Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ସମୟ । ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ । ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ମିଳିଛି ।…

ଆଣ୍ଟିଜେନ୍ କିଟରେ ତ୍ରୁଟି; ହରିୟାଣା ଓ ଦିଲ୍ଲୀ ଫାର୍ମକୁ OSMCLର ନୋଟିସ

ଭୁବନେଶ୍ୱର: ସମ୍ବଲପୁରର ବୁର୍ଲାସ୍ଥିତ ଭିସୁଟରେ ତ୍ରୁଟିପୂର୍ଣ୍ଣ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପ୍ରସଙ୍ଗ ନେଇ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) କିଟ୍ ଯୋଗାଉଥିବା ଦୁଇଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି ବିଜ୍ଞପ୍ତିରେ ଓଏସ୍ଏମସିଏଲ୍…

ଖଡିଆଳ ପୋଲିସକୁ ସଫଳତା, ୫ ଡକାୟତ ଗିରଫ, ଲୁଟ୍ ଅଳଙ୍କାର ଜବତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲୁଟ୍ ହୋଇଥିବା ଟଙ୍କା ଓ ଅଳଙ୍କାର ମଧ୍ୟ ଜବତ କରିଛି । ୫ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗତ ଫେବୃଆରୀ ୧ ତାରିଖ…

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର

ଭଦ୍ରକ: ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ୨ଟି ପିକଅପକୁ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୨ଟି ପିକଅପ ଗାଡ଼ିରେ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଆଡୁ ଭଦ୍ରକକୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

୩ ମାସ ପାଇଁ ୧୦ ଜିଲ୍ଲା ଦାୟିତ୍ବରେ ରହିବେ ୧୦ ବରିଷ୍ଠ ଅଧିକାରୀ 

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ୧୦ ବରିଷ୍ଠ ଅଧିକାରୀ । ଏହି ଅଧିକାରୀ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ । ନୂଆପଡା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ଦାୟିତ୍ବରେ…

ସହରରେ ୫ ଦିନ, CHCରେ ୩ ଦିନ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୋମବାର ମୋଟ ୨୧ ହଜାର ୯୧୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି…

୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି । ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା…

ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ, ମିଠାରେ ନିଶା ଦେଇ ଲୁଟିନେଲା ୩୭ ଲକ୍ଷ

ମାଲକାନଗିରି: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡ଼ାରେ ଏମିତି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ । ସୁନା…

କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ…