Latest Odisha News

BREAKING NEWS

Browsing Category

କବିତା

କବିତା : ସ୍ୱାଧୀନ ଦେଶର ସନ୍ତାନ

ବାସନ୍ତୀ ଲତା ଜେନା  ସ୍ୱାଧୀନ ଦେଶର ସନ୍ତାନ ଆମେରେ ଆମେରେ ବୀର ଯବାନ ସତ୍ୟ ପଥେ ରହି କାମ କରିଯିବା ଆମେ ହେବା ବଳିୟାନ। ବହୁ କଷ୍ଟ ସହି ପୂର୍ବ ପୁରୁଷ ଯେ ଆଣିଦେଲେ ସ୍ୱାଧୀନତା ସ୍ୱାଧୀନତା ମାନ ରକ୍ଷା କରିବାକୁ ଆମର ବଢୁଛି ଚିନ୍ତା। ଆକାଶେ ଉଡୁଛି ତ୍ରିରଙ୍ଗା ପତାକା…

କବିତା: ମଧ୍ୟାହ୍ନ ଆକାଶ

ସୁଜାତା ମିଶ୍ର କେବେ ଦେଖୁଥାଉ ବିଜୁଳି ଆଖିରେ ତୁ.., କେବେ ନିଆଁ ହୋଇ ଜଳୁଥାଉ ମେଘର ଆଶ୍ୱାସନାଟିଏ ଘୋଡ଼େଇ ହୋଇ। କେବେ ତୋ ଆକାଶୀ ଚାନ୍ଦୁଆ ତଳେ ନାରିକେଳ ବୃକ୍ଷରାଜି ଧ୍ୟାନ ମଗ୍ନ.. କଳା ଧଳା ଫଟୋର ଚରିତ୍ର ସାଜି..., କେବେ ଧୂଆଁଳିଆ ମେଘ କୁହୁଡ଼ିରେ କାଲୁଆ ପାଗର ଥୁରୁ…

କବିତା : ଅଚିହ୍ନା ଲାଗୁଛି

ବିନୋଦିନୀ ଦାଶ ଦୁନିଆର ଗତି ବଦଳି ଯାଇଛି ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ । ଏପରି ମାନବ ସମ୍ପର୍କର ମଧୁ ଚାଖିବ କେମିତି ତା' ଅନ୍ତର ମଧ୍ୟୁ ସେ ପରା ମୁଁ ମୋ ଭିତରେ ଆବଦ୍ଧ ହୃଦୟ କୋଠରି କପଟରେ…

କବିତା : ପାପ ପଞ୍ଜୁରୀରେ ଶାରୀ

ଡମ୍ବରୁଧର ବେହେରା ପାପ ଦୁନିଆରେ ନିବସନ୍ତି ଲୋକ ଅନ୍ୟାୟ, ଦୁର୍ନୀତି ବେଶୀ ଭଲ ଲୋକ ଏଠି ଭୋଗିଥାନ୍ତି କଷ୍ଟ ନିର୍ଦ୍ଦୋଷର ଜୟ ବେଶି ...୧ ଧରମ ନାମରେ ଭଣ୍ଡାମି ପ୍ରଚାର ଅନ୍ଧାରେ ରତ୍ନ ଭଣ୍ଡାର ଅନ୍ଧ ପଚାରୁଛି ଆରକେ ଅନ୍ଧକୁ କିପରି ହେବି ମୁଁ ପାର....୨ ପାପ , ପୁଣ୍ୟ…

ଅନୁବାଦ କବିତା : ସ୍ବପ୍ନ କ’ଣ କେବଳ ପଳାୟନ?

ମୂଳ ବଂଗଳା: ବିଷ୍ଣୁ ଦେ କାହିଁକି ଭାବୁଛ ବାବୁ ସ୍ବପ୍ନ ଖାଲି ପଳାୟନ? ସ୍ବପ୍ନକୁ କାହିଁକି ଏତେ ମିଛ ଭୟ? ସ୍ଵପ୍ନରେ ତ ଶରୀର ଶାନ୍ତି ପ୍ରାଣର ଆରାମ ମନ ହୁଏ ପୂର୍ଣ୍ଣ । ମାଗିନିଅ ଆହୁରି ଅନେକ ସ୍ବପ୍ନ ଘୋର ଅନ୍ଧକାରେ ଜାଗ୍ରତ ବା ନିବିଡ଼ ନିଦ୍ରାରେ ଜୀବନଟା ହେଉ ସଦା…

କବିତା : କଳଙ୍କ

ସୁମିତା ବେହେରା  ଏ କବି , ତୁମେ ମୋତେ ଜାଣ, ମୋତେ ବୁଝ, ମୋତେ ଭଲପାଅ ମୋତେ ନେଇ ତୁମର କେତେ କବିତା କେତେ କାହାଣୀ ନିକଟରୁ ଅନୁଭବ କରିବାକୁ , ମୋତେ ଟିକେ ଛୁଇଁବାକୁ, ତୁମେ କାଟିଦିଅ ଦିନ, ମାସ ,ବର୍ଷ ନିଦହରା ରଜନୀ । ଏ କବି , କୋଉଠୁ ଶିଖିଲ ଏମିତି ନିବିଡ଼ ଭାବେ ଭଲପାଇବା ?…

କବିତା : ତୁମେ

ପ୍ରସେନଜିତ୍ ସେଠୀ ତୁମେ କଣ ଭାବ ମୋତେ ତ ଅଜଣା ମୁଁ କିନ୍ତୁ ଭାବେ ତୁମକୁ ସ୍ୱପ୍ନର ନାୟିକା କରି ଭାବନାରେ ପ୍ରେମେ ହଜାଏ ନିଜକୁ !! ମନ ମୋର ଥିଲା ଶୁଷ୍କ ଉଦାସୀନ ଚିର ନୈରାଶ୍ୟର ପଥେ ଜୀବନର ରସ ଥିଲା ସ୍ଵାଦହୀନ ହୀନ ମରୁଭୂମି ସତେ !! ଅକସ୍ମାତ ଏଇ ଶୁଷ୍କ ମରୁ ପରେ ତୁମେ…

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର

କବିତା : ସମୁଦ୍ରରେ ଘର

ସଂଘମିତ୍ରା ରାଏଗୁରୁ  ପ୍ରେମକୁ ପଞ୍ଜୁରୀ ଘୃଣାକୁ ଆକାଶ ଯାଚିଦେଇ ଯିଏ ପାଲଟିଯାଏ ଇଶ୍ଵର ତାକୁ ସଭିଙ୍କର ଡର ରକ୍ତ ନଈରେ ପହଁରି ହୁଏନା ବୋଲି ମୁଁ ତୋଳେ ସମୁଦ୍ରରେ ଘର । କାନ୍ଥ-ବାଡ,ଝରକା-କବାଟ…ପ୍ରତି ଅବୟବ ତରଳି ବୋହି ଯାଉଥିଲା ବେଳେ ନଥିବା ଅଗଣାରୁ ଶୁଭେ ମେଘର ମହ୍ଲାର…

ଅନୁବାଦ କବିତା : ବରେହିପାଣି ବଙ୍ଗଳାରେ

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ ବୁଢ଼ାବଳଙ୍ଗ ଜଳପ୍ରପାତ ଏଠି ନଦୀ ହୋଇ ବହି ଯାଉଛି ସାମନାରେ ଗଭୀର ଖାଲ ଆମେ ଅନ୍ୟ ଏକ ପାହାଡ ଚୂଡ଼ାରୁ ଦେଖୁଛୁ ବାଘର ମୁହଁ ପରି ଉଇଁ ଆସୁଥିବା ଜହ୍ନ ପବନର ହିଲ୍ଲୋଳରେ, ଥରି ଥରି କମ୍ପୁଛି ଝାଉଁ ଗଛର ଡାଳପତ୍ର ମାନ। ୟେ ଏକ ସହଜ ଦୃଶ୍ୟ…