Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ କରିଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ୍ । ଭୋଟରଙ୍କ ସୁବିଧା ପାଇଁ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ବ୍ୟାଙ୍କରୁ ଫେରି ଜଟଣୀ ସ୍ଥିତ ତାଙ୍କ ଘରେ ବସିଥିବା ବେଳେ…

କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ, ପାଳିତ ହେବ କାଳୀ ପୂଜା

କଟକ: କଟକରେ ବ୍ରିକି ହୋଇପାରିବ ବାଣ । ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦିପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି…

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…

ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର, ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ

ପୁରୀ: ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ଆଜିଠାରୁ ପୁରୀ ସହରରେ ଦ୍ୱିତୀୟ ପର୍ଯ୍ୟାୟ ଭକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖାଯିବ । ସେମାନଙ୍କୁ…

କେନାଲରେ ବୁଡି ଛାତ୍ର ନିଖୋଜ

କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ…

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ସାରୁଆ ଜମି କିଣାବିକା ମାମଲାରେ ଗତକାଲି ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ସମୟ ମାଗିଥିଲେ ମଧ୍ୟ କୋର୍ଟ ୨ ଦିନିଆ ରିମାଣ୍ଡରେ ନେବାକୁ…

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୧୫ ଜୁଆଡି ଗିରଫ

ପୁରୀ: ଧରାପଡିଲେ ୧୫ ଜୁଆଡି । ବେଆଇନ ଭାବେ ଜୁଆ ଖେଳିବା ଅଭିଯୋଗରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ ଜୁଆଡିଙ୍କୁ ଗିରଫ କରିଛି । ପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ…

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହାର ଉଦଘାଟନ କରିଛନ୍ତି । ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦୁଇ ଶହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ଟ୍ରେନିଂ ଦିଆଯିବ । ଦିନକୁ ଦିନ ସାଇବର କ୍ରାଇମ ବଢୁଛି । ଏହାର…

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଖସୁଛି କରୋନ ମିଟର । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୯ ଜଣଙ୍କ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି । ୯…