Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ…

ଫାଇଭ ଟି ସଚିବଙ୍କ ପ୍ରସଙ୍ଗ ଉଠାଇ ନରସିଂହ କହିଲେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହି ସମାଲୋଚନା କରିଛନ୍ତି। 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ 'ରାଜନୈତିକ' ଗସ୍ତକୁ ଓଡ଼ିଶା ବିଜେପି ନେତାଙ୍କ ବିରୋଧ ପ୍ରସଙ୍ଗ ଉଠାଇ…

ଭୁଲ ଇଞ୍ଜେକସନ ନେଲା ଛୋଟ ଛୁଆର ଜୀବନ, ଔଷଧ ଦୋକାନୀ ଫେରାର

ଯାଜପୁର: ମଙ୍ଗଳବାର ଜଣେ ଛଅ ବର୍ଷର ଶିଶୁକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଦାରଖଣ୍ଡା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ  ଓମ୍ ମଲ୍ଲିକ ପ୍ରାଣ ହରାଇଥିବା ତାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଓମ୍ ମଲିକ…

ନୀତି ଆୟୋଗ ରିପୋର୍ଟ: ଦାରିଦ୍ର୍ୟ ହ୍ରାସରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ କହିଲା ବିଜେପି, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଥିବା ‘ନ୍ୟାସନାଲ ମଲ୍ଟି ଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ ପ୍ରୋଗ୍ରେସ ରିପୋର୍ଟ-୨୦୨୩’କୁ ନେଇ ଓଡିଶାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଦାରିଦ୍ର୍ୟ ହ୍ରାସରେ କେନ୍ଦ୍ର ବଡ଼ ସଫଳତା ହାସଲ କରିଥିବା ବିଜେପି…

୪୮ ଘଣ୍ଟାରେ ଲଘୁଚାପ ! ୨୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତରପଶ୍ଚିମ ବଙ୍ଗୋପାସଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।…

କେଜିଆଇ କରିବ କଳିଙ୍ଗ ଫାବ ଲାବ, ଷ୍ଟାର୍ଟଅପର ସୁଯୋଗ ପାଇ ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ ଅଫ୍‍ ଇନଷ୍ଟିଚ୍ୟୁସନ୍ସ (କେଜିଆଇ) ସବୁବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ…

ଚଡ଼ି, ଗଞ୍ଜି ପିନ୍ଧି ବୁଲାଉଥିଲେ କଳା କନା; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା…

ନଦୀରେ ଭାସୁଛି କୁଢ କୁଢ ରୋହି, ଭାକୁର,ବାଳିଆ…..

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ... । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛି । ନଦୀରେ ଯେମିତି ମାଛ ମଡକ ପଡିଛି । ଦୁଇ ଦିନ ହେଲା ଏହି ନଦୀରେ…

ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା ।…

ଆଦି ଶକ୍ତିପୀଠ ତାରାତାରିଣୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ…