Latest Odisha News

BREAKING NEWS

Browsing Category

ଗଳ୍ପ

ଗପ : କେତେ ରୂପରେ ମା’

ପ୍ରସେନଜିତ ସେଠୀ                                                                          ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ…

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି । ବାପା ହରିଶ୍ଚନ୍ଦ୍ର କହିଲେ "ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ…

ଗଳ୍ପ : ନୀଳ ବର୍ଣ୍ଣ ଶୃଗାଳ

ଜ୍ଞାନ ରଞ୍ଜନ କର  ମଧ୍ୟ ରାତ୍ରିରେ ଫୁଲୁଥିବା ନଦୀର ଛାତିରେ ରାତ୍ରିର ଶୋଷ ମେଣ୍ଟାଇବାକୁ ଶୃଗାଳଟିଏ ନଦୀକୁ ମନଭରି ଶୋଷିବାର ଚେଷ୍ଟାରେ। ହେଲେ ନଦୀର ପ୍ରଖର ସ୍ରୋତ ହଠାତ୍ ତାକୁ ନଦୀର କୂଳେ କୂଳେ ଭସେଇ ନେଇ ଅନ୍ୟ ଏକ ଜଙ୍ଗଲରେ ଛାଡି ସାରିଥାଏ। ଆକାଶର ଧିମା ଚନ୍ଦ୍ରାଲୋକ ଘଞ୍ଚ ଅରଣ୍ୟର…

ଗଳ୍ପ : ପରିଚୟ

ନିହାରିକା ମହାନ୍ତି  ଗୋଧୂଳି ସମୟର କେଳାହଳ ପରିବେଶ। ସମୁଦ୍ର ସାମ୍ନାରେ ମୁଁ । ଦିନସାରା ସଂସାରକୁ ଆଲୋକିତ କରି ଥକି ପଡ଼ିଲେଣି ସୂର୍ଯ୍ୟ ଦେବ । ଜହ୍ନ ଉଇଁବ ଉଇଁବ ହେଉଛି । ତାର ସ୍ନିଗ୍ଧ ଆଲୁଅ ଧିରେ ଧିରେ ମୋ ଦେହକୁ ସ୍ପର୍ଶ କରୁଛି। ଆଉ ମନେ ପକେଇ ଦେଉଛି ଅତୀତର ଅଭୁଲା ସ୍ମୃତିକୁ। ସେଇ…

ଗପ : ସେଇ ଚଉଦ ଘଣ୍ଟା

ସୁମିତା ବେହେରା କାରରୁ ଓହ୍ଲେଇ ବିଜୁଳି ପରି କିଛି ସେକେଣ୍ଡ ମଧ୍ୟରେ କୋକେଇ ନିକଟରେ ପହଞ୍ଚିଗଲେ ଅନୁ। ସମସ୍ତ ହିତୈଷୀ ବନ୍ଧୁ ପରିଜନ, ପାଖ ପଡ଼ୋଶୀଙ୍କର ଗହଳିରେ ଦାଣ୍ଡ ଲୋକାରଣ୍ୟ। ଧଳା ଚାଦରରେ ଢାଙ୍କି ହୋଇ ରହିଛି ତାଙ୍କ ଇହକାଳର ସାଥୀଙ୍କର ମୃତଦେହ। ଦୀର୍ଘ ବତିଶ ବର୍ଷର ହସ ଲୁହର…

ଗଳ୍ପ : ଟିକେ ଆଧୁନିକା

ଅଳକା ମହାପାତ୍ର  ଝିଅ ମୋର , ଉଚ୍ଚ ଶିକ୍ଷିତ ମଲ୍ଟି ନେସନାଲ କମ୍ପାନୀରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ମନ ଲାଖି ବର ନିଜେ ପସନ୍ଦ କରି ବାହା ହେଇଛି । ଜ୍ବାଇଁ ବାବୁ, ଭାରି ଭଲ ପାଆନ୍ତି ମୋ ଝିଅକୁ । ତା ଇଶାରାରେ ଉଠ ବସ ହୁଅନ୍ତି । ମେଡ ସର୍ଭେଣ୍ଟ କିମ୍ବା କୁକ୍ ଠିକ୍ ସମୟରେ ନ ପହଞ୍ଚିଲେ…

ଗଳ୍ପ : ନିଃସଙ୍ଗତା

ଅର୍ଚ୍ଚନା  ପ୍ରବଳ ବର୍ଷା ବାହାରେ ଘଡ଼ଘଡ଼ି ସହ। ନିଦ ଆସୁଥାଏ ପୁଣି ଭାଙ୍ଗୁଥାଏ ସେଇ ଶବ୍ଦରେ। ଏତେ ଜୋର୍ ଶବ୍ଦ ଯେ ଲାଗୁଥାଏ ଏଇ କାନ୍ଥ ଆର ପାଖେ କୋଉଠି ବିଜୁଳି ପଡ଼ିଲା କି। ସେଥିରେ ପୁଣି ଏ ବିଦ୍ୟୁତ୍ କାଟ। ଘରକୁ ତୁହାକୁ ତୁହା ଆଲୋକିତ କରିବା ସହ କିଛି କିଛି ନିର୍ଦ୍ଧିଷ୍ଟ ବସ୍ତୁ…

ଗଳ୍ପ : ଝୁଣ୍ଟିଆ

ଅଳକା ମହାପାତ୍ର  ଆନନ୍ଦ ଉଲ୍ଲାସରେ ଆଜି ଝିଅର ନିର୍ବନ୍ଧ ତଥା ଅଳଙ୍କାର ଧାରଣ ସମାରୋହ ସମାପନ ହୋଇଯାଇଛି । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସମସ୍ତଙ୍କ ଉପସ୍ଥିତି ଓ ଆଶୀର୍ବାଦ ସମାରୋହକୁ ସମୃଦ୍ଧ କରି ଦେଇଥିଲା । ଉପଯୁକ୍ତ ନୂତନ ବନ୍ଧୁ ତଥା ଉପଯୁକ୍ତ ପାତ୍ର ପାଇ ସମସ୍ତଙ୍କ ମନ ଖୁସି ହୋଇ…

ଗଳ୍ପ : ନୀଳ ଇନଲାଣ୍ଡ ଲେଟର

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଗପ : ଧର୍ମ ସଙ୍କଟ

ଅମିତ୍ ଜେନା        ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…