଳକ କାଳିଆ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ସେ ବୁଧବାର ରାତିରେ…

ଓଡ଼ିଆରେ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’

ଭୁବନେଶ୍ୱର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ । ଆସନ୍ତାକାଲି ଅର୍ଥାତ ମେ ୨୬ ତାରିଖରେ ସାରା ରାଜ୍ୟର ଲୋକେ ଏହାକୁ ଦେଖିପାରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି…

ତିନି କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ଜବତ ହେଲା ବାଘ ଛାଲ। ରାୟଗଡା-କୋରାପୁଟ ଜାତୀୟ ରାଜପଥ-୩୨୬ରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ…

ଚିତ୍ରକୋଣ୍ଡାରେ ଓଲଟିପଡ଼ିଲା ଡଙ୍ଗା: ଜଣେ ମତ୍ସଜୀବୀ ମୃତ, ଦୁଇ ସୁରକ୍ଷିତ

ରାୟଗଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଧବାର ସନ୍ଧ୍ୟାରେ ଡଙ୍ଗା ବୁଡି ଘଟଣାରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ଥିବା ଅନ୍ୟ ଦୁଇ ଜଣ ପହଁରି ପହଁରି ସୁରକ୍ଷିତ ଭାବେ କୂଳ ଉପରକୁ ପଳାଇ ଆସିଥିବା ଜଣାପଡିଛି। ମୃତକ ହେଲେ ଡାଇକ-୩ ଗ୍ରାମର କୃପା ବେଣିଆ।…

ସକାଳୁ ସକାଳୁ କଲବଲ କଲା ତାତି; ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ର ୩୯ ଟପିଲା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଖରା ଆଉ ତାତି  ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସକାଳ ସାଢେ ୮ଟା ସୁଦ୍ଧା  ୩୨.୮ ଡିଗ୍ରୀ ଛୁଇଁଥିଲା । ଦିନ ଯେତେ ବଢୁଥିଲା, ପାରଦ ସେତେ ଉପରକୁ  ଉଠୁଥିଲା । ପୂର୍ବାହ୍ନ ସାଢେ…