Latest Odisha News

BREAKING NEWS

Browsing Category

କବିତା

କବିତା : ଅନ୍ଧକାର

ଜଗନ ପାଳ  କେବେ ଅନ୍ଧକାରକୁ ବି ଖୋଜି ଦେଖ ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ ବରଂ ଅମାନବିକତାର ମୁଖାତଳେ ବରଂ ଛଦ୍ମହସର ବିକଟାଳ ରହସ୍ୟରେ ଆଉ ତୁମ ଆମ ଅଜ୍ଞାନତା ଭିତରେ.... ଛାଇର ଛଳନାରେ ଆଭାସର ଛୁଆଁରେ ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ ବାସ୍ନାର ବିଭୋରତାରେ…

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

କବିତା : ଜୀବନ ଗଣିତ

ଗଦାଧର ସାହୁ ଆସ ଆସ ଗୋ ମିତ ଆସ ସହି ସଙ୍ଗାତ, ମିଳି ମିଶି କଷିବା ଜୀବନ ଗଣିତ । ସୁଖ ଦୁଃଖକୁ ନେଇ ରାଗ କ୍ରୋଧ ମିଶାଇ, ସ୍ନେହ ଶ୍ରଦ୍ଧାକୁ ରଖିବା ବନ୍ଧନୀ ଦେଇ । ଆଗ ବନ୍ଧନୀ ହଟା ତୋରି,ମିଛ ଲେଉଟା, ନ ହଟି ପାରିଲେ ତୁ ହେବୁ ହଟହଟା । ତାପରେ ର ଆସିବ ସଦା ସତର୍କ…

କବିତା : ଅନ୍ତିମ ଓଁକାର

ବଳରାମ ପୂଜାରୀ  ଅବିଚ୍ଛେଦ୍ୟ ଅଭେଦ୍ୟ ଅସହ୍ୟ ଅସହିଷ୍ନୁମାନଙ୍କୁ ଶୁଆଉଥୁଲି ନିବୃତ୍ତ ନିଦ୍ରାରେ ଅବିଶ୍ରାନ୍ତ ଅହଙ୍କାରମାନଙ୍କୁ ପେଶୁଥୁଲି ଶବ୍ଦଭେଦୀ ଶିବଧନୁର ଭସ୍ମଲେସା ଅନ୍ତିମ ଓଁକାର ଫେରି ଆସୁଥିଲେ ? ମୋ’ଭାଗ୍ୟର ସବୁତକ ପ୍ରସ୍ତାବିତ’ପ୍ରହସ୍ଥ ପ୍ରହରୀ ନାଗଫାଶରେ ରୁନ୍ଧି…

କବିତା : ଭୁଲ

ବିନୋଦିନୀ ଦାଶ ଜୀବନ-ଗଣିତ କଷୁକଷୁ ତୁହି ପ୍ରଶ୍ନ ବୁଝିବାରେ ଧିଆନ ନଦେଇ ଧାରାକୁ ଓଲଟପାଲଟେ ସଜାଇ ଆଗକୁ ଗତିରେ ମାରିଲୁ ଢିଲା ସବୁକଛି ଭୁଲ୍ ହୋଇଗଲା । ସେତେବେଳେ ବୁଝି ଜୀବନର ଅର୍ଥ କରିଥାନ୍ତୁ ଯେବେ ମନକୁ ଆୟତ୍ତ କଷିବା ସମୟେ ରହି ଶାନ୍ତଚିତ୍ତ ଶୃଙ୍ଖଳା ଜ୍ଞାନକୁ ହୃଦେ…

କବିତା : ଧାନ

ଦେବବ୍ରତ କର ଦଦରା ମାଟି ଚିଆରୀ କାନ୍ଥ ବୁଢ଼ା ବାଉଁଶର ହାଡ଼, କଣିର ଗଣ୍ଠିଆ ଆଙ୍ଗୁଳି, ପତଳା ଖପରା ପରି ମାଟିଚୋପା ଖସିଯାଏ ପରସ୍ତ, ପରସ୍ତ....। ଅସଂଖ୍ୟ ମୂଷାଗାତ ମାଟିରେ ସୁଡ଼ଙ୍ଗ, ଅପହଞ୍ଚ ଅନ୍ଧାରରେ ଧୂସର ସମାଧି ଦୀନତାର କଳାକୃତି, ମାଟିର କୋଣାର୍କ । ଏଠି ମଞ୍ଜ…

କବିତା : ଚେର

କୈଳାସ ଚନ୍ଦ୍ର ସାହାଣୀ  ଚେର ହିଁ ବୃକ୍ଷର ମୂଳ ଅସ୍ତିତ୍ବ ଯାହା ସବୁରି ଅଲକ୍ଷରେ ମାଟି ତଳେ ଥାଏ ; ନିଜ ପାରିଲା ପଣିଆରେ ସେ ଶୋଷିନିଏ ଜଳ ସହ ମାଟିର ବଳ , ବୃକ୍ଷ ପଲ୍ଲବିତ ହୁଏ ଚିତ୍ରିତ ଶାଖା ମେଲେ ଫୁଲ ଫଳରେ ଜନମନ ହରେ , କିନ୍ତୁ ଚେର ଥାଏ ମାଟିର ଅଭ୍ୟନ୍ତରେ ଗୋଟେ…

କବିତା : କଣ୍ଢେଇ

ସସ୍ମିତା ପ୍ରଧାନ ସକାଳରୁ ରାତି ଭୁଲି ନିଜ ସ୍ଥିତି ସଭିଙ୍କ ସେବାରେ ନିଜକୁ ସମର୍ପି ଚାଲୁଥାଏ ଡେଇଁ ଡେଇଁ ମୁଁ ଚାବିଦିଆ କଣ୍ଢେଇ ।। ନିଜର ଅସ୍ଥିତ୍ୱ ଦେଇଛି ହଜେଇ ଯନ୍ତ୍ର ପରି ମୁହିଁ ନିଜକୁ ସଜେଇ ପରିସ୍ଥିତି ଦ୍ୱାହି ଦେଇ ମୁଁ ଚାବିଦିଆ କଣ୍ଢେଇ ।। କହି ମୁଁ ପାରେନା…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

କବିତା : ଜଳେ ଯେସନ ଚନ୍ଦ୍ରଛାଇ

ରାମକୃଷ୍ଣ  ବାମନ ମୁଁ ହାତ ପାଏନାହିଁ ଚନ୍ଦ୍ରକୁ । ମୋର ସିନା ହାତ ପାଏନାହିଁ କାହାକୁ ଜଳଘଟ ପରି ବସି ରହିଥାଏ ସମସ୍ତେ ଆସି ମୁହଁ ମାରି ଯାଆନ୍ତି ମୋର ଦ୍ବାରରେ ସୂର୍ଯ୍ୟ, ଚନ୍ଦ୍ର ଏପରିକି ବହୁଦୂର ଗ୍ରହ ନକ୍ଷତ୍ରମାନେ ବି ମୁଁ ଠିକ୍ ଜାଣେ ଯେ ଚନ୍ଦ୍ରର କ୍ଷୟ ବୃଦ୍ଧି…