Latest Odisha News
Browsing Category

ସମ୍ବଲପୁର

Sambalpur

ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ

ସମ୍ୱଲପୁର: ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଦୁଇ ଶିଶୁ ଏବେ କୋଭିଡ୍-୨ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୮ ମାସ ଓ ୫ ବର୍ଷ ହେବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ…

ସମ୍ୱଲପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର: ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…

ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ଲାଗିଲା ନିଆଁ । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ନିଆଁକୁ…

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।…

କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ସମ୍ୱଲପୁର: ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି…

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର,…

ଟ୍ରକ୍ ସହ ପିଟି ହେଲା କାର୍, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ସମ୍ୱଲପୁର: ଅଶୁଭ ହେଲା ସୋମବାର । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ଦୁଇ ଜଣେ । ୫୫ ନମ୍ବର ଜାତୀୟ ରାଜପଥର ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଏହି ମର୍ମନ୍ତୁଦ…

୨ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍ । ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପ୍ରଥମ ପର୍ୟ୍ୟାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍…

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ…

ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା

ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି…