Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦାବି ପୂରଣ ନହେବାରୁ ନିଆରା ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କଲେ ଅନଶନରେ ବସିଥିବା ଲୋକ

କେନ୍ଦ୍ରପଡ଼ା: କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତବାସୀଙ୍କ ନିଆରା ପ୍ରତିବାଦ । ଦାବି ପୂରଣ ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କରିଛନ୍ତି ଅନଶନରେ ବସିଥିବା ଲୋକେ । ହାତରେ ମୃଦଙ୍ଗ, ଝୁମୁକା ଓ ଝାଞ୍ଜ ଆଦି ଧରି ନାମ ସଂକୀର୍ତ୍ତନ  କରି ଅଭିବନ ଉପାୟରେ ପ୍ରତିବାଦ…

ବାଗ୍‌ଚି ଦମ୍ପତ୍ତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ…

ଭୁବନେଶ୍ବର: ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଗଚି ଦମ୍ପତ୍ତିଙ୍କର ମହତ କାମ ପାଇଁ ସେ ଉଭୟଙ୍କୁ ପ୍ରଶଂସା କରିଛନ୍ତି । ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଟର ପ୍ରତିଷ୍ଠା ପାଇଁ ୩୪୦ କୋଟି…

ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ, ୫ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା  ଶିଆଳି ଗାଁରେ ଅଘଟଣ । ଗୋଟିଏ ପରିବାରକୁ ସଂଘବଦ୍ଧ  ଆକ୍ରମଣ । ଘରେ ପଶି ଗାଁର ଅନ୍ୟ ଏକ ପରିବାରର ୪ ଜଣ ଲୋକ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନ ମହିଳା ସମେତ ୨ ପୁରୁଷ ଅଛନ୍ତି ।…

ପାଣିପାଗ ବିଭାଗର ସତର୍କ ଘଣ୍ଟି, ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ…

ରାଜ୍ୟରେ ଖରାଦିନେ ଜଳ ସଙ୍କଟ ଦୂର କରିବାକୁ ସରକାରଙ୍କ ପଦକ୍ଷେପ, ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ  

ଭୁବନେଶ୍ବର: ରାଜ୍ୟରେ ଖରାଦିନେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦିଏ । ପାଣିର ଅଭାବ ନେଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖରା ଦିନ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାସହ ପାନୀୟ ଜଳ ସମସ୍ୟା…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବୈଠକ ପରେ…

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି…

ପିପିଲିରେ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ ସହ ୨୯ ପ୍ଲାଟୁନ୍ OASP

ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୪ଦିନ । ୧୭ ତାରିଖରେ ଭୋଟ୍ ପଡ଼ିବ । ତାପୂର୍ବରୁ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ । ୨୯ ପ୍ଲାଟୁନ୍‌ OSAP ବି ମୁତୟନ…

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉଦାରତା । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ…

ଇମାମି ପେପର ମିଲ୍ସର ୧୦୧ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ବାଲେଶ୍ବର: ୧୦୧ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ସୋମବାର ଦିନ ଇମାମି ପେପର ମିଲ୍ସ ଲିମିଟେଡର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ସୂଚନା ଅନୁଯାୟୀ ଗତ ୨୪…