Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲକୁ ପଢ଼ିବାକୁ ଆସିଲେ ନବମ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀରେ ପାଠପଢ଼ା । କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଲାସରୁମରେ ପାଠପଢ଼ା ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଆସିଛନ୍ତି ସ୍କୁଲ । ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ ସରିବ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ…

ଖୋଲିଲା ବଡ଼ଦେଉଳ: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କେବଳ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ୍ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ୍ୱାର୍ଡଓ୍ୱାରୀ…

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ…

ଖୋଲିଲା ରାୟଗଡାର ପ୍ରସିଦ୍ଧ ମଝିଘରିଆଣୀଙ୍କ ପୀଠ

ରାୟଗଡ଼ା : ଖୋଲିଲା ରାୟଗଡ଼ାର ପ୍ରସିଦ୍ଧ ମଝିଘରିଆଣୀଙ୍କ ମନ୍ଦିର । ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଅନୁମତି ଦେବା ପରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କରୋନା କଟକଣାକୁ କଡ଼ାକଡି କରିବାକୁ…

ବିଷମକଟକ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର : ରାୟଗଡ଼ା ବିଷମକଟକ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁ ଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ରବିବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ…

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ…

କାଲିଠୁ ସର୍ବସାଧାରଣ ଦର୍ଶନ, ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍

ପୁରୀ: କାଲିଠୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ…

ମାଲକାନଗିରିରେ ଲଗାଣ ବର୍ଷା; ବୁଡିଲା ପୋଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଡିଲା କାଙ୍କୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ । ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ କାଲିମେଳା ଠାରୁ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।…