Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ୁଛି ପ୍ରଭାତ ବିଶ୍ବାଳଙ୍କ ଅଡ଼ୁଆ, ସିବିଆଇ ପରେ ଇଡିର ଆକ୍ସନ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସନୀ ବିଶ୍ୱାଳ ଏବଂ ସି-ସୋରର ଦୁଇଟି କମ୍ପାନୀ ଏବଂ ଏହାର ଦୁଇ ମାଲିକ ପ୍ରଶାନ୍ତ କୁମାର ଦାସ ଓ ପ୍ରଭାତ କୁମାର ଦାସଙ୍କ ବିରୋଧରେ ଦ୍ୱିତୀୟ…

ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଧର୍ମଗଡ଼: ମଙ୍ଗଳବାର ଅପରାହ୍ନ ପାଞ୍ଚଟା ବେଳେ ହୋଇଥିବା ବଜ୍ରପାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୂଚନା ମିଳିଛି। ସୁଚନା ଅନୁଯାୟୀ…

ରାହୁଲଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କଲେ ଶାହାରୁଖ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ । ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଫିଲ୍ମ ‘ଯବାନ’ର ୧୦ଫୁଟ୍ ଉଚ୍ଚତା ଓ ୬ଫୁଟ୍ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ…

ଭୁବନେଶ୍ୱର ଏମ୍ସରେ ଖୋଲିବାକୁ ଯାଉଛି ତିନି ନୂଆ ବିଭାଗ

ଭୁବନେଶ୍ୱର: ରୋଗୀ ସେବା ବୃଦ୍ଧିକୁ ଦେଖି ଏବଂ ଚାହିଦାକୁ ଦେଖି ଏମ୍ସ-ଭୁବନେଶ୍ୱରରେ ୩ଟି ନୂଆ ବିଭାଗ ଖୋଲିବାକୁ ଯାଉଛି। ମଙ୍ଗଳବାର ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ମୁଞ୍ଜର ହୋଇଥିବା ନୂଆ ବିଭାଗଗୁଡ଼ିକ ହେଲା ଇନଫେକସନ ଡିଜିଜ,…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ: ଦୁର୍ବଳ-ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ ପାଇଁ ପଦକ୍ଷେପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇବ-ଟି ନୀତି ମୁତାବକ ରାଜ୍ୟରେ ଏକ ବଳିଷ୍ଠ ସହଭାଗିତା ଭିତ୍ତିକ ସହରୀ ପ୍ରଶାସନିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ନିରନ୍ତର ଉଦ୍ୟମ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସହରର ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ…

ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩, ଜାଣନ୍ତୁ ନୂଆ ନିୟମ

ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨…

ବିସର୍ଜନ ପୂର୍ବରୁ ଗାଏବ ହୋଇଗଲେ ଗଣେଶ ପ୍ରଭୁ, କମିଟି ତରଫରୁ ଥାନାରେ ରୁଜୁ ହେଲା ଏତଲା

କଣ୍ଟାବାଞ୍ଜି: ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଛି ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜା । ଚାରିଆଡେ ଏବେ ଉତ୍ସବର ମାହୋଲ । କିଛି କିଛି ସ୍ଥାନରେ ଲମ୍ବୋଦରଙ୍କ ବିସର୍ଜନ ସରିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ ଶ୍ରୀ ଗଣେଷ । ତେବେ ଏହାରୀ ଭିତରେ ଏକ…

ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ହିତାଧିକାରୀମାନେ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରି ଶ୍ରୀମନ୍ଦିର ପ୍ରଶାସନଠାରୁ ପଟ୍ଟା ନେବାକୁ ଆବେଦନ କରିଥିବା ବେଳେ ଜିଲ୍ଲା ଲ୍ୟାଣ୍ଡ…