Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ  

ଭୁବନେଶ୍ୱର: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାମାଜିକ କଲ୍ୟାଣ ତଥା ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣି ଦୋହରାଇଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସହାୟତାର ହାତ ବଢ଼ାଇଛି ହିଣ୍ଡାଲକୋ…

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପର ପ୍ରଭାବ । ତେଲେଙ୍ଗାନା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଆସନ୍ତା କାଲିଠୁ ଖସିବ ରାତି ତାପମାତ୍ରା ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର…

ବର୍ଷାରେ ନଷ୍ଟ ହୋଇଗଲା ଧାନ ଫସଲ;ଚିନ୍ତାରେ ଯୁବ ଚାଷୀ କଲେ ଆତ୍ମହତ୍ୟା !

କବିସୂର୍ଯ୍ୟନଗର:ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷାରେ ଦୁଇ ଏକର ଜମିର ଧାନ ଓ ପରିବା ଫସଲ ହୋଇଗଲା ନଷ୍ଟ । ଫଳରେ ଋଣ କିପରି ସୁଝିବେ ସେହି ଚିନ୍ତାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ନୂଆଗାଁ ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର । ମୃତ…

ଆହୁରି ୩ ଦିନ ଯାଏଁ ଝଡ଼-ତୋଫାନ, ଆଗକୁ ଖସିବ ତାପମାତ୍ରା…

ଭୁବନେଶ୍ୱର: ପୂର୍ବ ତେଲେଙ୍ଗାନା ଏବଂ ଏହାକୁ ଲାଗି ରହିଥିବା ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଲଘୁଚାପ କ୍ଷେତ୍ର (ଯାହା ପୂର୍ବରୁ ଏକ ଶକ୍ତିଶାଳୀ ବାତ୍ୟା 'ମୁରାସୁ'ର ଅବଶେଷ ଥିଲା) ସକ୍ରିୟ ରହିଛି। ଯଦିଓ ଏହି ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ ଦୁର୍ବଳ ହୋଇଯାଇଛି। ତଥାପି ଏହାର ପ୍ରଭାବରେ…

ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତିରେ ପିଲାଙ୍କୁ ମିଳିବ ନୂଆ ବହି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ବନ୍ୟା ପ୍ରଭାବିତ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ୍ୟପୁସ୍ତକ ହରାଇଥିଲେ। ଦକ୍ଷିଣ ଓଡ଼ିଶାର ଏହି ଦୁଇ…

ବାତ୍ୟା ଅର୍ଣ୍ଣବ: କେନ୍ଦ୍ରୀୟ ଟିମର କ୍ଷୟକ୍ଷତି ଆକଳନ, ୨୫୨୬ କୋଟି ମାଗିଲା ଓଡ଼ିଶା, ୭-୮ ଦିନ ଲାଗିବ…

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ…

ଅନ୍ଧବିଶ୍ୱାସର କରୁଣ ପରିଣତି,ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ଭଞ୍ଜନଗର:ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ ହତ୍ୟା । ମୃତକ ହେଉଛନ୍ତି ତ୍ରିନାଥ ଗୌଡ଼ । ସେ ସାହିରେ ଥିବା ଏକ ଚାଳ ଛପର ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା…

୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ସାତଟି ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାଙ୍କନ ଏବଂ କ୍ରିଡିଟେସନ୍ ପରିଷଦ (NAAC) ରୁ ସେମାନଙ୍କର ମାନ୍ୟତା ନବୀକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯଥାଶୀଘ୍ର ନବୀକରଣ…

ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ ଅଭିଯୋଗରେ ଆସିକା ବିଧାୟକଙ୍କ ବିରୋଧରେ ଏତଲା ରୁଜୁ

ବ୍ରହ୍ମପୁର: ଆସିକା ବିଧାୟକଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ହୋଇଛି । ଗଞ୍ଜାମ ସିଡିଓଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ସିଡିଓ ।…

ଆଇଏଏସ୍ ସ୍ତରରେ ଅଦଳବଦଳ, ୪ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ଚାରି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଗ୍ରାମାଞ୍ଚଳ ନିର୍ବାଚନ ପୂର୍ବରୁ ଏକ…