Latest Odisha News

BREAKING NEWS

Browsing Category

କବିତା

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା  ଆମେ ଜାଣିଛୁ...ତମେ ମିଛ କୁହ, ତଥାପି ଶୁଣିବାକୁ ଯାଉ ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ; ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ ଲୋଭର ଘିଅ ଆଉ ମହୁ; ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।…

ଅନୁବାଦ କବିତା : କ୍ଳାନ୍ତ ଇତିହାସ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି ମୁଁ ସେଇ ରାସ୍ତା ଦେଇ ଫେରିବିନି ପତନର କରୁଣ ସଙ୍ଗୀତ ଶୁଣି ଶୁଣି ବରଷାରେ ଗୋଟାପଣେ ଭିଜି ଭିଜି ମୋର ଏଇ ଭଙ୍ଗା ନୌକା ଫେରିଯିବ ଜନ୍ମର ବିଶ୍ୱାସେ। କଣ ନେବି ମୁଁ ସାଙ୍ଗରେ ? ବିଳାସୀ ନଗରୀରୁ ଉଗ୍ର…

କବିତା : ଆଜି ମୁଁ ଏକା

ପବିତ୍ର ବେହେରା ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।। ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ…

କବିତା : ଧର୍ମମାସ କାର୍ତ୍ତିକ

ଚନ୍ଦ୍ରକଳା ଦେବୀ ଆଜିଠାରୁ ପରବେଶ ଏ ଜଗତେ ଧର୍ମମାସ କାରିତିକ, ପାହାନ୍ତ|ରୁ ସ୍ନାନ କରି ନରନାରୀ ମନ୍ଦିର ମୁଖେ ଗମନ । କାର୍ତ୍ତିକ ମାସରେ ପ୍ରତ୍ୟେକ ମନ୍ଦିର ରାତ୍ରି ଥାଉ ଥାଉ ଖୋଲେ, ମନ୍ଦିରରେ ଘଣ୍ଟ ଘଣ୍ଟି ବାଜିଉଠେ ମୁଖୁରିତ ହୁଳହୁଳେ । କାର୍ତ୍ତିକ ମାହାତ୍ମ୍ୟ କହନ୍ତି…

କବିତା : ଇଜ୍ଜତ

ପ୍ରମୋଦ ପ୍ରଧାନ ସ୍ୱାଭିମାନର ଡଅଁର ତଳେ ଡେଉଁଥାଏ ଯେଉଁ ଦମ୍ଭ ବେଇଜ୍ଜତରେ ନୁହେଁ ଇଜ୍ଜତରେ ମାପୁଥାଏ ନିଜର କ୍ଷୀପ୍ର ବେଗ ଗଣୁଥାଏ ନିଶ୍ୱାସ ପ୍ରଶ୍ୱାସ ! ଅଧିକାର,କର୍ତ୍ତବ୍ୟ ଭିତରେ ହଜେଇଦେଇ ନିଜର ଅହଙ୍କାର ବାହୁକୁ ପ୍ରସାରୁଥାଏ ଇଜ୍ଜତ ଆଉ ସାବ୍ୟସ୍ତ କରୁଥାଏ ବର୍ତ୍ତମାନର…

କବିତା : କଟକ

ଶୈଳବାଳା ରାମ  କେମିତି ଯେ ମାଲିକାନା ଲଦିଚାଲୁ ମୋ' ସପନରେ, ଉଡାଣରେ, ଜାତକରେ ମୁଁ ଯେତେ ଝାଡୁଥାଏ ଧୂଳି ସରସର ସେଇ ଚନ୍ଦନ ଚର୍ଚ୍ଚିତା ଦିଶେ କାଇଁ ଦାଉଦାଉ ତୋ ଭଳି ପାଶୋରି ଯିବି ବୋଲି ପିଠି କଲି ଭୂଲିଲି ବାଡ଼ି ଅଗଣା ଫିଙ୍ଗିଲି ଚାଉଳ ଆଞ୍ଜୁଳି ଡାହାଣ ପଟ ଚଉରାହେଲୁ…

ଅନୁବାଦ କବିତା : ଆସାଦର ସାର୍ଟ

ମୂଳ ରଚନା : ଶାମସୁର ରାହମାନ ପେନ୍ଥା ପେନ୍ଥା ରକ୍ତ କରବୀ ପରି ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି ପବନର ନିଳିମାରେ ଆସାଦର ସାର୍ଟ ଉଡ଼େ ଫର ଫର। ଭଉଣୀ ତାର କେବେ ସେଇ ସଫା ସାର୍ଟରେ ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ ସିଲେଇ କରି ଲଗାଇ ଦେଇଥିଲା ତା'ର…

କବିତା : ଶକ୍ତି ସ୍ୱରୂପା ମାଆ

ରମାକାନ୍ତ ନାୟକ ଶରତର ଶିଶିରଭିଜା ଧରିତ୍ରୀର କୋଳେ କାଶତଣ୍ଡି ହସିଉଠିଲାଣି ନଈପଠା ବିଲ ବଣ ପାଟ ଗହିରିରେ, ମଳୟ ପବନେ ଟାହିଆ ପରି ଦୋହଲି ଦୋହଲି ଚାମର ବୁଲାଇ ଆଶ୍ଵିନର ଇଷ୍ଟଦେବୀଙ୍କୁ ସ୍ୱାଗତ କଲାଣି । ନିର୍ମଳ ଆକାଶେ ସୁନୀଳ ବରଣେ ଶୁଭ୍ର ବସ୍ତ୍ର ପରିଧାନେ ସଜେଇ ହେଲାଣି…

କବିତା : ଦେବୀ

ଜୟନ୍ତୀ ବିଶ୍ବାଳ ବେହୁରିଆ  ଦେବୀ ନୁହେଁ ... . ନାରୀଟିଏ ହେବାକୁ ଚାହେଁ ! ଚଉଷଠି ଭୋଗ ଉପଚାର ଧୂପ ଓ ଦୀପର ବର୍ଣ୍ଣବିଭା ଝୁଣାର ସେ ଧୂମାୟିତ ଇତସ୍ତତଃ ନିରୁତା ମହକ କେଉଁଥିରେ ମନ ନାହିଁ ..! ତଥାସ୍ତୁ ମୁଦ୍ରାରେ ବସି ଦେଖିବିନି ମୋହମୟ ମଣିଷ ଆଶାୟୀ ମସ୍ତକ ନଇଁଗଲେ ଥରେ…

କବିତା : ଆସ ମାଆ

ଚନ୍ଦ୍ରଶେଖର ପଣ୍ଡା  ଥରଟିଏ ମା' ସରଗ ରାଇଜୁ ଏ ଧରାକୁ ଯେବେ ଆସନ୍ତ । କେମିତି ଚାଲିଛି ତୁମଗଢା ଧରା ଦେଖିକି ଚକିତ ହୁଅନ୍ତ । କେତେ ଆଦରରେ ମଣିଷ ଗଢ଼ିଲ ପ୍ରାଣୀ ମଧ୍ୟେ ସାର କରି ବୁଦ୍ଧି ବିବେକ ତା ମୁଣ୍ଡେ ଭରିଥିଲ ସଂସାର ହସିବ ବୋଲି । ସବୁକିଛି ଆଜି ହଜିତ ଗଲାଣି ତୋ…