Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ: ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡା: ଲଗାଣ ବର୍ଷାରେ ଭାସି ଯାଇଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ । ମଙ୍ଗଳବାର ରାତି ସାରା ଉପରମୁଣ୍ଡରେ ପ୍ରବଳ ଜୋରରେ ବର୍ଷା ଲାଗି ରହିଥିଲା। ଯାହାଫଳରେ ପୋଲଟି ଭାସି ଯାଇଛି । ଏହାଦ୍ୱାରା ୬ଟି ପଞ୍ଚାୟତ ଯଥା କଲ୍ୟାଣସିଂହପୁର, ପୂଜାରିଗୁଡ଼ା,…

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ : ସରକାରୀ ଆପ୍ସ ସାହାଯ୍ୟରେ ଜାଣିପାରିବେ ମାର୍କ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇର ଦଶମ ଶ୍ରେଣୀ ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.cbse.nic.in ୨୦୨୦ ବ୍ୟତୀତ ସରକାରଙ୍କର ଏକ ସ୍ୱତନ୍ତ୍ର ଆପ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ସହଜରେ…

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପୀ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଶୁଭାରମ୍ଭ ହେବ । ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ କଟକ ବଡ଼ ମେଡିକାଲ । ଅପରାହଣ ୫ଟା ୧୫ ମିନିଟରେ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଦେହାନ୍ତ । ୬୩ ବର୍ଷ ବୟସରେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଅନେକ ମଞ୍ଚ ନାଟକ ଏବଂ ଓଡ଼ିଆ…

ଅନୁଗୋଳ ଜିଲ୍ଲାରୁ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୋଳ: ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ ନୂଆ କରୋନା ଆକ୍ରାନ୍ତ । ବଅଁରପାଳ ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକରୁ ୬, ତାଳଚେର ବ୍ଲକରୁ ଦୁଇ ଜଣ ଓ ପାଲଲହଡ଼ା ବ୍ଲକରୁ ଜଣେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ।…

୧୯ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି

ସମ୍ବଲପୁର: ଆସନ୍ତାକାଲିଠୁ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି । ଆସନ୍ତା ୧୯ ତାରିଖ ଯାଏ ପାଞ୍ଚ ଦିନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସମୟରେ କେବଳ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ଅନୁମତି ମିଳିବ…

ସିବିଏସ୍‌ଇ ଦ୍ୱାଦଶରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ସାଇ ଇଣ୍ଟରନ୍ୟାସନାଲ, କିଟ୍ ଇଣ୍ଟର ନ୍ୟାସନାଲ, ବିଜେଇଏମ୍ ଓ ଡିଏଭି ପୋଖରୀପୁଟ ସମେତ ଅନେକ ସ୍କୁଲରେ ପାସ୍ ହାର ଶହେ ପ୍ରତିଶତ ରହିଛି ।…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୦୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୬୦୯ ଜଣଙ୍କ ମଧ୍ୟରୁ ୨୬୮ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୧୩୫, ୩୭ ଜଣ ଖୋର୍ଦ୍ଧା, ୩୨ ଜଣ କଟକ, ବାଲେଶ୍ୱରରୁ…

ରେମୁଣା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରାଜ୍ୟର ତୃତୀୟ ବିଧାୟକ, ଯିଏକି କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ଜୁଲାଇ ୧୧ ତାରିଖରେ ଏହି ବିଜେଡି ବିଧାୟକଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ପରବର୍ତ୍ତୀ ସମୟରେ…

ଭୁବନେଶ୍ୱରରୁ ୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୧୬ଟି ସ୍ଥାନୀୟ ମାମଲା ରହିଛି ।…