Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପିରେ ଯୋଗଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଭବାନୀପାଟଣା : ଶାସକ ଦଳ ବିଜେଡିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଙ୍ଗଳବାର ଦିନ ବିଜେପିରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ ଭବାନୀପାଟଣା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ…

ନିର୍ବାଚନୀ ମାହୋଲ ସରଗରମ, ଓଡିଶା ଗସ୍ତରେ ମୋଦୀ ଓ ମାୟାବତୀ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।…

ଓଡ଼ିଶାର କେଉଁ ବିଶେଷତା ବାରମ୍ବାର ଟାଣି ଆଣୁଛି, ଟ୍ୱିଟ୍ କରି କହିଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାର ଭବାନୀପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, ଓଡ଼ିଶାରେ ଏମିତି କିଛି ବିଶେଷତା ରହିଛି ଯାହାକି ତାଙ୍କୁ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି ।…

ଓଡିଶାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହେବ ବୋଲି ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା…

ଉତ୍କଳ ଦିବସରେ ଭୋଟରଙ୍କୁ ଅମିତ ଶାହଙ୍କ ଆହ୍ୱାନ: ଓଡ଼ିଆ କହିପାରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ…

ପାରଳାଖେମୁଣ୍ଡି : ଉତ୍କଳ ଦିବସ ଅବସରରେ ଓଡିଆ ମାନଙ୍କ ଗୌରବକୁ ଆହ୍ୱାନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟରେ ଜଣେ ଓଡିଆ କହିପାରୁଥିବା ତଥା ଲୋକଙ୍କ ମନକଥା ବୁଝିପାରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ପାଇଁ ସେ ନବରଙ୍ଗପୁର ଜିଲ୍ଲାର ଉମକୋଟ ଠାରେ ଆୟୋଜିତ…

ବିଜେଡ଼ିର ଆଉ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଟକ ଲୋକସଭା ଆସନରେ ଲଢିବେ ଭର୍ତ୍ତୃହରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କଟକ ଲୋକସଭା ଆସନ ସମେତ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କଟକ ଲୋକସଭା ଆସନରୁ ବରିଷ୍ଠ ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢିବେ ବୋଲି ଦଳ…

କଂଗ୍ରେସ ସପ୍ତାହକ ମଧ୍ୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବ

ଭୁବନେଶ୍ୱର: କଂଗ୍ରେସ ଏପ୍ରିଲ୍ ପ୍ରଥମ ସପ୍ତାହ ମଧ୍ୟରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବ ବୋଲି ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ । ଗଣମାଧ୍ୟମକୁ ସୂଚନାଦେଇ ନିରଞ୍ଜନ କହିଛନ୍ତି, କଂଗ୍ରେସର…

ବିଜେଡ଼ିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବିଧାନସଭା ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଧାୟକ ପ୍ରବୀଣ ଭଞ୍ଜଦେଓ ମୟୁରଭଞ୍ଜ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସହିତ ସେ ୨୦୦୯ ମସିହାରୁ ୨ଥର ମୋରଡ଼ା…

ଟିକେଟ୍ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ମିନକେତନ ଅମାତ୍

ଅନୁଗୁଳ : ବିଜେପିର ବରିଷ୍ଠ ନେତା ତଥା ଅନୁଗୁଳ ବିଧାନସଭା ଆସନରୁ ୨ଥର ନିର୍ବାଚନ ଲଢି ଅସଫଳ ହୋଇଥିବା ମିନକେତନ ଅମାତ୍ ସୋମବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ଅମାତ୍ ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ…

ଦଳ ଛାଡିଲେ କଂଗ୍ରେସ ନେତା ସାମନ୍ତ ଖମାରୀ

ଭୁବନେଶ୍ୱର : ଭବାନୀପାଟଣା ବିଧାନସଭା ଆସନରୁ ସାଗର ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସୋମବାର ଦିନ କଂଗ୍ରେସ ନେତା ସାମନ୍ତ ଖମାରୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।