Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଆଜି ଷଠି ଓଷା: ଭିନ୍ନ ଏକ ଓଡ଼ିଆ ପରମ୍ପରା

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା ବା ଷଠି ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ…

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।…

ବିଶିଷ୍ଟ ନାଟ୍ୟକାର ତଥା ଲେଖକ ଅକ୍ଷୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଦୂରଦର୍ଶନର ପୂର୍ବତନ ବରିଷ୍ଠ ପ୍ରଯୋଜକ ଅକ୍ଷୟ ମହାନ୍ତିଙ୍କ ପରଲୋକ ଘଟିଛି । ଶ୍ରୀ ମହାନ୍ତି ୮୩ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । ପୂର୍ବରୁ ସେ ନୂଆଦିଲ୍ଲୀ ମଣ୍ଡି ହାଉସର କାର୍ଯ୍ୟକ୍ରମ ମୁଖ୍ୟ ଭାବେ ଦାୟିତ୍ୱ ସଂପନ୍ନ କରିଛନ୍ତି । ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି' ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । Now that’s a surprise! 8 Nominations for our film Raati…

କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣା: ପରଜା ସଂପ୍ରଦାୟର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ପରଜା ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବ । ଏହି ସଂପ୍ରଦାୟର ସଦସ୍ୟ ମାନେ ପଦ୍ମ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣାରେ ଏଭଳି ଚେତାବନୀ ଦେଇଛନ୍ତି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ସମାଜସେବୀ ମମତା, କମଳାଙ୍କୁ ଜବରଦସ୍ତି…

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ଗରିବଙ୍କ ‘ମନ୍ କୀ ବାତ୍’ ଶୁଣିବେ ନବୀନ ସରକାର

ଭୁବନେଶ୍ୱର: ରାଜ୍ୟରେ ଗରିବୀ ଦୂରୀକାରଣ ହଟାଇବାକୁ ନବୀନ ସରକାର ନୂଆ ରଣନୀତି ଆପଣାଇଛନ୍ତି। ଦାରିଦ୍ର୍ୟ ଦୂରିକରଣ ପାଇଁ କେବଳ ଯୋଜନା କରିଦେଲେ ହେବନି କିପରି ଏହା କାର୍ଯ୍ୟକାରୀ ହେଉଛି ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ ଜାଣିବାକୁ ଗ୍ରାଉଣ୍ଡ ଜୀରୋକୁ ଓହ୍ଲାଇବେ ସରକାରୀ…

ଆସୁଛି ଦୁଇଟି ଲଘୁଚାପ, ପୁଣି ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ଦୁଇଟି ଲଘୁଚାପ । ଗୋଟିଏ ଆସନ୍ତା ୬ ତାରିଖ ବେଳକୁ ଏବଂ ଅନ୍ଯଟି ୧୩ ତାରିଖ ବେଳକୁ ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହା ପୂର୍ବରୁ ୪ ତାରିଖରୁ ରାଜ୍ୟରେ ପାଣିପାଗ ବଦଳିବ ବୋଲି ସୂଚନା ରହିଛି। ବନ୍ୟା ପରେ ପରେ ରାଜ୍ୟରୁ ବର୍ଷା ଗାଏବ ରହିଛି। ତେଣୁ ଆଭ୍ୟନ୍ତରୀଣ…