Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ!

ଭୁବନେଶ୍ୱର: ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ହେବନି । ଏଯାଏଁ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିନି । ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ା ଯାଇନି । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି,…

‘ଏକାମ୍ର କାନନରୁ ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ।…

ଜେସିବିକୁ ଧକ୍କା ଦେଲା କାର୍‌, ଜଣେ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଜେସିବିକୁ ଏକ କାର୍ ଧକ୍କା ଦେଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ…

ଏ ମାସରେ ହିଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଚଳିତ ମାସ ଅର୍ଥାତ ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମରୁ ଦଶମ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ । ତେବେ ପିଲାଙ୍କୁ ସ୍କୁଲ ଛାଡିବାକୁ ଯଦି ଅଭିଭାବକ ରାଜି ନହୁଏନ୍ତି ତେବେ ଅନ୍‌ଲାଇନ୍‌ରେ କ୍ଲାସ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳର ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାଟର୍ସରେ ଭିଜିଲାନ୍ସ ଚଢ଼ାଉ କରିଛି…

ରାଜ୍ୟରେ ପୁଣି ବାହାରିଲେ ୧୪୭୪ କରୋନା ସଂକ୍ରମିତ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ତେବେ ପୂର୍ବ ଦିନ ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ବାରେଣ୍ଟାଇନ୍‌ରେ…

ରାଜ୍ୟରେ କରୋନା ନେଲାଣି ୧, ୩୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 2.A 40-year-old female…

ତାଳଚେରରୁ ଜବତ ହେଲା ପ୍ରାୟ ୫ ଲକ୍ଷ ଟଙ୍କାର ବାଣ

ଅନୁଗୁଳ: ଅନୁଗୁଳର ତାଳଚେର ବଜାରରୁ ଜବତ ହୋଇଛି ବିପୁଳ ପିରମାଣର ବାଣ। ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଉପସ୍ଥିତି ରେ ଏହି ବାଣ ଜବତ କରାଯାଇଛି। ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଛି। ଚଢ଼ାଉ ସମୟରେ ଗୋଟିଏ ଟ୍ରକ ଭର୍ତ୍ତି ବାଣ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ନାଁ ବସନ୍ତ କୁମାର ବସ୍ତିଆ । ଏକକାଳୀନ 4ଟି ସ୍ଥାନରେ ରେଡ୍…

ଅନୁଗୋଳ ଜିଲ୍ଲାର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା, ୨ ମୃତ

ଅନୁଗୋଳ: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କିଶୋରନଗର ଥାନା ରାଇବାହଲ ନିକଟରେ ବ୍ରିଜ ତଳକୁ ବାଇକ୍ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଆଠମଲ୍ଲିକ ତେଲି ସାହିର ବିନ ପାଣ୍ଡେ । ସେହିପରି…