Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଭିତରେ ଜୀବନ ଯାଉଛି । ମୃତ୍ୟୁସଂଖ୍ୟା ୯ଶହ ପାର କଲାଣି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଜଣଙ୍କର ଜୀବନ ନେଇଛି ମହାମାରୀ । ରାଜ୍ୟରେ ୯୨୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । Regret to inform the demise of seventeen…

କରୋନା ଟ୍ରେଣ୍ଡ ହ୍ରାସ: ୨୪ ଘଣ୍ଟାରେ ରାଜ୍ୟରୁ ୨୬୧୭ ନୂଆ ଆକ୍ରାନ୍ତ, ଏସବୁ ଜିଲ୍ଲାରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଖସିଛି ଦୈନିକ କରୋନା ଟ୍ରେଣ୍ଡ । ପାଖାପାଖି ମାସେ ପରେ ତିନି ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୬୧୭ ପଜିଟିଭ୍ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି ।…

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ…

ରାଜଧାନୀ ସମେତ ରାଜ୍ୟର ଏହି ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ବାଲେଶ୍ଵର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା,…

ପ୍ରାଚୀନ କାଳରେ ଅର୍ଥ ରୂପେ ବ୍ୟବହାର ହେଉଥିବା କଉଡ଼ି ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ । ପ୍ରାଚୀନ କାଳରେ ଅର୍ଥନୀତି ରୂପେ ବ୍ୟବହାର ହେଉଥିଲା କଉଡ଼ି ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର…

କୋଭିଡ କଟକଣାକୁ ଫୁ’, ଫୁଟବଲ ମ୍ୟାଚ୍‌ର ମଜା ନେଲେ ଶହ ଶହ ଲୋକ

ଲମତାପୁଟ: କୋଭିଡ କଟକଣାକୁ ଫୁ’ । ଖୁଲମଖୁଲା କୋଭିଡ ନିୟମ ଉଲ୍ଲଂଘନ । ଜମିଲା ଫୁଟବଲ ମ୍ୟାଚ୍ । ଏକାଠି ହୋଇ ମ୍ୟାଚ୍ ଦେଖିଲେ ଶହଶହ ଲୋକ । କରୋନା ସଙ୍କଟ ଭିତରେ ଏଭଳି ଏକ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଲମତାପୁଟରୁ । ମ୍ୟାଚର ମଜା ନେବା ପାଇଁ କେହି ସାମାଜିକ ଦୂରତା ନିୟମ ପାଳନ…

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।…

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।…

ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ କବ୍‌ଜାରେ ୨ ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ମଂଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । କମିଶନରେଟ୍ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୨ ଡକାୟତଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ…

ବିିପଦ ସଂକେତ ଡେଇଁଲା ଜଳକା

ବାଲେଶ୍ୱର: ବିପଦ ସଂକେତ ଡେଇଁଲା ଜଳକା । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ଟପିଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୬.୨୩ ମିଟରରେ ଜଳ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର…