Latest Odisha News

BREAKING NEWS

Browsing Category

କବିତା

କବିତା : ଇତିହାସ

ପାରମିତା ଷଡଙ୍ଗୀ  ସେ ଥିଲା ଗୋଟେ ଜରା ଜର୍ଜରିତ ଘରର ଉପେକ୍ଷିତ ବଖରାଟିଏ ଇତିହାସର କେଉଁ ଏକ ଗର୍ବିତ ଦୁର୍ଗର ଭ୍ରମ ଥିଲା ତାର ସବୁଠୁ ଉଚ୍ଚହେବାର ହଲେ ତାକୁ ଜଣା ନ ଥିଲା ସହର ଭିତରେ ଶୁଖିଲା ଘାସର ଗୋଟେ ଜଙ୍ଗଲ ବ୍ୟାପିଲାଣି ଯାହାର ଧାରୁଆ ପତ୍ରସବୁ ନିଜ ନିଜ ଭିତରେ ଘଷି ହୋଇ…

କବିତା : କର୍ମପଥ

ସମ୍ବିତ୍ ମିଶ୍ର ଅଜଣା ପଥରେ ଚାଲୁଅଛି ମୁହିଁ ମିଳୁନାହିଁ ଲକ୍ଷସ୍ଥଳ, ମରୀଚିକା ଏଠି କର୍ମପଥ ମୋର ଖୋଜୁଛି ଗନ୍ତବ୍ୟ ସ୍ଥଳ । ବାଧାବିଘ୍ନ କେତେ ଚଲାପଥେ ମୋର ଆସୁଛି ଲହଡି ନେଇ, ଝୁଣ୍ଟି ପଡି ଉଠି ପୁଣି ଚାଲୁଥାଏ ଜୀବନ ପଥଟି ଏଇ । ବାଟର କି ଦୋଷ ଚାଲି ନ ଶିଖିଲେ ଚାଲିବା…

ଅନୁବାଦ କବିତା : ଅମଳିନ ପରିଚୟ

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ସେଇ ଦିନଠାରୁ ମନେ ଅଛି କପାଳର ଡାହାଣ ପାଖରେ ଜନ୍ମଗତ କାଳିଜାଇ, ବାଳର ବାସ୍ନାସହ ଦେବଦାରୁ ଗଛ ଦେଇ ନଇଁ ଆସୁଥିବା ରାତି କେତେ ବିଭୋର ହୋଇପାରେ ଉଦାସ ଆଙ୍ଗୁଳିର ଗତି ସେଇ ପ୍ରଥମ ଅଭିଜ୍ଞତା ସେଇ ପ୍ରଥମ ଭ୍ରାନ୍ତି । ଅଥବା ଭୁଲ…

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ ପକ୍ଷୀ ଲେଉଟିଲେ ବସା, ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ ଓଢଣୀ ଟାଣି ସଧବା । ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ ଛଳ ଛଳ ଆଖି ଡୋଳା, ମଥା ନତକରି ଚଉରା ମୂଳରେ ବଖାଣେ କାରୁଣ୍ୟ ଗାଥା । ଦ୍ୱାରସ୍ଥ ବରଷ ଅଭିବାଦନରେ ମନେ…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…

କବିତା : ନୂଆବର୍ଷ

ଦେବାଶିଷ ସାମନ୍ତରାୟ  ଏ ବର୍ଷ ବି ସରିଯିବ ବିଗତ ବର୍ଷମାନଙ୍କ ପରି ଭୋଗରେ, ଯୋଗରେ, ମାନରେ , ଅଭିମାନରେ, ଆସକ୍ତିରେ, ବିରକ୍ତିରେ। ଦିନ ଓ ସପ୍ତାହ ହୋଇ ପରସ୍ତ ପରସ୍ତ ବର୍ଷଟିଏ ଯିବ ସରି ସାବୁନ ସରିବା ପରି। ଋତୁଚକ୍ର ଅବା ଜଳଚକ୍ର ପରି ସବୁ ସରିବା ତ ଆରମ୍ଭ କେବଳ ।…

କବିତା : ଡାକ ବଙ୍ଗଳା

ଶ୍ରୀନିବାସ ସେଠୀ  ମୋର ଏ ଡାକ ବଙ୍ଗଳାକୁ ଆସିବାଟା ଆଜି କେତେ ଦିନ ହୋଇଗଲାଣି , ମୋର ଏଇମିତି କୁଆଡେ ଚାଲିଯିବାଟା ନେଇ କେହି ଆଉ ଏବେ ବିଳାପ କରୁନି । ପକ୍ଷୀମାନେ କ'ଣ କାନ୍ଦି ପାରନ୍ତି ? ମୁଁ ଛାଡି ଆସିଥିବା ମୋ ଘରର କାର୍ଣ୍ଣିସରେ ସେ ଦିନ ଆସିବା ସମୟରେ ଲୁହ ଡବ ଡବ ଆଖିରେ…

କୁଳାଙ୍ଗାର ଉବାଚ : ହାତୀ ନ୍ୟୁ ଇୟର

ନୂଆ ବର୍ଷରେ ବି ଯେତେ ସବୁ ସେଇ ପୁରୁଣା କଥା, ହାପି ନ୍ୟୁ ଇୟର ପଢିପଢି ଆଉ ଶୁଣି ଶୁଣି ମୋର ଘୂରିଲା ମଥା! ସେଇ ପୁରୁଣା ଘରଣୀ ମୋର ପକେଟ ଝାଡି; ଖୁଆଇଲା ଖାଦ୍ୟ ଯତନରେ ମୋତେ ହୋଟେଲେ ବାଢି! ସେଇ ପୁରୁଣା ପ୍ରେମିକା ଗିପ୍ଫ ନେବେ ବୋଲି; ମେସେଜେ ଇମୋଜି ପଠାଇ କହନ୍ତି…

କବିତା : ଲେଖା ହେବ ଇତିହାସ ନୂଆ

ସୁଜାତା ମିଶ୍ର  ଏ ବର୍ଷ ଗତାୟୁ ହେବା ଆଗରୁ ନେଇ ଆସିଛି ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.. ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…