Latest Odisha News

BREAKING NEWS

Browsing Category

ରାଜନୀତି

ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିବେ: ନିରଞ୍ଜନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ କହିଛନ୍ତି ଯେ, ଏବେ ଓଡ଼ିଶା ସରକାର ଅନନ୍ୟୋପାୟ ହୋଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାକୁ ବାଧ୍ୟ । ଲୋକସଭା ଏବଂ ରାଜ୍ୟ ବିଧାନସଭା…

ଅଚାନକ ବାଣୀବିହାର ପରିଦର୍ଶନ କଲେ ରାଜ୍ୟପାଳ, ପରଖିଲେ ବାତ୍ୟା ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଦିନ ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର କାର୍ଯ୍ୟ ଯାଞ୍ଚ ଲାଗି ଅଚାନକ ବାଣୀବିହାର ଗ୍ରସ୍ତ କରିଛନ୍ତି । ଏହି ଅବସରରେ ସେ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଗୁରୁତ୍ୱ…

ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ : ବିଜେଡି ପ୍ରାର୍ଥୀଙ୍କୁ ଲୋକସଭା ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ଗୁରୁବାର ଦିନ ବିଜେଡିକୁ କଡା ବିରୋଧ କରିଛି । ଏନେଇ ନୁଆଦିଲ୍ଲୀଠାରେ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ତାଙ୍କ ଦଳ ଏନଡିଏର ଦ୍ୱିତୀୟ ବୃହତ୍ତମ ସହଯୋଗୀ…

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ…

ବିଜେପି ଓ କଂଗ୍ରେସ ନେତାଙ୍କ ଷଡଯନ୍ତ୍ର ହିଁ ମୋ ପରାଜୟର କାରଣ: ଜର୍ଜ ତିର୍କୀ

ସୁନ୍ଦରଗଡ : କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ ନିଜ ପରାଜୟ ଲାଗି ବୁଧବାର ଦିନ ବିଜେପି ଓ ତାଙ୍କ ଦଳୀୟ ପାର୍ଟିର କିଛି ନେତାଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଶ୍ରୀଯୁକ୍ତ ତିର୍କୀ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ବୋଲି ସୂଚନା ମିଳିଛି । ଏହି ସାକ୍ଷାତ ପରେ ସାଂସଦ ଅପରାଜିତା କହିଛନ୍ତି ଯେ, ସେ…

ନିଜ କାମ ସମ୍ପର୍କରେ ଏବେ ପ୍ରତିମାସ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ୍

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନ ମାଧ୍ୟମରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ…

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ…

ପାଟକୁରା ନିର୍ବାଚନ: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଇସିଆଇ ପାଟକୁରା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ…