Latest Odisha News

BREAKING NEWS

Browsing Category

କବିତା

ଅମ୍ବା

ଅମ୍ବା ଭାସ୍ୱତୀ ବସୁ ମୁଁ ସାଦରେ ଗ୍ରହଣ କଲି ତୁମ ଆତ୍ମହତ୍ୟାର ଦାୟ। ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା ତୁମ ଅହଂକାର ଯେ କେତେ ଅସହାୟ ମୋ ଛଡ଼ା ଅଧିକ କିଏ ଜାଣିଛି? ମୁଁ ହିଁ ଜାଣିଛି ଶିଖଣ୍ଡୀ ନୁହଁ ତୁମ ପରାଜୟ କେବଳ ଅମ୍ବା ପାଖରେ। ଆଜି ବି ତୁମ ଆଗରେ ସେଇ…

ଦୁଃଖ ଦୋରସ୍ତ

ଦୁଃଖ ଦୋରସ୍ତ ରକ୍ଷକ ନାୟକ ତୁମକୁ ମନେ ପକେଇବା ବି ପାପ କହନ୍ତି ପଣ୍ଡିତମାନେ । ମନ କିନ୍ତୁ ସାର୍ବଭୌମ ନିଜେ ତିଆରି କରେ ନିଜର ନିୟମ । ଗୋଟେ ଦିନରୁ ଖରାବେଳକୁ କେମିତି ଫେଡ଼ିଦେବି, ଖରାବେଳ ହିଁ ଦିନଟାକୁ ଝାଳୁଆ କରି ଦେଇଥିଲା । ବହୁତ କଥା କହି ହୁଏନି ତେଣୁ…

ନ ଲେଖିଲା ଭଳି ବହୁତ କିଛି

ନ ଲେଖିଲା ଭଳି ବହୁତ କିଛି ଶ୍ର୍ରୁତିଶିଖା ମହାପାତ୍ର ଏଠି ସେଠି ସବୁଠି ଦେଖ ସମ୍ପର୍କର ଗତିକୁ ନ ଦେଖିଲା, ନ ଜାଣିଲା ଭଳି ମର୍ମେ ମର୍ମେ ସମ୍ପର୍କ କେମିତି ବଂଚିଛି ଏଠି ମାଟି ଅଛି, ଆକାଶ ବି ଅଛି ମନର ଯନ୍ତ୍ରଣା ବି ଅଛି ନିରବଚ୍ଛିନ୍ନ ବିଦ୍ରୋହ ବି ଅଛି ଭୋଗିବାରେ ବି…

ଖରା, ଖାଲି ଖରା ନୁହଁ

ଖରା, ଖାଲି ଖରା ନୁହଁ ରଂଜିତା ପଣ୍ଡା ଆଜି ଖରା ଖୁବ୍ ଖତରନାକ୍ କାଇଦାରେ ଅଟକେଇଲା ମୋ ରାସ୍ତା ପନିକିର ଧାରପରି ଚକଚକ ତା’ ମୁହଁରୁ ନିରୀହ କଥାପଦେ ଆଶା କରିବା ଥିଲା ବୃଥା । ହେଲେ ମୁଁ ବି କେଉଁ ଛାଡ଼ିଲି ତାକୁ ଟେବୁଲ୍ ପାଲଟାଇ ଦେଲି ତା’ର କପଟୀ ପାପୁଲିକୁ କହୁଣୀରେ…

ରାଧାଚୂଡ଼ା: ଏକ ପ୍ରେମକବିତା

ରାଧାଚୂଡ଼ା: ଏକ ପ୍ରେମକବିତା ରତ୍ନମାଳା ସ୍ୱାଇଁ ଝର୍କା ଖୋଲିଲେ ରାଧାଚୂଡ଼ା ! ସବୁ ଉତ୍ତେଜନାର ଲାଲ ରଙ୍ଗ କୃଷ୍ଣଚୂଡ଼ା ନେଇଗଲା ପରେ ପ୍ରତୀକ୍ଷାର ନିଥରପଣ ହଳଦିଆ ରଙ୍ଗ ହୋଇ ଝୁଲୁଥାଏ ରାଧାଚୂଡ଼ା ଫୁଲର ଦେହରେ ! ଯେମିତି ଆପେକ୍ଷାରତା କୁଆଁରୀର ହଳଦୀମଖା ଦେହ କି ଅଳତାର…

ଭୁଲ୍‍ ବୁଝାମଣା

ଭୁଲ୍‍ ବୁଝାମଣା ବଳଭଦ୍ର ରଥ ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ... ଏ ପ୍ରାଚୀରର ପରିଚୟ କ'ଣ ହେବ, ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ ଆହତର ମନ, ନା ହେବ ଅସୀମ ଅଭିଶପ୍ତର ଅଭିଲେଖ...…

ପୁଣି ଥରେ  ଶକ୍ତି ମହାନ୍ତି ଯଦି ମୁଁ ସବୁକିଛି ଭୁଲିଯାଇ ପୁଣି ତତେ ଭଲପାଇ ବସେ ମନହରୀ ଦୋକାନରେ ଅତରର ଦର ବୁଝି ଆଖିରେ ପ୍ରୀତିର କଜ୍ୱଳ ଭରି ତୁ ଆସିବୁ ଫେରି ଯଦି ସେ ଅତରର ଠିପି ମୋ ଦେହ ପରି ବାସେ... ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ପାଖକୁ ଆସେ ଅଧାନିଦ…

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ ରାଜେଶ ପୂଜାରୀ କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି ସେ ଲେଖୁଛି ଆପଣା ମନ୍ଦ ଭାଗ୍ୟର କପଟ କବିତା ନିଜ ଛାତିରେ ଗତ ପୂର୍ଣ୍ଣିମାରୁ ନୂଆଁ ଜହ୍ନଟେ ସଜେଇ ସାରିଥିବା ଆକାଶ ପାଖରୁ ଛାଡ଼ପତ୍ର ପାଇଲା ଯେବେ ଠାରୁ...! ଏଇଠୁ ଏମିତି ନିରେଖିବ…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି... ଜ୍ଞାନୀ ଦେବାଶିଷ ମିଶ୍ର ଦିନ ଦି’ପହରଟାରେ, କୋଉ ଲୋକରୁ ଆସିଲ ହେ ପ୍ରଭୁ! ଅଣ୍ଟା ଗାମୁଛାକୁ ମୁଣ୍ଡରେ ପକଉନ! ତମ ଦେହସାରା ତ ଛତାଚିରା ଖରା, ଗୋଟେ ମସିଆ ପାଣି ବୋତଲରେ ବହଳେ କୋଚଟର ନେଳିଆ ଛାଇ । କୁଆଡ଼ୁ କିମିତି ଆସିଲ…

ଆଇନା

ଆଇନା ଚନ୍ଦ୍ରଶେଖର ମିଶ୍ର ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ ମୁଁ ହସିଲେ ତୁ ହସୁ ଏକା ତୁ ହିଁ ଚିହ୍ନିପାରୁ ମରୁଦେହରେ ହସ ହେଇ ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ ଛାତିତଳେ କୋହର ଉଦ୍ଗିରଣକୁ ଚାପି ରଖିବାର ଅସହାୟପଣକୁ, ମାପିପାରୁ ଧାପେ ହସର ଗଭୀରତା ଆଉ ଦି ଧାର ଅଶ୍ରୁର…