Latest Odisha News

BREAKING NEWS

Browsing Category

ପାଣିପାଗ

ଫେରିବ ଶୀତ: କାଲିଠୁ ରାଜ୍ୟରେ ବଢ଼ିବ ଜାଡ଼, ରାତିର ତାପମାତ୍ରା ୩-୫ ଡିଗ୍ରୀ ଖସିବ

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଜାଡ଼ରେ ଥରିବ ଓଡ଼ିଶା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପାଗ ଶୁଷ୍କ ରହିଛି । ବିଭିନ୍ନ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ । ଆଗାମୀ ତିନି ଦିନ ଭିତରେ ରାତିର ସର୍ବନିମ୍ନ ତାପମାତ୍ରା ୩-୫…

ରାଜଧାନୀରେ ଘନ କୁହୁଡି, ଦିଶୁନି ରାସ୍ତାଘାଟ

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡି। ୧୦-୨୦ ମିଟର ଦୂରରୁ ବି କିଛି ଦେଖା ଯାଉ। ଯୁଆଡ଼େ ଦେଖିଲେ ଖାଲି ଧୂଆମୟ ପରିବେଶ ଭଳି ଲାଗୁଛି। ଅତି ନିକଟରେ ଥିବା ଲୋକ ବି ଦେଖା ଯାଉ ନାହାଁନ୍ତି।  ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖା ଯାଇଥିଲା ରାଜଧାନୀ ଭୁବନେଶ୍ୱରରେ। କୁହୁଡି ତଳେ ଲୁଚି ଯାଇଥିଲା ବଡ…

କୁହୁଡ଼ି ଚାଦର ତଳେ ଭୁବନେଶ୍ୱର, ଦିଶୁ ନଥିଲା ରାସ୍ତାଘାଟ

ଭୁବନେଶ୍ୱର: ପାଗରେ ପରବର୍ତ୍ତନ । ରାଜଧାନୀରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇଯାଇଥିଲା ସାରା ଭୁବନେଶ୍ୱର । ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଅତି ପାଖରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ । ଏତେ ଜୋରରେ କୁହୁଡ଼ି ପଡ଼ିଥିଲା ଯେ, ମୁହଁକୁ ମୁହଁ…

୨୧ ଓ ୨୨ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଏବଂ ଶନିବାର ଅର୍ଥାତ୍‌ ଜାନୁୟାରୀ ୨୧ ଓ ୨୨ରେ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଏବଂ ଗୁରୁବାର ଦିନ…

ରାଜ୍ୟରେ ବଜ୍ରପାତ ଯୋଗୁ ଯାଇଛି ୨୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ।…

ଆଜିଠୁ ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ବର୍ଷାର ପରିମାଣ କମିବା ପରେ ଆଜିଠୁ ପୁଣି ଶୀତ ବଢିବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିବାର…

ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତ ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । କନ୍ଧମାଳ ଜିଲ୍ଲାରେ ଜାଡ଼ ହାଡ଼ ଭାଙ୍ଗୁଛି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ…

ହାଡ଼ ଭାଙ୍ଗିଲା ଜାଡ଼, ମରୁଭୂମି ବାଲିରେ ବରଫ ଚାଦର

ରାଜସ୍ଥାନ: ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରଦ ଖସିବାରେ ଲାଗିଛି । ଉତ୍ତର ଓଡ଼ିଶାରେ ମଧ୍ୟ ଜାରୀ ରହିଛି ହାଡ଼ ଭଙ୍ଗା ଶୀତ । ହାଡ଼ ଭଙ୍ଗା ଶୀତ ଫଳରେ ମରୁଭୂମିରେ ମଧ୍ୟ ପଡ଼ିଛି ବରଫ । ଏପରିକି ରାଜସ୍ଥାନର ବାଲି ଉପରେ ବରଫର ଚାଦର ପଡ଼ିଥିବା ଦେଖିବାକୁ ମିଳିଛି । ଭାରତୀୟ…

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…