Latest Odisha News

BREAKING NEWS

Browsing Category

କବିତା

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ ପକ୍ଷୀ ଲେଉଟିଲେ ବସା, ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ ଓଢଣୀ ଟାଣି ସଧବା । ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ ଛଳ ଛଳ ଆଖି ଡୋଳା, ମଥା ନତକରି ଚଉରା ମୂଳରେ ବଖାଣେ କାରୁଣ୍ୟ ଗାଥା । ଦ୍ୱାରସ୍ଥ ବରଷ ଅଭିବାଦନରେ ମନେ…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…

କବିତା : ନୂଆବର୍ଷ

ଦେବାଶିଷ ସାମନ୍ତରାୟ  ଏ ବର୍ଷ ବି ସରିଯିବ ବିଗତ ବର୍ଷମାନଙ୍କ ପରି ଭୋଗରେ, ଯୋଗରେ, ମାନରେ , ଅଭିମାନରେ, ଆସକ୍ତିରେ, ବିରକ୍ତିରେ। ଦିନ ଓ ସପ୍ତାହ ହୋଇ ପରସ୍ତ ପରସ୍ତ ବର୍ଷଟିଏ ଯିବ ସରି ସାବୁନ ସରିବା ପରି। ଋତୁଚକ୍ର ଅବା ଜଳଚକ୍ର ପରି ସବୁ ସରିବା ତ ଆରମ୍ଭ କେବଳ ।…

କବିତା : ଡାକ ବଙ୍ଗଳା

ଶ୍ରୀନିବାସ ସେଠୀ  ମୋର ଏ ଡାକ ବଙ୍ଗଳାକୁ ଆସିବାଟା ଆଜି କେତେ ଦିନ ହୋଇଗଲାଣି , ମୋର ଏଇମିତି କୁଆଡେ ଚାଲିଯିବାଟା ନେଇ କେହି ଆଉ ଏବେ ବିଳାପ କରୁନି । ପକ୍ଷୀମାନେ କ'ଣ କାନ୍ଦି ପାରନ୍ତି ? ମୁଁ ଛାଡି ଆସିଥିବା ମୋ ଘରର କାର୍ଣ୍ଣିସରେ ସେ ଦିନ ଆସିବା ସମୟରେ ଲୁହ ଡବ ଡବ ଆଖିରେ…

କୁଳାଙ୍ଗାର ଉବାଚ : ହାତୀ ନ୍ୟୁ ଇୟର

ନୂଆ ବର୍ଷରେ ବି ଯେତେ ସବୁ ସେଇ ପୁରୁଣା କଥା, ହାପି ନ୍ୟୁ ଇୟର ପଢିପଢି ଆଉ ଶୁଣି ଶୁଣି ମୋର ଘୂରିଲା ମଥା! ସେଇ ପୁରୁଣା ଘରଣୀ ମୋର ପକେଟ ଝାଡି; ଖୁଆଇଲା ଖାଦ୍ୟ ଯତନରେ ମୋତେ ହୋଟେଲେ ବାଢି! ସେଇ ପୁରୁଣା ପ୍ରେମିକା ଗିପ୍ଫ ନେବେ ବୋଲି; ମେସେଜେ ଇମୋଜି ପଠାଇ କହନ୍ତି…

କବିତା : ଲେଖା ହେବ ଇତିହାସ ନୂଆ

ସୁଜାତା ମିଶ୍ର  ଏ ବର୍ଷ ଗତାୟୁ ହେବା ଆଗରୁ ନେଇ ଆସିଛି ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.. ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…

କବିତା : ଠିକଣା

ଅର୍ଚ୍ଚିତା ରାଉତ  କେଜାଣି କୋଉ ଖୁସିରେ ମୁଁ ସବୁ କଷ୍ଟ ଭୁଲି ଆନନ୍ଦିତ ହୋଇଯାଏ? ପୁଣି ଭାବେ ଯୋଉଥିପାଇଁ ଖୁସି ଅଛି ତାହା ସତରେ ଠିକ ତ! ନା ମୋ ଭୁଲ ବୁଝାମଣା। ଥରେ ପାଟି ଖୋଲି କୁହ ତ ପ୍ରକୃତରେ ମୋ ପାଇଁ ତୁମ ମନରେ କଣ ଅଛି? ପ୍ରତିଦିନ ଭୋକର ଜ୍ୱାଳାରେ ଡହଳବିକଳ…

କବିତା : ମାଲ୍ୟବନ୍ତରେ ଶୀତ

ବଳରାମ ପୂଜାରୀ ଥୁଡୁଥୁଡିଆ ଜାଡରେ ଥରୁଥିଲା ଶୀତ ଅଗନି ଅଗନି ଅଗଣାରେ ଓହ୍ଲାଉଥିଲା ଶୀତ , କୋହଲା କାକର ବୁନ୍ଦାରେ ଭିଜୁଥିଲା ଶୀତ , ଅଳସୀ ଫୁଲ ଡାଳରେ ଝୁଲୁଥିଲା ଶୀତ ଧାଂଗଡି ଅଣ୍ଟା ସୂତାରେ ଗୁନ୍ଥା ହୋଇଥିଲା ଶୀତ , ଧୂଂଗିଆ ପିକା ଧୂଆଁରେ ଉଷୁମ ଟାଣୁଥିଲା ଶୀତ ଶିଆଡିପତ୍ରରୁ…

କବିତା : ରାଜନୀତି

ଲୋପାମୁଦ୍ରା ନାୟକ  ରାଜନୀତି ଏଠି ଲାଗେ ରଣନୀତି ସଭିଏଁ ସଭିଙ୍କ ଶତ୍ରୁ । ସତ୍ତ୍ୱା ପଛରେ ସଭିଏଁ ଉନ୍ମାଦ ବହିଯାଏ ରକ୍ତ ବିନ୍ଦୁ । ସଜା ହୋଇଲାଣିରଣକ୍ଷେତ୍ର ବାଜିଲାଣି ଯୁଦ୍ଧ ବିଗୁଲ୍ । ଦେଶ କଥା ଏଠି ଭାବେ ନାହିଁ କେହି ନିଜ ସ୍ବାର୍ଥରେ ସବୁ ମସଗୁଲ । ଗଣତନ୍ତ୍ର ଆଜି ପଛରେ…