Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏହା ନଭେମ୍ବର ୨୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଚଳିତଥର…

ଆରପାରିରେ ପୂର୍ବତନ କ୍ରିକେଟ ଖେଳାଳି ଶାନ୍ତନୁ ଶତପଥୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ କ୍ରିକେଟ୍ ଖେଳାଳି ଶାନ୍ତନୁ କୁମାର ଶତପଥୀ। ୭୯ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଶାନ୍ତନୁ ଜଣେ ପ୍ରସିଦ୍ଧ କ୍ରିକେଟର ଥିଲେ ଯିଏ ରଣଜୀ ଟ୍ରଫିରେ ଓଡିଶା, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ର ଭଳି ତିନୋଟି ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ। ସେ…

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡରେ…

ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…

ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିିତି ଅନୁଧ୍ୟାନ କଲା ASI ଟିମ୍‌

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏଥିପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ତଥା ଏଏସ୍‌ଆଇର ୫ ଜଣିଆ ଟିମ୍ ଶ୍ରୀମନ୍ଦିର ଯାଇ ବାଇଶି ପାହାଚର ଅବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ମହାଲକ୍ଷ୍ମୀ ମନ୍ଦିର ଭିତରର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଟିମ୍ ।…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ଭୁବନେଶ୍ୱରରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଗତ ୨୪ ଘଂଟାରେ ରାଜଧାନୀରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇ ପାରିଲାନି କ୍ରାଇମବ୍ରାଂଚ । ଏହି ମାମଲାରେ ହାଇକୋର୍ଟ କ୍ରାଇମବ୍ରାଂଚ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନରେ କେତେ ଜଣ କରୋନା ଆକ୍ରାନ୍ତ ଦେଇଛନ୍ତି ଭୋଟ? ଜାଣନ୍ତୁ

ଭୁବନେଶ୍ୱର:ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ସରିଛି ଉପ-ନିର୍ବାଚନ । ଉପନିର୍ବାଚନ ଶେଷ ହେବା ପରେ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ । ଏହା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତିର୍ତ୍ତୋଲରେ ୨୩ ଜଣ କୋଭିଡ୍ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି ।…