Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରୀକ୍ଷା ଚାଲିଥିବାବେଳେ ଖସି ପଡିଲା ଫ୍ୟାନ

କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା  ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି…

ଏଥର ଗ୍ରୀଷ୍ମ ଛୁଟିରେ ବି ପିଲା ପଢିବେ ପାଠ; ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢା ସହ ଜଡିତ ରଖିବା ପାଇଁ ଗଣଶିକ୍ଷା ବିଭାଗର ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ଲାଜପତ ଅଡିଟରିୟମରେ ଅନୁଷ୍ଠିତ ହେଲା ନୃତ୍ୟ ବିଳାସ ଉତ୍ସବ

ନୂଆଦିଲ୍ଲୀ: ସ୍ଥାନୀୟ ଲାଜପତ ଅଡିଟରିୟମରେ ଓଡିଶୀ ଦର୍ଶନ ନୃତ୍ୟ ଏକାଡେମୀ ଦ୍ୱାରା ଦ୍ୱିତୀୟ ନୃତ୍ୟ ବିଳାସ ଉତ୍ସବ ଆୟୋଜିତ ହୋଇଯାଇଛି । ଓଡିଶୀ ନୃତ୍ୟ କଳା ଜଗତର ପ୍ରତିଷ୍ଠିତ ଗୁରୁ ସୁଦର୍ଶନ ସାହୁ ଏହି ଏକାଡେମୀ ୨୦୧୯ରେ ସ୍ଥାପିତ କରିଥିଲେ । ଦିଲ୍ଲୀ ଏନସିଆରରେ ସେ ଓଡିଶୀ ନୃତ୍ୟର ପ୍ରଚାର ଓ…

ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଠେଲକୁଲି ଅଭିମୁଖେ ବାହାରିବା ବିଜେପି ସାଂସଦଙ୍କୁ ଅଟକାଇଛି ପୋଲିସ । ଶ୍ରୀପୁରା ଛକରେ ପୋଲିସ ଏମାନଙ୍କୁ ଅଟକାଇଛି । ଝାରସୁଗୁଡାରୁ ସମ୍ବଲପୁର ଯାଉଥିବା ବିଜେପି ସାଂସଦ ଓ ନେତାଙ୍କୁ ଠେଲକୁଲି ଥାନାରେ ଅଟକ ରଖିଥିବା ଜଣଯାଇଛି। ଏହି ଟିମରେ…

ବିଦେଶ ମାଟିରେ ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିମି ଦୌଡିଲେ ଓଡ଼ିଆ ଝିଅ

ଭୁବନେଶ୍ୱର:ଓଡ଼ିଆ..ବଢିଆ । ଖାଲି ଘରେ ନୁହେଁ ବାହାରେ ବି ବାରି ହୋଇପଡ଼ିବେ ଓଡ଼ିଆ । ବିଦେଶରେ ଚମକ ଦେଖାଇଲେ ଓଡ଼ିଆଣି । ପୁରା ଓଡ଼ିଆଣି ବେଶରେ ବିଦେଶ ମାଟିରେ ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି…

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି; ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଝାରସୁଗୁଡା:କଂଗ୍ରେସ, ବିଜେପି ପରେ ଆଜି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ସବ କଲେକ୍ଟର ଅଫିସରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ସକାଳୁ ସକାଳୁ  ପାଟଣେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି ଦୀପାଳି…

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ କିନ୍ତୁ ମିଳିଲାନି ଇଣ୍ଟରନେଟ ସେବା

ସମ୍ବଲପୁର:ଆଜି ବି ସମ୍ବଲପୁରରେ କୁହୁଳୁଛି ଅଶାନ୍ତି, ଅସେନ୍ତାଷର ନିଆଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଫଳରେ ସମ୍ବଲପୁରବାସୀ  ଆଜି ବି ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ରହିବେ ।   ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ…

ଭୁବନେଶ୍ୱରରୁ ଆରମ୍ଭ ହେଲା ଆକାଶ ଏୟାରଲାଇନ୍ସର ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ  ଉଡିଲା  ଆକାଶ ଏୟାରଲାଇନ୍ସ । ସବୁଠାରୁ କମ ଦେୟ ଯୁକ୍ତ ଏହି ବିମାନ ୧୪ଟି ସପ୍ତାହିକ ଉଡାଣ ସହ ତାର ସେବା ଆରମ୍ଭ କରିଛି । ଆକାଶ ଏୟାର ତା’ର ଉଡାଣ ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକ ବିମାନ…

ଆମ୍ବ ତୋଟାକୁ ଯାଇଥିଲେ ବୃଦ୍ଧ, ହାତୀ କଚାଡ଼ି ନେଇଗଲା ଜୀବନ

ବନ୍ତଳା: ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଲେ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମର ରମେଶ…