Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ସୂର୍ଯ୍ୟ

ମୂଳ ରଚନା : ଚେଜଲୋ ମିଲସ  ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ କିନ୍ତୁ ତା'ର କୌଣସି ଏକ ବିଶେଷ ରଙ୍ଗ ତ ନାହିଁ, ଯେହେତୁ ସେଠାରେ ସବୁ ରଙ୍ଗ ମିଶେ ଏକ ହୋଇ ଏବଂ ଏଇ ସାରା ପୃଥିବୀଟା ସତେକି ଏକ କବିତା ଆଉ ଏଇ ଉପରର ସୂର୍ଯ୍ୟ ମନେ ହୁଏ ଜଣେ କଳାକାର। ଯିଏ ତେଣୁ ଆଙ୍କିବାକୁ ଚାହେଁ…

କବିତା : ଜୀବନକୁ ଭଲ ପାଉଥିବା ଝିଅ

ସୁଜାତା ମିଶ୍ର  ଜୀବନକୁ ଭଲ ପାଉଥିବା ଝିଅ.. ଚଢ଼େଇଟିଏ ହୋଇ ଟୁବ୍ କିନା ବୁଡି ଯାଉଥାଏ କଇଁ ଫୁଲ ଫୁଟା ପାଣି କୁଣ୍ଡରେ.., କଷି ଜହ୍ନି ହୋଇ ଓହଳି ପଡ଼େ ରଞ୍ଜ ଦିଆ ଲତାରେ, ଗୋବର ଖତ କାଦୁଅ ଭିତରେ ଝରି ଯାଏ ହୋଇ ମାଟିର ବାସ୍ନା, ବ୍ରହ୍ମ କମଳ ପାଖୁଡ଼ାରେ ଟଳମଳ ହୁଏ ଲୁହ…

କବିତା : ଘର

ପୁଣ୍ୟପ୍ରଭା ଦେବୀ  ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ ଆମ ଘରେ ରହୁଥିବ ପୁଅ ତାର ପରିବାର ସାଥେ ଆମର ଯା କିଛି ଥିବ ସେ ସବୁର ସ୍ବାଧୀକାର ପାଇ। ଥିବ ଏକ ଅପରାହ୍ନ ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ କର୍ମ କ୍ଲାନ୍ତ ବୋହୂ ଆମ…

କବିତା : ନିରବ ନିୟମ

ସୁବ୍ରତ କୁମାର ଜେନା  ଏ ବାବୁ , ତୁମେ ବି ନା ଏମିତି ! ତୁମକୁ କ'ଣ ଅଧିକ ମାଗିଥିଲୁଯେ ! ଖାଲି ଯାହା ଟିକେ ଭୋକରୁ ନିର୍ଯ୍ୟାସ, ଖାଲି ଯାହା ଟିକେ ଭେକର ମାଧ୍ୟମ, ତୁମେ କିନ୍ତୁ କ'ଣ କଲ ? ଏମିତି ଆଙ୍କିଲ ଚିତ୍ର ଆମ ନଗ୍ନତାର, ଏମିତି କ'ଣ କିଏ ଆଙ୍କେ ବାସ୍ତବରେ, ସାରା…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

କବିତା : ମୁଁ ଜାଣେ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଜାଣେ ତୁମେ ଅସତ୍ୟ ମୁଁ ଜାଣେ ତୁମେ ଅଦୃଶ୍ୟ ମୁଁ ଜାଣେ ତୁମେ ସ୍ବପ୍ନ ... ମୁଁ ତୁମକୁ ନିଜଠୁ ବି ଅଧିକ ଜାଣେ ମୁଁ କିନ୍ତୁ ଦି ଘଡି ଜୀଁ ଯାଏ ତୁମ ମିଥ୍ୟାକୁ ନେଇ, ତୁମ ଅବାସ୍ତବତାକୁ ନେଇ, ତୁମ ନୈସର୍ଗିକ ପ୍ରେମର, ଅନୁଭବକୁ ନେଇ..…

ଅନୁବାଦ କବିତା : ତାହାରି ପାଇଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  କେବଳ ତାହାରି ପାଇଁ ଯିଏ ଏଇଠି ଶୋଇଛି ଘାସର ଗାଲିଚା ପରେ ଏକ ସୂକ୍ଷ୍ମ ସୂତାଖିଅ ପରି, ଖାଲି ତା'ରି ଲାଗି ମତେ ଆଘାତ ଦିଅନା ମତେ କିଛି କରିବାକୁ କୁହନା । ମତେ ଆଜି ତାହାରି ପାଇଁ କ୍ଷମାକର କ୍ଷମାକର ମୋର କ୍ରୋଧ ( ଯଦି ମୁଁ ଆଜି ଚିଡ଼ି…

କବିତା : କିଛି କହୁନା ଯେ

ସତ୍ୟନାରାୟଣ ଗନ୍ତାୟତ  ଭଲ ଲାଗୁଚି ଘରେ ବି ସବୁ ଭଲ ! ତ' କ'ଣ ଭାବୁଚ ନିଜ ଭିତରେ ଇ ହଜାଇ ଦେଇଥିବ ନିଜକୁ ? ନା ଥରୁଟେ ନିଘା କରିବ ତମ ଚଉପାଶର ନାଇଁ ନଥିବା 'ନାଇଁ ନାଇଁ'ର ଘେରକୁ ? କାଇଁ କିଛି କହୁନା ଯେ ! ସୁହାସିତମ୍",କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.…

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି ପଡୋଶୀ ସାଜି ଆମ ଆଖ ପାଖରେ ଅବେଳରେ କରୁଥାନ୍ତି କିଚିରି ମିଚିରି। ଆମର ତ ମୋଟାମୋଟି ଯନ୍ତ୍ର ଜୀବନ ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି। ସେମାନେ ତ ଏମିତି ଓଳିଆରୁ ଗଜା ସହଜରେ…

କବିତା : ହେ ମହାତ୍ମା

ଶୁଭ୍ରାଂଶୁ ଶେଖର ମାହୁନ୍ତ  ପିତା କରମଚାନ୍ଦଙ୍କ ଔରସରୁ ଜନ୍ମିଲ ମୋହନ ଦାସ , ମାତା ପୁତୁଳିବାଈଙ୍କର ଓଠରେ ହରଷେ ଖେଳିଲା ହସ । ଅକ୍ଟୋବର ଦୁଇ ତୁମ ଜନ୍ମଦିନ ସ୍ଥାନ ଯେ ପୋର୍ ବନ୍ଦର , ବଡ ହୋଇ ତୁମେ ଯଶ ରଖିଗଲ ଭାରତ ମାଟି ମାଆର । ଫିରିଙ୍ଗି ଶାସକ ଅଧିନରେ ଆମେ ହୋଇଥିଲୁ…