Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ଆଉ ୧୦ଟି ରୂପାନ୍ତରିତ ସ୍କୁଲ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ…

ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ଛତିଶଗଡ଼ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା । ପୋଲିସର ପୁନା ନର୍କମ ଅଭିଜାନରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ…

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ଏବିଇଓ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା କେସକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଦେବରାଜ ଦାସ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର…

୫ ବର୍ଷ ପରେ ଧରା ପଡିଲା ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ, ବନ୍ଧୁକ ଓ ଗୁଳି ଜବତ

କଟକ : ବନ୍ଧା ହେଲେ ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ । ଓମ୍ ଓ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁକୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ୫ ବର୍ଷ ହେଲା ଫେରାର ଥିଲା ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ଦିଲୁ । ତାଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି…

ବସୁନ୍ଧରା ସ୍କିମ ଦୁର୍ନୀତି ମାମଲା, ତହସିଲଦାର ଓ ୪ ଜଣ ଆରଆଇ ଗିରଫ

ଭୁବନେଶ୍ବର : ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଭଦ୍ରକ, ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବତନ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଅଭିଯୋଗ ପରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ସାହା ହେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକ । ଦୁହେଁ ନିଜନିଜ ସଂଘର୍ଷମୟ ଜୀବନରେ ସାଥୀ ସାଜିଥିଲେ । ନିଜ ଅନ୍ଧକାରମୟ ଦୁନିଆରେ ଆଲୋକର ରାହା ଖୋଜିବାକୁ ସ୍ୱପ୍ନ ଦେଖିଥିଲେ । ସମୟକ୍ରମେ ଦୁହେଁ ଏକ ଶିଶୁକନ୍ୟାର ପିତାମାତା ହେବା ପରେ ତାଙ୍କ…

ରାଉରକେଲାରେ ଆଜିଠୁ ‌ଟିକାକରଣ ଲାଗି ସ୍ଲଟ୍‌ ବୁକିଂ ଆରମ୍ଭ

ରାଉରକେଲା: ଆଜିଠୁ ଇସ୍ପାତ ସହରରେ ଖୋଲିଲା ଟିକାକରଣ ଲାଗି ସ୍ଲଟ୍‌ ବୁକିଂ। ସହରର ବାସିନ୍ଦାମାନେ ସୋମବାର ଦିନ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ୧୮ରୁ ୪୪ ଏବଂ ୪୫ ବର୍ଷ ବୟସରୁ ଅଧିକ ବର୍ଗଙ୍କ ଲାଗି ଅଗଷ୍ଟ ୨୪ ଏବଂ ୨୫ (ମଙ୍ଗଳବାର ଏବଂ ବୁଧବାର) ଟିକାକରଣ…

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ…

୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠୁ କମ୍ ବର୍ଷା, ସ୍ପେଶାଲ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିଅଣ୍ଟିଆ ବର୍ଷା ଓ…